ନଗଡ଼ା ପରେ ଏବେ ମନୋହରପୁରରେ ଅପପୁଷ୍ଟି ଘଟଣା

ଖାଦ୍ୟାଭାବରୁ ଗାଁର ୩ଶିଶୁଙ୍କ ଅବସ୍ଥା ଗୁରୁତର

ଯାଜପୁର  : ଗୋଟେ ପଟେ ଖାଦ୍ୟାଭାବ , ଅନ୍ୟପଟେ ଛପର ନଥିବା ଘରେ ପଡିରହିଛନ୍ତି ୩ ଶିଶୁ । ଶୁଖିଲା ମୁହଁ, ଭୋକିଲା ପେଟ ବଖାଣୁଛି ଏମାନଙ୍କ ଦୁର୍ଦ୍ଦଶାର କାହାଣୀ। ଯାଜପୁର ଦାନଗଦୀ ବ୍ଲକ୍ ମନୋହରପୁର ଗାଁରେ ଏଇ ବେସାହାରା ପିଲାଙ୍କ ଅବସ୍ଥା ଦୋହରାଇଛି ନଗଡାର ଅପପୁଷ୍ଟି ଘଟଣାର ଚିତ୍ର। ଗାଁର ବେଣୁଧର ଦଳେଇ ଏବଂ ମିନତୀ ଦଳେଇଙ୍କ ପରିବାରର ଏମିତି ବାସ୍ତବ ଚିତ୍ର ଦେଖିବାକୁ ମିଳିଛି।

ବେଣୁଧର ଘର ଛାଡି ଚାଲିଯାଇଥିବାବେଳେ ମିନତୀଙ୍କ ମାନସିକ ସ୍ଥିତି ଭଲ ନଥିବାରୁ ତିନି ଛୁଅାଙ୍କ କଥା ବୁଝିବାକୁ କେହି ନାହିଁ। ଘଟଣା ସଂପର୍କରେ ଖବର ପାଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କ ଅବସ୍ଥା ଦେଖିବା ସହ ସମସ୍ତଙ୍କୁ ଯାଜପୁର ରୋଡ ପୁଷ୍ଟି ସାଧନ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ତେବେ ଭବିଷ୍ୟତରେ ଅାବଶ୍ୟକୀୟ ବ୍ୟବସ୍ଥା ଯୋଗାଇ ଦିଅାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବିଭାଗୀୟ ଅଧିକାରୀ।

ଗରିବ ଏବଂ ଅବହେଳିତ ପରିବାର ପାଇଁ ରହିଛି ଅନେକ ଯୋଜନା। ମାତ୍ର ସରକାରୀ କଳର ଏସବୁ ଯୋଜନା ଠିକ୍ ସମୟରେ ଲୋକଙ୍କ ପାଖରେ ପହଞ୍ଚି ପାରୁନଥିବା ଅଭିଯୋଗ ହୋଇଛି।

You might also like