ଶାଢୀ ପିନ୍ଧି ପାହାଡ ଚଢିଲେ ୬୮ବର୍ଷୀୟ ବୃଦ୍ଧା, ଲୋକେ କଲେ ପ୍ରଶଂସା

ନୂଆଦିଲ୍ଲୀ: ନିକଟରେ ସୋଶାଲ୍‌ ମିଡିଆରେ ଏକ ଭିଡିଓ ଭାଇରାଲ୍‌ ହେଉଛି ଯେଉଁଥିରେ ଜଣେ ୬୮ବର୍ଷୀୟ ବୃଦ୍ଧା ଉଚ୍ଚ ପାହାଡକୁ ଅତି ସହଜରେ ଚଢିଯାଉଛନ୍ତି। ନାସିକର ହରିହର ପାହାଡ ଉପରକୁ ମହିଳା ଜଣଙ୍କ ଚଢୁଛନ୍ତି। ପାହାଡରେ ଥିବା ପାହାଚ ବେଶ୍‌ ଅସୁରକ୍ଷିତ କିନ୍ତୁ ମହିଳା ଜଣଙ୍କ ଆଦୌ ଭୟ ନକରି ଏହି ପାହାଡ ଉପରକୁ ଚଢିଯାଉଥିବା ଦେଖିବାକୁ ମିଳିଛି। ମହିଳାଙ୍କ ସାହସ ଦେଖି ଆଖ ପାଖରେ ଥିବା ଲୋକମାନେ ତାଳି ମାରି ତାଙ୍କର ସ୍ୱାଗତ କରିଛନ୍ତି।

ଭିଡିଓରେ ଦେଖିବାକୁ ମିଳୁଛି ଯେ ମହିଳା ଜଣଙ୍କ ଶାଢୀ ପିନ୍ଧିଛନ୍ତି। ଶାଢୀରେ ପର୍ବତ ଚଢିବା କଷ୍ଚକର ଥିବା ବେଳେ ମହିଳା ଜଣଙ୍କ କିନ୍ତୁ ସେ ଶାଢୀକୁ ଟେକି ଅତି ସହଜରେ ପାହାଡ ଚଢିବାର ଦେଖିବାକୁ ମିଳୁଛି। ବୃଦ୍ଧାଙ୍କ ଶକ୍ତି ଦେଖି ଆଖ ପାଖରେ ଥିବା ଲୋକମାନେ ତାଙ୍କ ଭିଡ଼ିଓ ରେକର୍ଡଂ କରିବାର ମଧ୍ୟ ଦେଖିବାକୁ ମିଳୁଛି।

ମହାରାଷ୍ଟ୍ର ସୂଚନା କେନ୍ଦ୍ରର ଡେପୁଟି ଡାଇରେକ୍ଟର ଦିନାନନ୍ଦ କାମ୍ବଲେ ଟ୍ୱିଟରରେ ଏହି ଭିଡିଓ ପୋଷ୍ଟ କରିଛନ୍ତି। ଏହି କ୍ଲିପ୍ ଶେଆର କରି ସେ ଲେଖିଛନ୍ତି, ‘ଇଚ୍ଛା ଥିଲେ ଉପାୟ ଆସେ, ମୁଁ ଏହି ମହିଳାଙ୍କୁ ସ୍ୟାଲୁଟ୍‌ କରୁଛି।

ଭିଡ଼ିଓଟିକୁ ଟ୍ୱିଟରରେ ୨୦ହଜାରରୁ ଅଧିକ ଲୋକ ଦେଖି ସାରିଥିବା ବେଳେ ପ୍ରାୟ ଲୋକ ଭିଡ଼ଓ ଦେଖି ମହିଳାଙ୍କର ପ୍ରଶଂସା କରିଛନ୍ତି। ଦିନାନନ୍ଦଙ୍କ ଏହି ଭିଡ଼ିଓରେ ଜଣେ ବ୍ୟକ୍ତି ପ୍ରତିକ୍ରିୟା ଦେଇ, ମହିଳା ମାନେ ଯେ ଦୁର୍ବଳ ସେ କଥା ଭାବିବା ଭୁଲ୍‌ ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ

ନୋବୋଲ୍ ଶାନ୍ତି ପୁରସ୍କାର ସହ ରହିଛି ଓଡ଼ିଶାର ସମ୍ପର୍କ

୯ମାସର ଗର୍ଭବତୀ ୫ମିନିଟ୍‌ରେ ଦୌଡିଲେ ୧.୬କିମି, ଭିଡିଓ ଭାଇରାଲ୍‌

‘ବାପାଙ୍କ ସ୍ୱପ୍ନ ପ୍ରେରଣା ଯୋଗାଇଛି’

କରୋନା ପାଇଁ କ୍ରିକେଟର ସାଜିଲେ କୁଲି

ମୁହଁରେ ପ୍ଲାଷ୍ଟିକ୍‌‌ ମାସ୍କ ଲଗାଇ ରାସ୍ତାରେ ବୁଲିଲେ ଲୋକ, ଭିଡିଓ ଭାଇରାଲ୍‌

NEET Result: ସୋଏବଙ୍କ ପରି ଇଏ ବି ରଖିଛନ୍ତି ଶତପ୍ରତିଶତ ମାର୍କ

ରୋଗୀ ସେବାରେ ବ୍ରତୀ ରାଜ୍ୟପାଳ

ପୁରୁଣା ଇଂଜିନ୍‌ ବ୍ୟବହାର କରି ୪ ଚକିଆ ଗାଡି ତିଆରି କଲେ ଇଂଜିନିୟରିଂ ଛାତ୍ର

ଆଦିବାସୀ ପିଲାଙ୍କୁ ପଢାଇବାର ନିଆରା ପ୍ରୟାସ: ନିଜ ଖର୍ଚ୍ଚରେ ସ୍କୁଲ୍‌ କାନ୍ଥରେ ଚିତ୍ର କଲେ ଶିକ୍ଷକ

ସ୍କୁଟି ଉପରେ ଖାଇବା ଦୋକାନ: ଟଙ୍କା ନଥିଲେ ମାଗଣା ଖାଇପାରିବେ ଗ୍ରାହକ

ଅଳିଆ ଗଦାରେ ଭେଟ: ଭୋକିଲା ଦେଖି ୩୦୦କୁକୁରକୁ ଘରକୁ ନେଇଆସିଛନ୍ତି ମହିଳା

୫ବର୍ଷ ବୟସରେ ବିବାହ କରିଥିଲେ ବାବା: କହିଲେ, ସ୍ତ୍ରୀର ପ୍ରେମ ଦିଏ ଲଢିବାକୁ ସାହାସ

You might also like