ପଦ୍ମ ନାଡ଼ରୁ ମାସ୍କ ତିଆରି କରୁଛନ୍ତି ଯୁବତୀ, ମୋଦି କଲେ ପ୍ରଶଂସା

ନୂଆଦିଲ୍ଲୀ: ମଣିପୁରର ବିସ୍‌ନୁପୁର ଜିଲ୍ଲାର ଜଣେ ୨୭ବର୍ଷୀୟ ମହିଳା ପଦ୍ମ ନାଡରୁ ସୂତା ଏବଂ କପଡା ତିଆରି କରିଛନ୍ତି। ବର୍ତ୍ତମାନ ସେ ସେହି କପଡାରୁ ମାସ୍କ ତିଆରି କରିବାର ଏକ ନିଆରା ପ୍ରୟାସ କରୁଛନ୍ତି। ମହିଳା ଜଣଙ୍କ ନାଁ ଟୋଙ୍ଗବ୍ରାମ ବିଜୟଶାନ୍ତି। ସେ ପ୍ରସିଦ୍ଧ ଲୋକଟକ ହ୍ରଦ ନିକଟରେ ଥିବା ଥାଙ୍ଗା ଟୋଙ୍ଗବ୍ରାମ ଅଞ୍ଚଳର ରହୁଛନ୍ତି।

କରୋନା ମହାମାରୀ ସମୟରେ ଯେତେବଳେ ଲୋକମାନେ ଆର୍ଥିକ ଅନଟନରେ ଗତି କରୁଥିଲେ ଏବଂ ବୃତ୍ତି ହରାଉଥିଲେ, ସେ ସମୟରେ ବିଜୟଶାନ୍ତି ଏମିତି ଏକ ନିଆରା ଉପାୟରେ ରୋଜଗାର କରୁଛନ୍ତି। କେବଳ ସେ ଏକା ନୁହନ୍ତି ୧୫ ଜଣ ମହିଳା ତାଙ୍କ ସହ ଏହି ପ୍ରକଳ୍ପରେ ଜଡ଼ିତ ଅଛନ୍ତି। ଆହୁରି ୨୦ଜଣ ମହିଳାଙ୍କୁ ସେ ତାଲିମ ଦେଉଛନ୍ତି।

ବିଜୟଶାନ୍ତି କହିଛନ୍ତି ଯେ, ସେ ୨୦୧୮-୧୯ ରେ ବ୍ୟବସାୟ ଆରମ୍ଭ କରିବା ପାଇଁ ପଦ୍ମ ନାଡ଼ରୁ ସୂତା ଏବଂ କପଡ଼ା ତିଆରି କରିଥିଲେ। ତାଙ୍କ ଉତ୍ପାଦନ ଗୁଜୁରାଟ ଲାବୋରେଟୋରୀକୁ ପଠାଯାଇଥିଲା, ସେଠାରୁ ସେ ସବୁଜ ସଙ୍କେତ ପାଇଥିଲେ।
ଉଦ୍ଭିଦ ବିଜ୍ଞାନରେ ସ୍ନାତକ କରିଥିବା ଶାନ୍ତି କହିଛନ୍ତି ଯେ, ମୁଁ ଉତ୍ପାଦନ ପ୍ରଣାଳୀ ବିଷୟରେ ପ୍ରାୟତ ଇଣ୍ଟରନେଟରୁ ଜାଣିଥିଲି ଏବଂ ମୋର ଜଣେ ଶିକ୍ଷକ ମୋତେ ଏହାକୁ ଜୀବିକାର ଉତ୍ସ କରିବାକୁ କହିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ରେଡିଓ କାର୍ଯ୍ୟକ୍ରମ ‘ମନ୍ ‌କି ବାତ୍’ରେ‌ ବିଜୟଶାନ୍ତିଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି। ମଣିପୁରର ମୁଖ୍ୟମନ୍ତ୍ରୀ ଏନ୍‌ ବିରେନ ସିଂହ ଟ୍ୱିଟ୍ କରି ବିଜୟଶାନ୍ତିଙ୍କ ସୂତା ଏବଂ କପଡ଼ା ତିଆରି ଉଦ୍ୟମକୁ ପ୍ରଶଂସା କରିଛନ୍ତି।

