ଏହି ଦେଶର ପୂର୍ବ ପ୍ରଧାନମନ୍ତ୍ରୀ କହିଲେ କି ଜେଜେମାଙ୍କର ଗହଣା ବିକିଲେ ବି ସୁଝି ହେବ ନାହିଁ ଚୀନ୍‌ର ଋଣ

ଚୀନ୍‌ର ଋଣ ଜାଲରେ ଫଶିଯାଇଥିବା ମାଳଦ୍ୱୀପ ପାଇଁ ଏବେ କରଜ ସୁଝିବା ଧିରେ ଧିରେ ଗମ୍ଭୀର ହୋଇଯାଉଛି। ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କ ପ୍ରକଳ୍ପ ୱାନ୍ ବେଲ୍ଟ ୱାନ୍ ରୋଡ୍‌ ନାଁରେ ବଢ଼ୁଥିବା ଋଣଭାରରେ ମାଳଦ୍ୱୀପ ଏବେ ଫଶି ଯାଇଛି।

ମାଳଦ୍ୱିପର ଅବସ୍ଥା ଏତେ ଖରାପ ହୋଇଯାଇଛି ଯେ, ସରକାରଙ୍କ ମୋଟ ଜାତୀୟ ଆୟର ୫୩ ପ୍ରତିଶତ ଅଂଶକୁ ଚୀନ୍‌ର କରଜ ସୁଝିବାରେ ଖର୍ଚ୍ଚ କରିବାକୁ ପଡ଼ିବ।

दादी की ज्लेवरी बेचकर भी नहीं चुका सकता चीन का कर्ज

ମାଳଦ୍ୱିପ ସୁଝୁଥିବା ସମୁଦାୟ କରଜର ୮୦ ପ୍ରତିଶତ ଟଙ୍କା ଚୀନ୍‌କୁ ଦିଆଯାଉଛି। ଯାହାକୁ ନେଇ ଏହି ଦେଶର ପୂର୍ବ ପ୍ରଧାନମନ୍ତ୍ରୀ ଚିନ୍ତା ପ୍ରକଟ କରିଛନ୍ତି।

ମାଳଦ୍ୱିପର ପୂର୍ବ ପ୍ରଧାନମନ୍ତ୍ରୀ ମହମ୍ମଦ ନଶିଦ୍‌ ଏହି ପରିସ୍ଥିତିକୁ ନେଇ ଟ୍ୱିଟରରେ ଏକ ପୋଷ୍ଟ ସେୟାର କରିଛନ୍ତି। ସେ ଏଥିରେ ଲେଖିଛନ୍ତି ଯେ ଏବେ ଆମେ ଆମ ଜେଜେମାଆର ଗହଣା ବିକି ମଧ୍ୟ ଚୀନ୍‌ର କରଜ ସୁଝିପାରିବା ନାହିଁ।

ମାଳଦ୍ୱିପ ସଂସଦର ବାଚସ୍ପତି ଟ୍ୱିଟ୍‌ କରି କହିଛନ୍ତି ଯେ ଆଜି ସଂସଦରେ ୨୦୨୧ ପାଇଁ ବଜେଟ୍‌ ଉପରେ ଚର୍ଚ୍ଚା କରାଯାଉଛି। ଯେଉଁଥିରେ କି ସରକାରଙ୍କର ବା ଦେଶର ମୋଟ ଆୟର ୫୩ ପ୍ରତିଶତ ଅର୍ଥ କେବଳ ଚୀନ୍‌ର କରଜ ସୁଝିବା ପାଇଁ ଖର୍ଚ୍ଚ କରାଯିବ।

