ପ୍ରେମ ନିବେଦନର ଅଦ୍ଭୁତ ତରିକା

ପ୍ରେମିକାଙ୍କ ଗାଈ ସାଜିଲା ମାଧ୍ୟମ

ନୂଆଦିଲ୍ଲୀ: ଯେତେବେଳେ ନିଜ ଗାର୍ଲଫ୍ରେଣ୍ଡଙ୍କୁ ପ୍ରପୋଜ୍‌ କରିବା କଥା ଆସେ, ପ୍ରେମିକମାନେ ସେତେବେଳେ ବିଭିନ୍ନ ନୂଆ ନୂଆ କୌଶଳ ଆପଣେଇଥାନ୍ତି। ଝିଅଟି ମୁଁହରୁ ହଁ ଶୁଣିବା ପାଇଁ ପୁଅମାନେ ବିଭିନ୍ନ ଉପାୟ ଆପଣାଇଥିଲେ ବି ବହୁତ ଥର ତାଙ୍କୁ ଏଥିରେ ସଫଳତା ମିଳିନଥାଏ। କାରଣ ଝିଅମାନେ ସର୍ବଦା ଚାହାନ୍ତି ସେମାନଙ୍କୁ ଭଲପାଉଥିବା ପିଲା ଜଣଙ୍କ ଜଣେ ନିଆରା ମଣିଷ ହେବା ସହିତ ସଚ୍ଚୋଟ ହୋଇଥାନ୍ତୁ।

ଏବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ଯାହା ଜାଣିଲେ ଲୋକମାନେ ହସି ହସି ବେଦମ ହେବେ। ଜଣେ ଲୋକ ନିଜ ପ୍ରେମକୁ ଜାହିର କରିବା ପାଇଁ ଗୋଟେ ଗାଈର ସାହାରା ନେଇଛନ୍ତି। ଏଥିରେ ଗାଈ ମଧ୍ୟ ତାଙ୍କୁ ସାହଯ୍ୟ କରିଛି। ଲୋକଜଣଙ୍କ ହେଲେ କ୍ରିସ୍‌ ଗୋସ୍‌ପେଲ୍‌। ଯିଏକି ଏକ ନିଆରା ଢ଼ଙ୍ଗରେ ତାଙ୍କ ଗାର୍ଲଫ୍ରେଣ୍ଡଙ୍କୁ ପ୍ରେମ ନିବେଦନ କରିଛନ୍ତି। ଆଉ ଏଥିରେ ସଫଳ ବି ହୋଇଛନ୍ତି।

କ୍ରିସ୍‌ଙ୍କ ଗାର୍ଲଫ୍ରେଣ୍ଡ୍‌ ଗୋଟେ ଗାଈକୁ ବହୁତ ଭଲ ପାଉଥିଲେ। ଏଥିସହିତ ସେ ସେଇ ଗାଈ ସହ ବହୁତ ସମୟ କାଟିବା କ୍ରିସ୍‌ ଦେଖିଥିଲେ। ଏକଥା ସେ ଜାଣିବା ପରେ ସେଇ ଗାଈ ଦେହରେ  “will you marry me” ଲେଖି ତାଙ୍କୁ ପ୍ରପୋଜ୍‌ କରିଥିଲେ। ଯାହାକି ତାଙ୍କ ପ୍ରେମିକା ହୃଦୟକୁ ଛୁଇଁପାରିଥିଲା, ଓ ସେ ତାଙ୍କ ପ୍ରସ୍ତାବରେ ହଁ କରିଥିଲେ।

You might also like