ଖାଇବା ଥିଲେ ଦିଅ, ନଥିଲେ ନେଇଯାଅ ! ଭେ।କିଲାଙ୍କ ପେଟ ଭରୁଛି ନୀଳ ରଙ୍ଗର ଫ୍ରିଜ୍ : ଉଦାର ମନ ନେଇ ପ୍ରୟାସ ଆରମ୍ଭ କରିଛନ୍ତି ଆହାନ୍ ଖାନ୍

ବିଶ୍ୱର ନିଆରା ଫ୍ରିଜ୍ । ମା’ ଅନ୍ନପୂର୍ଣ୍ଣାଙ୍କ ଆଶିର୍ବାଦ । ଖାଲି ହେଉନି ଫ୍ରିଜ୍ । ଭେ।କିଲାଙ୍କ ପେଟକୁ ଦାନା ଦେଉଛି

ଭେ।କିଲାଙ୍କ ପେଟ ଭରୁଛି ନୀଳ ରଙ୍ଗର ଫ୍ରିଜ୍ । ଆଉ ପରଦା ପଛର ନାୟକ ସାଜିଛନ୍ତି ଆହାନ୍ ଖାନ୍ । ପେଟ ପୂରାଇ ଦୁଇ  ବେଳା ଦୁଇ ମୁଠା ଖାଇପାରୁନଥିବା ଲେ।କଙ୍କ ପାଇଁ କୌଣସି ଦେବଦୂତଙ୍କ ଠାରୁ କମ୍ ନୁହଁନ୍ତି ଏହି ମହାନ୍ ମଣିଷ ଜଣକ । ମାନବ ସେବା ହିଁ ମାଧବ ସେବା, ଏହି କଥାକୁ ସେ ଭଲଭାବେ ଅନୁଭବ କରିପାରିଛନ୍ତି । ହଂକଂ ଜେ।ର୍ଡ଼ାନର ବୁମନଷ୍ଟ୍ରିଟରେ ଆହାନ ଆରମ୍ଭ କରିଛନ୍ତି ଏହି ଅଭିନବ ପ୍ରୟାସ । ମାଗଣାରେ ଫ୍ରିଜରୁ ଖାଇବା ବେ।ହି ନେଉଛନ୍ତି ଲେ।କେ । ଆଉ  ସାହାଯ୍ୟ ମନେ।ବୃତ୍ତି ନେଇ ଆରମ୍ଭ କରିଥିବା ଏହି ପ୍ରୟାସ ପାଇଁ ଚାରିଆଡ଼ୁ ପ୍ରଶଂସା ସାଉଣ୍ଟୁଛନ୍ତି ସେ । ଧନରେ ନୁହଁ ମନରେ ଧନୀ ସାଜି ଅସହାୟଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି ।

ତେବେ ଏଇଠି ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ରାସ୍ତା ଉପରେ ଫ୍ରିଜରେ ଖାଦ୍ୟ ରଖିବାର ଯଥାର୍ଥତା କ’ଣ ?  ସଧାରଣତଃ ଲେ।କେ ଘରକୁ ଫେରିବା ମାତ୍ରେ ସର୍ବପ୍ରଥମେ ଫ୍ରିଜ୍ ଖେ।ଲି ଖାଇବା ସାମଗ୍ରୀ ଖେ।ଜନ୍ତି, କିମ୍ବା ପାଣି ପିଇବା ପାଇଁ ପସନ୍ଦ କରନ୍ତି । ଖାଦ୍ୟ ସହିତ ଫ୍ରିଜର ରହିଛି ଏକ ନିବିଡ଼ ସମ୍ପର୍କ । ଏହି କ୍ରମରେ ଲେ।କଙ୍କୁ ସାହାଯ୍ୟ କରିବାକୁ ଜେ।ର୍ଡ଼ାନରେ ଆହାନ୍ ଖାନ୍ ମାନବିକତାର ବଡ଼ ଉଦାହରଣ ପାଲଟି ଫ୍ରିଜରେ ଖାଦ୍ୟ ରଖି ସାହାଯ୍ୟ କରୁଛନ୍ତି । ଦୁଃଖୀ, ଦୈନ୍ୟ ଓ ଭେ।କିଲାଙ୍କ ପାଇଁ ରାସ୍ତାର ଏକ ନୀଳ ରଙ୍ଗର ଫ୍ରିଜ ରଖି ମାଗଣାରେ ଖାଦ୍ୟ ବଣ୍ଟନ କରୁଛନ୍ତି ।

