ଅଜଗର ମୁହଁରୁ ଏମିତି ବର୍ତ୍ତିଗଲା ହରିଣ

ନୂଆଦିଲ୍ଲୀ: ଜଙ୍ଗଲର ଦ୍ରୁତ ହରିଣକୁ ମାଡ଼ିବସିଥିଲା ବିରାଟ ଅଜଗର। ଧୀରେ ଧୀରେ ହରିଣର ଶ୍ୱାସରୁଦ୍ଧ ହେଉଥିଲା।  ଏତିକିବେଳେ ଜଣେ ବ୍ୟକ୍ତି ଆସି ଅଜଗରକୁ ଘଉଡ଼ାଇବା ସହିତ ହରିଣର ଜୀବନ ବଞ୍ଚାଇଲେ। ଏମିତି ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍ ହେବା ପରେ ଏହାକୁ ନେଇ ନାନା ମତ ଦେଖିବାକୁ ମିଳୁଛି। ଅନେକ ଏହାକୁ ଠିକ୍ ଭୁଲ୍‌ର ମାପ କାଠିରେ ମାପୁଥିବା ବେଳେ କେହି କେହି ଏହି ଦୃଶ୍ୟକୁ ବିପଦଜନକ ବୋଲି କହିଛନ୍ତି।

ବିନୀତ ବିଶିଷ୍ଟ ନାମକ ଜଣେ ବ୍ୟକ୍ତି ଟ୍ୱିଟର୍‌ରେ ଏହି ଭିଡିଓଟିକୁ ଶେୟାର କରିଥିଲେ। ଭିଡିଓରେ ସାପଟି ହରିଣକୁ ନିଜ ଫାସରେ ଭିଡ଼ି ତାକୁ ମାରି ଗିଳିବା ଉଦ୍ଦେଶ୍ୟରେ ରହିଛି। ଏହି ସମୟରେ ଜଣେ ବ୍ୟକ୍ତି ହରିଣ ପାଖକୁ ଆସି ଗୋଟେ ଗଛ ଡାଳରେ ଅଜଗରକୁ ଧୀରେ ଧୀରେ ପିଟି ହରିଣକୁ ବଞ୍ଚାଇବାକୁ ଚଷ୍ଟା କରୁଛନ୍ତି। ବାରମ୍ବାର ଚେଷ୍ଟା କରିବା ପରେ ଅଜଗରଟି ହରିଣକୁ ଛାଡ଼ି ବୁଦା ଭିତରକୁ ପଶି ଯିବା ପରେ ହରିଣଟି ସେଠାରୁ ଜୀବନ ବିକଳରେ ଦଉଡ଼ି ପଳାଇ ଯାଉଛି।

ଏହି ଭିଡିଓ ଟ୍ୱିଟର୍‌ରେ ଅପ୍‌ଲୋଡ କରିବା ସହିତ ‘ଆପଣ କ’ଣ ଭାବୁଛନ୍ତି ? ବ୍ୟକ୍ତି ଜଣକ ଠିକ୍ କରିଛନ୍ତି କି ନାହିଁ ? ’ ବୋଲି କ୍ୟାପସନ୍ ଦେଇଛନ୍ତି ବିନୀତ। ବିନୀତିଙ୍କ ସୂଚନାନୁସାରେ ଭିଡିଓଟି ଉତ୍ତରାଖଣ୍ଡର ଜିମ୍‌ କୋରବେଟ୍‌ ନ୍ୟାସ୍‌ନାଲ୍‌ ପାର୍କର।ଟ୍ୱିଟର୍‌ରେ ଅପ୍‌ଲୋଡ ହେବା ମାତ୍ରେ ଭିଡିଓଟି ଭାଇରାଲ୍‌ ହେବାରେ ଲାଗିଛି। ଏପର୍ଯ୍ୟନ୍ତ ୧୮ ହଜାରରୁ ଉର୍ଦ୍ଧ୍ୱ ଲାଇକ୍ ମିଳିଥିବା ବେଳେ ଅନେକ ନେଟିଜେନ୍ସ ବିନୀତଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି।

ଆହୁରି ପଢ଼ନ୍ତୁ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

You might also like