ବାଳିକା ବିଦ୍ୟାଳୟକୁ କମ୍‌ ବୟସର ପୁରୁଷ ଶିକ୍ଷକଙ୍କୁ ମନା !

ଜୟପୁର : ରାଜସ୍ଥାନ ସରକାରଙ୍କର ଅଜବ ପଦକ୍ଷେପ । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଆଉ ବାଳିକା ବିଦ୍ୟାଳୟରେ ପୁରୁଷ ଶିକ୍ଷକ ପଢ଼ାଇପାରିବେନି।

ସରକାରୀ ସ୍କୁଲରେ ବାଳିକାଙ୍କ ସହ ହେଉଥିବା ଅସଦାଚରଣକୁ ରୋକିବା ପାଇଁ ଶିକ୍ଷାମନ୍ତ୍ରୀ ଗୋବିନ୍ଦ ଡୋଟାସରା ଏପରି ଭିନ୍ନ ନିଷ୍ପତ୍ତି ନେଇଛନ୍ତି।  ଶୁକ୍ରବାର ଦିନ ଘୋଷଣା କରିଛନ୍ତି ଯେ, ବାଳିକା ବିଦ୍ୟାଳୟ ଗୁଡିକରେ ୫୦ ବର୍ଷରୁ କମ୍‌ ବୟସର ପୁରୁଷ ଶିକ୍ଷକଙ୍କୁ ପ୍ରବେଶ ନାହିଁ । ଏହି ଶିକ୍ଷକଙ୍କ ସ୍ଥାନରେ ମହିଳା ଶିକ୍ଷକଙ୍କୁ ନିଯୁକ୍ତ କରାଯିବ।

ରାଜ୍ୟ ସରକାରଙ୍କର ଏହି ନିଷ୍ପତ୍ତିକୁ ଅନେକ ବିଜ୍ଞ ବ୍ୟକ୍ତି ନାପସନ୍ଦ କରିଛନ୍ତି । ଆଉ କହିଛନ୍ତି ଏହା ସରକାରଙ୍କର ଅପରିପକ୍ୱତା ଓ ପିଲାଣିଆମି। କିନ୍ତୁ ଶିକ୍ଷାମନ୍ତ୍ରୀ ଏହା କହିଛନ୍ତି,  ଏହି ନିୟମ ସେତେବେଳେ ଲାଗୁ ହେବ , ଯେତେବେଳେ ଆମ ପାଖରେ ଅଧିକ ସଂଖ୍ୟକ ମହିଳା ଶିକ୍ଷକ ହେବେ।

ମିଳିଥିବା ସୂଚନା ମୁତାବକ, ନିକଟରେ ସ୍କୁଲ ଗୁଡ଼ିକରେ ଶିକ୍ଷକଙ୍କ ଦ୍ୱାରା ବାଳିକାଙ୍କୁ ଅସଦାଚଣ କରୁଥିବାର ନଜର ଆସିଛି । ଯେଉଁଥି ପାଇଁକି ଏଭଳି ପଦକ୍ଷେପ ଶିକ୍ଷା ବିଭାଗ ଉଠାଇଛି।

ଉଲ୍ଲେଖନୀୟ ଯେ, ବର୍ତ୍ତମାନ ରାଜସ୍ଥାନରେ ୬୮,୯୧୦ଟି ସ୍କୁଲ୍‌ରେ ଉଭୟ ବାଳକ -ବାଳିକା ମିଶି ପଢ଼ୁଛନ୍ତି। ୧୦୧୯ଟି ସ୍କୁଲ୍‌ରେ କେବଳ ବାଳିକା ମାନେ ପଢ଼ୁଛନ୍ତି। ସମୁଦାୟ୩.୮ ଲକ୍ଷ ଶିକ୍ଷକ ଥିବା ରାଜସ୍ଥାନରେ ପୁରୁଷ ଓ ମହିଳା ଶିକ୍ଷକଙ୍କ ଅନୁପାତ ୨:୧ ଅଟେ।

ଦେଖିବାକୁ ବାକି ରହିଲା ରାଜସ୍ଥାନ ସରକାରଙ୍କର ଏଭଳି ପଦକ୍ଷେପ ଛାତ୍ରୀ ଅସଦାଚରଣ ରୋକିବାରେ କେତେଦୂର ଫଳପ୍ରସୂ ହେଉଛି।

ଆହୁରି ପଢ଼ନ୍ତୁ

ଆକାଶରୁ ଏକ ମାସ ଧରି ନିଖୋଜ ହୋଇଯାଇଥିଲା ଜହ୍ନ

ଅଜଗର ମୁହଁରୁ ଏମିତି ବର୍ତ୍ତିଗଲା ହରିଣ

BSNLର ଜବରଦସ୍ତ ପ୍ଲାନ୍; ପ୍ରତିଦିନ ୨ଜିବି ଡାଟା ସହିତ ଅନ୍‌ଲିମିଟେଡ୍‌ କଲିଂ ସୁବିଧା

କରୋନା ଭୟରେ ବୃଦ୍ଧା ମା’ଙ୍କୁ ଘରେ ପୂରାଇ ଦେଲାନି ପୁଅ

‘ଘରେ ନାହିଁ ଦାନାକନା, ପୁଅ କହୁଛି ମୁଁ ରାଜେଶ୍ ଖାନ୍ନା’

୩ ମାସ ବିତିଲା, ତଥାପି ଡାକ୍ତରଖାନା ସମ୍ମୁଖରେ ମାଲିକଙ୍କୁ ଜଗିଛି କୁକୁର

ଜିଓ ଫାଇବର୍‌ର ଏହି ପ୍ଲାନ୍‌ରେ ମିଳୁଛି ଡବଲ୍‌ ଡାଟା

ଏଇ କୋଠାରେ ଗଚ୍ଛିତ ରହିଛି ୨୮ ଟନ୍ ସୁନା !

ନବଜାତକର ଚିକିତ୍ସା ପାଇଁ ଏ ଡାକ୍ତରଖାନାରୁ ସେ ଡାକ୍ତରଖାନା ଧାଇଁଲେ ବାପା, କେହି ଶୁଣିଲେନି

୬ ଫୁଟ ନୁହେଁ, ୨୦ ଫୁଟ ଦୂର ପର୍ଯ୍ୟନ୍ତ ବ୍ୟାପିପାରେ କରୋନା ଭାଇରସ୍‌

ମୃତ୍ୟୁର ଉପତ୍ୟକା-ଯେଉଁଠି ତାପମାତ୍ରା ୫୬.୭ ଡିଗ୍ରୀ

ଅଧିକ ଲୁଣ ଖାଉଛନ୍ତି କି ? ରହିଛି ଏସବୁ ବିପଦ

You might also like