ଏହି ନୀଳ ଫ୍ରିଜରେ ନୁଡ଼ଲ୍ସ, ବିସ୍କୁଟ ଓ ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ରଖାହେ।ଇଥାଏ । କେବଳ ଖାଦ୍ୟ ନୁହେଁ ଫ୍ରିଜ୍ ନିକଟରେ ଦୁଃଖୀରଙ୍କୀଙ୍କ ପାଇଁ ମେ।ଜା ଓ ତଉଲିଆ ମଧ୍ୟ ରଖାଯାଇଥାଏ । ଯାହାର ଦରକାର ସେହି ସାମଗ୍ରୀ ଗୁଡ଼ିକ ବିନା ଦ୍ୱିଧା ତଥା ବିନା ଟଙ୍କାରେ ନେଇଯାଇ ପେଟ ଭରିବା ସହ ଶୀତରୁ ରକ୍ଷା ପାଇପାରିବ । ଏବଂ ଯେଉଁମାନେ ଅନ୍ୟ ଲେ।କଙ୍କୁ ସାହାଯ୍ୟ କରିବାକୁ ଚାହାନ୍ତି ସେମାନେ ସେହି ଫ୍ରିଜରେ ରଖିପାରିବ ଖାଦ୍ୟ ସାମଗ୍ରୀ ।

ରିପେ।ର୍ଟ ଅନୁସାରେ ବୁମନସଙ୍ଗ ଷ୍ଟ୍ରିଟରେ ଏକ ସ୍ପେ।ଟସ ଫାଉଣ୍ଡେସନର ସଂସ୍ଥାପକ ଅଟନ୍ତି ଆହାନ୍ ଖାନ୍ । ତେବେ ସିନେମାରୁ ପ୍ରେରଣା ପାଇ  ସେ ଦୁଃଖିଲେ।କଙ୍କୁ ସାହାଯ୍ୟ କରିବାକୁ ମନ ବଳାଇଥିଲେ । ସାହାଯ୍ୟ ମନେ।ବୃତ୍ତି ନେଇ ଏକ ଫ୍ରିଜ ରାସ୍ତାରେ ରଖିଦେଇ ତାକୁ ନୀଳ ରଙ୍ଗରେ ରଙ୍ଗେଇ ଦେଲେ  । ଆଉ ଫ୍ରିଜରେ ଲେଖିଦେଲ ଫ୍ରି ଫୁଡ଼୍ ।  ଯେଉଁ ଲେ।କ ପାଖରେ ଖାଦ୍ୟର ଅଭାବ ରହିଛି, ସେ ଫ୍ରିଜ ଖେ।ଲି ଖାଦ୍ୟ ଖାଇପାରିବ । କାରଣ ଦିନରାତି ୨୪ ଘଂଟା ଖେ।ଲା ରହୁଛି ଫ୍ରିଜ୍ ।

ଏ ସମ୍ପର୍କରେ ଆହାନ୍ ଖାନ କହନ୍ତି, ଆପଣ ଘରକୁ ଗଲେ ପ୍ରଥମେ ଖାଦ୍ୟ ଖାଇବା ପାଇଁ ଫ୍ରିଜ ଖେ।ଲନ୍ତି । ଏଥିପାଇଁ ମୁଁ ଚାହେଁ ଲେ।କେ ଏହି ଫ୍ରିଜ ଖେ।ଲିଲେ ସମାନ ଅନୁଭବ କରନ୍ତୁ । ଫ୍ରିଜ୍ ଥିବା ସଡ଼କରେ ଚାଲୁଥିବା ସମସ୍ତ ଲେ।କ ଗାଟିଏ ପରିବାରର ଚିନ୍ତା କରିବା ଉଚିତ୍ । ଆଉ ରାସ୍ତାରେ ରଖାଯାଇଥିବା ଫ୍ରିଜ ନିଜ ଘରେ ଥିବା ଫ୍ରିଜ ବେ।ଲି  ଚିନ୍ତା କରନ୍ତୁ । ମନରେ କୌଣସି ଦ୍ବିଧା ନରଖି ଆବଶ୍ୟକ ବେଳେ ମନଇଚ୍ଛା ଖାଇବା ସାମଗ୍ରୀ ନେଇଯାଅ, ଆଉ ଆବଶ୍ୟକ ଠାରୁ ଅଧିକ ଖାଦ୍ୟ ନିଜ ପାଖରେ ଥିଲେ ଭେ।କିଲା ଦୁଃଖୀଙ୍କ ପାଇଁ ରଖିଦେଇ ଯାଆନ୍ତୁ ।

ଏବେ ଏହି ନୀଳ ଫ୍ରିଜ ବିଷୟରେ ସମସ୍ତେ ଭଲଭାବରେ ଅବଗତ । ଏବଂ ନୀଳ ଫ୍ରିଜ ଫଛର ନାୟକଙ୍କ
ଫଟେ। ଏବେ ଇଂଟରନେଟରେ ଭାଇରାଲ ହେବାରେ ଲାଗିଛି । ଲେ।କଙ୍କ କହିବା ଅନୁସାରେ, ଭଲ କର୍ମ କରିବା ପାଇଁ ସଫଳ ମଣିଷ କିମ୍ବା ଧନୀ ହେବାର ଆବଶ୍ୟକ  ନୁହେଁ । ଏଥିପାଇଁ ଆବଶ୍ୟକ କେବଳ ଏକ ନିର୍ମଳ ମନର । ଏକ ଛେ।ଟ ପ୍ରୟାସରୁ ମଧ୍ୟ ଆମେ ଲେ।କଙ୍କୁ ସାହାଯ୍ୟ କରିପାରିବା  ।

 

You might also like