ବସ୍ତିରେ ରହୁଥିବା ଏହି ଝିଅକୁ ମଡେଲ୍‌ କରିବାର ପ୍ରତିଶ୍ରୁତି ଦେଇଛନ୍ତି ହଲିଉଡ୍‌ ଅଭିନେତା ରୋବର୍ଟ

ନୂଆଦିଲ୍ଲୀ: ମୁମ୍ବାଇ ବାନ୍ଦ୍ରାର ବସ୍ତି ଅଞ୍ଚଳରେ ବାସ କରନ୍ତି ମଲିଶା ଖରୱା। ବୟସ ୧୨। ପାଲରେ ପ୍ରସ୍ତୁତ ଘରେ ପୁରା ପରିବାର ସହ ରହୁନ୍ତି ସେ। ଏହି ଧୂଳି ମାଟିର ଘର ଭିତରୁ କିନ୍ତୁ ମଲିଶା ଗୋଟେ ସୁନ୍ଦର ସ୍ୱପ୍ନ ସଜେଇଛନ୍ତି। ଜଣେ ସଫଳ ସୁପର ମଡେଲ୍‌ ହେବାର ସ୍ୱପ୍ନ ଦେଖିଛନ୍ତି ମଲିଶା। ଆଉ ଏଥିପାଇଁ ତାଙ୍କୁ ସାହାଯ୍ୟ କରିବାର ପ୍ରତିଶ୍ରୁତି ଦେଇଛନ୍ତି ହଲିଉଡ୍‌ ଅଭିନେତା ରୋବର୍ଟ ହୋଫ୍‌ମ୍ୟାନ୍‌। ଯାହାକୁ ନେଇ ଏବେ ବେଶ୍‌ ଚର୍ଚ୍ଚା ହେଉଛି।

ଚଳିତବର୍ଷ ଫେବୃଆରୀରେ ରୋବର୍ଟ ତାଙ୍କର ମ୍ୟୁଜିକ୍‌ ଭିଡ଼ିଓର ଶୁଟିଂ କରିବାକୁ ମୁମ୍ବାଇ ଆସିଥିଲେ। ସେ ସମୟରେ ମଲିଶାଙ୍କ ସହ ତାଙ୍କର ଭେଟ ହୋଇଥିଲା। ରୋବର୍ଟଙ୍କ ସହ କଥା ହେବା ସମୟରେ ମଲିଶା ମଡେଲ୍‌ ହେବାର ସ୍ୱପ୍ନ ରଖିଛନ୍ତି ବୋଲି ଜଣାଇଥିଲେ। ଏହାପରେ ରୋବର୍ଟ ଆଗକୁ ଏଥିପାଇଁ ତାଙ୍କୁ ସାହାଯ୍ୟ କରିବେ ବୋଲି କହିଥିଲେ।

ସେପଟେ ମଲିଶା ଇନ୍‌ଷ୍ଟାଗ୍ରାମରେ ରୋବର୍ଟଙ୍କ ସହ ଫଟୋ ଶେଆର କରିବା ପରେ ତାଙ୍କର ଫଲୋଅର୍ସ ସଂଖ୍ୟା ବଢିଚାଲିଛି। କେବଳ ଫଟୋ ନୁହେଁ, ରୋବର୍ଟଙ୍କ ସହ କଥାବାର୍ତ୍ତା ସମୟର ଭିଡ଼ିଓ ମଧ୍ୟ ସେ ଇନ୍‌ଷ୍ଟାଗ୍ରାମରେ ଶେଆର କରିଛନ୍ତି। ଗୋଟେ ଭିଡିଓରେ ମଲିଶା ରୋବର୍ଟଙ୍କୁ ହିନ୍ଦୀ ଶିଖାଉଥିବା ଦେଖିବାକୁ ମିଳିଛି। ହେଲେ ରୋବର୍ଟ ହିନ୍ଦୀ ଠିକ୍‌ ଭାବେ କହିପାରୁନାହାନ୍ତି।

ମଲିଶା-ରୋବର୍ଟଙ୍କ ଫଟୋ ଏବଂ ଭିଡ଼ିଓକୁ ଲୋକମାନେ ବେଶ୍‌ ପସନ୍ଦ କରୁଛନ୍ତି। ଏବେ ମିଲଶାଙ୍କର ଇନ୍‌ଷ୍ଟାଗ୍ରାମରେ ୨୩ହଜାରରୁ ଉର୍ଦ୍ଧ୍ୱ ଫଲୋଆର୍ସ ଅଛନ୍ତି।

You might also like