ଦାଦାଙ୍କ ପ୍ରେମ କାହାଣୀ : ନିଜର ପ୍ରେମିକାଙ୍କୁ ଉଠାଇ ନେଇ ପଳାଇଥିଲେ ସୌରଭ
ସୌରଭ ଗାଙ୍ଗୁଲି ନିଜର ପିଲାବେଳର ସାଙ୍ଗ ଡୋନା ଗାଙ୍ଗୁଲିକୁ ଭଲ ପାଉଥିଲେ । ଡୋନାଙ୍କୁ ଦେଖିବା ପାଇଁ ସୌରଭ ତାଙ୍କର ସ୍କୁଲ ଚାରିପଟେ ବୁଲୁଥିଲେ ।
ପ୍ରଥମେ ଦୁଇଜଣଙ୍କ ପରିବାର ମଧ୍ୟରେ ସମ୍ପର୍କ ଭଲ ଥିଲା, ଦୁଇ ପରିବାର ଏକ ବିଜ୍ନେସ୍ ପାର୍ଟନର ବି ଥିଲେ । କିନ୍ତୁ କିଛି କାରଣରୁ ଦୁଇ ପରିବାର ଭିତରେ ଫାଟ ସୃଷ୍ଟି ହେଲା। ଉଭୟ ପରିବାର ଭିତରେ ସଂପର୍କ ଭାଙ୍ଗିଗଲା । ଗୋଟିଏ ବାଉଣ୍ଡରୀ ଭିତରେ ଥାଇ ବି କେହି ଆଉ କଥାବାର୍ତ୍ତା ହେଲେ ନାହିଁ ।
କିନ୍ତୁ ସୌରଭ-ଡୋନା , ସେମାନଙ୍କର ବନ୍ଧୁତାକୁ ଭୁଲିଲେ ନାହିଁ। ଉଭୟଙ୍କ ଭିତରେ ପ୍ରେମ ବଢ଼ିବାରେ ଲାଗିଲା । ଦୁଇଜଣଙ୍କର ପରିବାର ଏହି ସମ୍ପର୍କକୁ ସ୍ଵୀକାର କରିଲେ ନାହିଁ ।
ଡୋନାଙ୍କର ପ୍ରେମରେ ସୌରଭ ପାଗଳ ହୋଇଯାଇଥିଲେ । ସେଥିପାଇଁ ସେ ଡୋନାଙ୍କୁ ଘରୁ ନେଇ ଯିବା ପାଇଁ ଚିନ୍ତା କଲେ। ସୌରଭ ଡୋନାଙ୍କୁ ଘରୁ ନେଇଯିବାରେ ଏବଂ କୋର୍ଟ ମ୍ୟାରେଜ କରିବାରେ ସଫଳ ହେଲେ।
ଯେତେବେଳେ ସୌରଭ ଏବଂ ଡୋନାଙ୍କର ବାହାଘରର ଖବର ତାଙ୍କ ପରିବାରକୁ ଜଣାପଡିଲା ସମସ୍ତେ ରାଗି ଯାଇଥିଲେ। ବ୍ରାହ୍ମଣ ଘରର ଝିଅ ଡୋନାଙ୍କ ସହ ବାହା କରିବାକୁ ମନାକରିଦେଲେ। ଏପଟେ ଡୋନାଙ୍କ ପରିବାର ବି ଅରାଜି ଥିଲେ। ସୌରଭ ଏବଂ ଡୋନାଙ୍କ ଭଲ ପାଇବା ଆଗରେ ସମସ୍ତଙ୍କୁ ମୁଣ୍ଡ ନୂଆଁଇବାକୁ ପଡିଲା ।
୨୧ ଫେବୃୟାରୀ ୧୯୯୭ରେ ବଙ୍ଗଳା ପରମ୍ପରା ଅନୁସାରେ ଦୁଇଜଣଙ୍କର ବାହାଘର କରାଗଲା ।
ଏହିଭଳି ଭାବରେ ସୌରଭଙ୍କୁ ଡୋନା ମିଳିଥିଲା ଏବଂ ସେମାନଙ୍କର ପ୍ରେମ ସାର୍ଥକ ହୋଇଥିଲା। ଆଜି ସେମାନେ ହସଖୁସିର ଜୀବନ ବିତାଉଛନ୍ତି ।