ତେବେ ଏଥିରୁ ଜାଣି ହୋଉଛି ଯେ ଚୀନ୍‌ ୱାନ୍‌ ବେଲ୍ଟ ୱାନ୍‌ ରୋଡ୍‌ ପ୍ରକଳ୍ପ ମାଧ୍ୟମରେ ଆର୍ଥିକ ଅଭିବୃଦ୍ଧିର ବଡ଼ ବଡ଼ ସ୍ୱପ୍ନ ଦେଖାଇ ଲଗାତର ଭାବେ ଛୋଟ ଛୋଟ ଦେଶ ଗୁଡ଼ିକୁ ଋଣ ଦେଇ କରଜରେ ବୁଡ଼ାଉଛି। ଯାହାଫଳରେ ଏହି ଦେଶ ଗୁଡ଼ିକ ଋଣ ନସୁଝିପାରିଲେ ଏହାର ଭୌଗଳିକ କ୍ଷମତାକୁ ଚୀନ୍‌ ସମ୍ପୂର୍ଣ୍ଣ ଭାବେ ବ୍ୟବହାର କରିପାରିବ।

ଏହା ପୂର୍ବରୁ ଭାରତର ପଡ଼ୋଶୀ ରାଷ୍ଟ୍ର ଶ୍ରୀଲଙ୍କା ଚୀନ୍‌ର କରଜରେ ଫଶି ସାରିଛି। କିନ୍ତୁ ଏବେ ମାଳଦ୍ୱିପ ପାଖାପାଖି ୩.୧ ଆରବ ଡଲାରର କରଜରେ ବୁଡ଼ିଛି। ଏଠାରେ କହିରଖୁଛୁ ଯେ ମାଳଦ୍ୱିପର ପୁରା ଅର୍ଥବ୍ୟବସ୍ଥା ୫ ଆରବ ଡଲାର ରହିଛି।

ଆହୁରି ପଢ଼ନ୍ତୁ

ପୂର୍ବରୁ କେଉଁ ବର୍ଷରେ ପଡ଼ିଛି ନାଗାର୍ଜୁନ ବେଶ ? ଶେଷଥର କେବେ ହୋଇଥିଲା ଏହି ଦୁର୍ଲଭ ବେଶ

ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପଛରେ ରହିଛି ଏମିତି ରହସ୍ୟ

ମରୁଭୂମିରୁ ମିଳିଲା ରହସ୍ୟମୟ ଜିନିଷ; ଲୋକେ କହିଲେ ଅଶୁଭ ସଙ୍କେତ

ସମୁଦ୍ର କୂଳରେ ପଡ଼ି ମରିଗଲେ ୧୦୦ ଡଲ୍‌ଫିନ୍‌ ଓ ତିମି

କରୋନାର ଏମିତି ପ୍ରଭାବ; ୮ ମାସରେ ବଦଳିଗଲା ନର୍ସଙ୍କ ଚେହେରା

ଗୋଡ଼ାଇ ଗୋଡ଼ାଇ ୩ ଜଣଙ୍କୁ କାମୁଡ଼ିଲା ବାଘ

ଓସ୍କାର ଆୱାର୍ଡ ଦୌଡ଼ରେ ସାମିଲ୍‌ ହେଲା ଜଲିକଟ୍ଟୁ

ଦିନେ ନେହରୁଙ୍କୁ ଚିକିତ୍ସା କରୁଥିଲେ ଏଇ ଓଡିଆ ଡାକ୍ତର

ଜୀବନକୁ ବାଜି ଲଗାଇ ଚାରି ଜଣଙ୍କୁ ବଞ୍ଚାଇଲା ଗର୍ଭବତୀ କୁକୁର

ହଠାତ୍‌ ଲାଲ୍‌ ହୋଇଗଲା ନଦୀର ପାଣି, ଦୋଷୀକୁ ଧରାଇ ଦେଲେ ମିଳିବ ପୁରସ୍କାର

ଗୁଳିଠାରୁ ଅଧିକ ବେଗରେ ମାଡ଼ି ଆସୁଛି ଉଲ୍‌କାପିଣ୍ଡ; ପଡ଼ିବ କି ପୃଥିବୀ ପୃଷ୍ଠରେ ? ନାସା କହିଲା…

ସୋନୁ ସୁଦ୍‌ଙ୍କର ଅଜବ୍‌ ଫ୍ୟାନ୍‌, ଦେଖା କରିବାକୁ ସାଇକେଲ୍‌ରେ ବିହାରରୁ ମୁମ୍ୱାଇ ଯାତ୍ରା କରିବେ

You might also like