କେନ୍ଦ୍ରର ବଡ଼ ନିଷ୍ପତ୍ତି, କମିପାରେ ଏହି ସବୁ ଔଷଧ ଦର

କମିବ ଔଷଧ ଦର?

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି। ଏଣିକି କମିବ ଔଷଧ ଦର। ସବୁ ସମାଗ୍ରୀର ଦର ବଢୁଥିବା ବେଳେ ଏବେ କେବଳ ଔଷଧ ଦର କମାଇବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ମିଳିଥିବା ସୂଚନା ଅନୁସାରେ,  ଫାର୍ମା କମ୍ପାନୀକୁ ପିଏଲଆଇ ଯୋଜନା ଅନ୍ତର୍ଗତ ଆବେଦନକୁ ଅନୁମୋଦନ କରିଛି କେନ୍ଦ୍ର । ଅରବିନ୍ଦ ଫାର୍ମା, ମିସର୍ସ କିନୱାନ୍ ପ୍ରାଇଭେଟ ଲିମିଟେଡ ଓ ମିସର୍ସ କର୍ଣ୍ଣାଟକ ଆଣ୍ଟିବାୟୋକ୍ଟିସ୍‌ ଆଣ୍ଡ ଫାର୍ମାସୁଟିକଲସ୍‌ ଲିମିଟେଡ ପରି ପ୍ରମୁଖ କମ୍ପାନୀକୁ ମଞ୍ଜୁରୀ ମିଳିଥିବା ନେଇ ସୂଚନା ରହିଛି। ତେବେ ବର୍ତ୍ତମାନ ସମୟରେ ଏ ସବୁ କମ୍ପାନୀ ଗୁଡ଼ିକ ଭାରତରେ କିଛି ଔଷଧର କଞ୍ଚାମାଲ ପ୍ରସ୍ତୁତ କରିବେ ଆଉ ଯାହାଫଳରେ ଅଧିକ ଲୋକ ଚାକିରି ପାଇବେ। କେବଳ ଚାକିରି ପାଇବେ ତାହା ନୁହେଁ ଦେଶର ନିଯୁକ୍ତିହାର ମଧ୍ୟ ଏହାରି ମାଧ୍ୟମରେ ବଢ଼ିବ।

କେନ୍ଦ୍ରର ଏପରି ନିଷ୍ପତ୍ତି ପରେ ଦେଶରେ ଅନେକ ନୂଆ ପ୍ଲାଣ୍ଟ ପ୍ରସ୍ତୁତ ହେବ ବୋଲି ଜଣାଯାଇଛି। ଆଉ ଏହି ପ୍ଲାଣ୍ଟ ଲାଗି ପାଖାପାଖି ୩୭୬୧ କୋଟି ଟଙ୍କା ଖର୍ଚ୍ଚ ହେବ। ଏହାରି ଫଳରେ ପାଖାପାଖି ୩୮୨୫ ପଦରେ ନିଯୁକ୍ତି ପାଇବେ ଦେଶର ଯୁବକ ଓ ଯୁବତୀ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଦେଶରେ କଂଚାମା ତିଆରି ହେଉଥିବା କାରଣରୁ ଔଷଧ ଗୁଡ଼ିକର ଦର ମଧ୍ୟ ଭାରତୀୟ ବଜାରେ ବେଶ୍ ହ୍ରାସ ପାଇବ। ଏହି ସବୁ ପ୍ଲାଣ୍ଟରେ ବ୍ୟବସାୟିକ ଉତ୍ପାଦନ ୨୦୨୩ ଏପ୍ରିଲ ୧ରୁ ଆରମ୍ଭ ହେବାର ସମ୍ଭାବନା ରହିଛି। ଏହାସହ ଭାରତୀୟ ଔଷଧ ଶିଳ୍ପ ହେୁଛି ବିଶ୍ୱର ତୃତୀୟ ବୃହତ୍ତମ ଔଷଧ ଶିଳ୍ପ। ଆମେରିକା ଓ ୟୁରୋପୀୟ ସଂଘ ଦେଶ ମଧ୍ୟରେ ଭାରତ ଏକ ବଡ଼ ସ୍ଥାନ ଅଧିକାର କରିଛି। ତେଣୁ ଔଷଧର ଦାମ କମ ହେବା କଥା ଶୁଣିଲେ ଭାରତୀୟମାନେ ଖୁସି ହେବା ସ୍ୱାଭାବିକ କଥା।

ତେବେ ମୋଟ ଉପରେ କହିବାକୁ ଗଲେ , ଭାରତରେ ବର୍ତ୍ତମାନ ସମୟରେ ଅଧିକାଂଶ ଲୋକ ପ୍ରତିଦିନ ମେଡିସିନ ଖାଉଛନ୍ତି। ଆଉ ଔଷଧର ଦାମ ମଧ୍ୟ କିଛି କମ ରହୁନାହିଁ। କହିବାକୁ ଗଲେ, ଅଧା ରୋଜଗାର କେବଳ ଔଷଧରେ ପଳାଉଛି। କାରଣ ବର୍ତ୍ତମାନ ସମୟରେ ହାର୍ଟ ଆଟାକ୍, ପାରାଲିସିସ, ବ୍ରେନ ଷ୍ଟ୍ରୋକ୍, କ୍ୟାନସର ଓ କିଡ଼ନୀ ସହ ଅନେକ ଭୂତାଣୁ ଜନିତ ରୋଗ ହୁ ହୁ ହୋଇ ବ୍ୟାପିବାରେ ଲାଗିଛି। ତେଣୁ ଏପରି ମାରାତ୍ମକ ରୋଗରୁ ରକ୍ଷା କରିବାକୁ ଯେଉଁ ଔଷଧ ତିଆରି ହେଉଛି ତାହାର ଦାମ ମଧ୍ୟ ବଦୁ ଅଧିକ ରହିଛି। ଆଉ ଏପରି ସମୟରେ ଔଷଧର ଦର କମାଇବାକୁ କେନ୍ଦ୍ରର ନିଷ୍ପତ୍ତିକୁ ନିଶ୍ଚିତ ଲୋକମାନେ ସ୍ୱାଗତ କରିବେ।

You might also like