ସେ ଟ୍ୱିଟ୍ କରି କହିଛନ୍ତି ଯେ, “ମନ୍ କି ବାତ୍‌ରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଣିପୁରର ବିଜୟଶାନ୍ତିଙ୍କୁ ପଦ୍ମ ନାଡ଼ରୁ ସୂତା ତିଆରି କରିଥିବାରୁ ପ୍ରଶଂସା କରିଥିଲେ। ତାଙ୍କର ଏହି ପ୍ରୟାସ ପଦ୍ମ ଚାଷ ଏବଂ ବୟନ ଶିଳ୍ପର ନୂତନ ଦିଗ ଖୋଲିଛି। ପଦ୍ମ ନାଡରୁ ତିଆରି ପୋଷାକର ବିଦେଶରେ ବହୁତ ଚାହିଦା ଅଛି।”

 

ଆହୁରି ପଢ଼ନ୍ତୁ

ମୁହଁରେ ପ୍ଲାଷ୍ଟିକ୍‌‌ ମାସ୍କ ଲଗାଇ ରାସ୍ତାରେ ବୁଲିଲେ ଲୋକ, ଭିଡିଓ ଭାଇରାଲ୍‌

NEET Result: ସୋଏବଙ୍କ ପରି ଇଏ ବି ରଖିଛନ୍ତି ଶତପ୍ରତିଶତ ମାର୍କ

ରୋଗୀ ସେବାରେ ବ୍ରତୀ ରାଜ୍ୟପାଳ

ପୁରୁଣା ଇଂଜିନ୍‌ ବ୍ୟବହାର କରି ୪ ଚକିଆ ଗାଡି ତିଆରି କଲେ ଇଂଜିନିୟରିଂ ଛାତ୍ର

ଆଦିବାସୀ ପିଲାଙ୍କୁ ପଢାଇବାର ନିଆରା ପ୍ରୟାସ: ନିଜ ଖର୍ଚ୍ଚରେ ସ୍କୁଲ୍‌ କାନ୍ଥରେ ଚିତ୍ର କଲେ ଶିକ୍ଷକ

ସ୍କୁଟି ଉପରେ ଖାଇବା ଦୋକାନ: ଟଙ୍କା ନଥିଲେ ମାଗଣା ଖାଇପାରିବେ ଗ୍ରାହକ

ଅଳିଆ ଗଦାରେ ଭେଟ: ଭୋକିଲା ଦେଖି ୩୦୦କୁକୁରକୁ ଘରକୁ ନେଇଆସିଛନ୍ତି ମହିଳା

୫ବର୍ଷ ବୟସରେ ବିବାହ କରିଥିଲେ ବାବା: କହିଲେ, ସ୍ତ୍ରୀର ପ୍ରେମ ଦିଏ ଲଢିବାକୁ ସାହାସ

ଲକ‌ଡାଉନ୍‌ ସଂଘର୍ଷ ଥିମ୍‌ରେ ଏଥର ଦୁର୍ଗା ମେଢ

ପିପିଇ କିଟ୍‌ ପିନ୍ଧି‌ ଦାଣ୍ଡିଆ ନାଚିଲେ ପିଲା, ଭିଡ଼ିଓ ଭାଇରାଲ୍‌

ଆଜିଠୁ ଆରମ୍ଭ ମହାନବରାତ୍ର ପୂଜା; ଜାଣନ୍ତୁ, କେଉଁଦିନ ମା’ଙ୍କର କେଉଁ ସ୍ୱରୂପକୁ ପୂଜା କରାଯାଏ

ଓଟିଭି ପ୍ରତି କାହିଁକି ଏତେ ଆକ୍ରୋଶ ?

You might also like