ଜଳଖିଆରେ ଚୁଟି ପଡିଥିବା ଦେଖି ପତ୍ନୀଙ୍କୁ ଲଣ୍ଡା କଲେ ସ୍ୱାମୀ !

ଢାକା : ଜଳଖିଆରେ ଚୁଟି ପଡିଥିବା ଦେଖି ଜଣେ  ବଙ୍ଗୀୟ ବ୍ୟକ୍ତି ନିଜ ପତ୍ନୀଙ୍କ ସହ କରିଛନ୍ତି ଅଜବ କାଣ୍ଡ। ପତ୍ନୀଙ୍କର ମୁଣ୍ଡକୁ ସଂପୂର୍ଣ୍ଣ ଲଣ୍ଡା କରିଦେଇଛନ୍ତି । ଆଉ ଏହି ଘଟଣାରେ ବାଂଲାଦେଶ ପୁଲିସ୍‌ ଏହି ବ୍ୟକ୍ତିଙ୍କୁ ଗିରଫ କରିଛି । 

ଜୟପୁରହାଟ ଠାରେ ଚଢ଼ଉ କରି ପୁଲିସ୍‌ ଅଭିଯୁକ୍ତ ବବୁଲ ମଣ୍ଡଳଙ୍କୁ ଗିରଫ କରିଛନ୍ତି। ଗାଁ ଲୋକଙ୍କ ସୂଚନା ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ପୁଲିସ୍‌ କହିବା ଅନୁଯାୟୀ, ପତ୍ନୀଙ୍କ ପ୍ରସ୍ତୁତ ସକାଳ ଜଳଖିଆରେ ଏକ ଚୁଟି ଦେଖିବାକୁ ମିଳିଥିଲା। ଏହାପରେ ସେ ରାଗିଯାଇଥିଲେ ଏବଂ ଏଥିପାଇଁ ପତ୍ନୀଙ୍କୁ ଦାୟୀ କରିଥିଲେ। ଏହାପରେ ସେ ଏକ ବ୍ଲେଡ୍‌ ନେଇ ଜୋର ଜବରଦସ୍ତ ଲଣ୍ଡା କରିଦେଇଥିଲେ।

ବର୍ତ୍ତମାନ ବବଲୁଙ୍କ ନାମରେ ଯେଉଁ ମାମଲା ରୁଜୁ କରାଯାଇଛି ଏଥିରେ ୧୪ ବର୍ଷ ଯାଏ ଜେଲ ହେବ। ସାମାଜିକ କର୍ମୀମାନେ କହିଛନ୍ତି, ଏହା ଦର୍ଶାଉଛି କିଭଳି ବାଂଲାଦେଶରେ ନିର୍ଯାତନା ବଢ଼ିବାରେ ଲାଗିଛି। ଆଉ ଏ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଆହୁରି ପଢ଼ନ୍ତୁ

ପୁଣି ଚର୍ଚ୍ଚାରେ ରିଟର୍ଣ୍ଣିଂ ଅଫିସର

କମ୍‌ଦାମରେ ଖୁବ୍‌ଶୀଘ୍ର ଲଞ୍ଚ୍ ହେବ ଏହି ଆଇଫୋନ୍‌; ଆପଣ ବି କିଣିପାରିବେ

ଇଣ୍ଟର୍‌ନେଟ୍‌ ଓ ସିମ୍‌ ଅନ୍‌ ରହିବ କିନ୍ତୁ କଲ୍‌ ଆସିବନି ଚାହୁଁଛନ୍ତି ? ଜାଣନ୍ତୁ ସିକ୍ରେଟ୍‌ ଟ୍ରିକ୍ସ

ଏସ୍‌ପି ଅଫିସ ଆଗରେ ଜୋତା ସଫା କରୁଛନ୍ତି ଅବସରପ୍ରାପ୍ତ ଏସ୍‌ପି

ଦାଦାଙ୍କ ପ୍ରେମ କାହାଣୀ : ନିଜର ପ୍ରେମିକାଙ୍କୁ ଉଠାଇ ନେଇ ପଳାଇଥିଲେ ସୌରଭ

ଅସରପା ଟାଣୁଛି ସିଗାରେଟ୍‌ ! ଭିଡିଓ ଭାଇରାଲ

ଘରେ ବସି ଶସ୍ତାରେ ଗିଫ୍ଟ କରନ୍ତୁ 4G ଫୋନ୍‌

ରାଜଧାନୀରେ ପାର୍କିଂ କେଳେଙ୍କାରୀ

ବାଳିକା ବିଦ୍ୟାଳୟକୁ କମ୍‌ ବୟସର ପୁରୁଷ ଶିକ୍ଷକଙ୍କୁ ମନା !

ବିସ୍ମୟ ବାଳିକାଙ୍କ ଅବିଶ୍ୱସନୀୟ କାର୍ଯ୍ୟ, ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ରେ ସ୍ଥାନ ପାଇଲେ

ଲୁଟିବା ବଦଳରେ ବୃଦ୍ଧାଙ୍କ ମଥାରେ ଚୁମ୍ବନ ଦେଲେ ଲୁଟେରା

ପ୍ରଭାବଶାଳୀ ମହିଳା ତାଲିକାରେ ଓଡ଼ିଆ ଝିଅ ସୁସ୍ମିତା

You might also like