ଲକ୍‌ଡାଉନରେ ପୁଣି ଲୋକପ୍ରିୟ ହୋଇଥିଲା ୯୦ ଦଶକର ଏଇ ଧାରାବାହିକ

ଭୁବନେଶ୍ୱର: ଆଉ ଦିନ କେଇଟା ପରେ ଶେଷ ହେବ ୨୦୨୦। ପଛକୁ ଚାହିଁଲେ ଦିଶିଯାଏ ଏକ ଝାପ୍‌ସା ମୁହଁ, ଯେଉଁ ମୁହଁରେ ଆକର୍ଷଣ ନାହିଁ, ଆଶ୍ୱାସନା ନାହିଁ । ବରଂ ରହିଛି ହୃଦୟ ଥରେଇ ଦେବା ବଳି ଅନୁଭୂତି। ତଥାପି ଏହି ବର୍ଷକୁ ମନେ ରଖିବା ପରି ଅନେକ କିଛି ରହିଛି। ଏହି ବର୍ଷ ଆମକୁ ମନେ ପକେଇ ଦେଇଛି ୯୦ ଦଶକର ସ୍ମୃତିକୁ।

କରୋନା ପାଣ୍ଡାମିକ୍‌ ସମୟରେ ସମସ୍ତେ ଘରେ ରହିଲେ ଗୃହବନ୍ଦୀ ହୋଇ। ତା ଭିତରେ କରୋନା ଭୟ। ଯାହା ବି ହେଉ, ଏହି ସମୟରେ ଯଦି କିଛି ଆଶ୍ୱାସନା ମିଳୁଥାଏ ତେବେ ତାହା ହେଉଛି ଟେଲିଭିଜନର ସିରିୟଲ। ଏହି ଲକ୍‌ଡାଉନ ଭିତରେ ୯୦ ଦଶକର ଅନେକ ଲୋକପ୍ରିୟ ସିରିୟଲର ପୁନଃ ପ୍ରସାରଣ ଦେଖିବାର ସୁଯୋଗ ମିଳିଥିଲା। ବିଶେଷକରି ବୟସ୍କ ଲୋକଙ୍କୁ ଖୁବ୍ ମନୋରଞ୍ଜନ କରିଥିଲା ଏସବୁ ଧାରବାହିକ।

ରାମାୟଣ:-

ଲକ୍‌ଡାଉନ ସମୟରେ ରାମାନନ୍ଦ ସାଗରଙ୍କ ରାମାୟଣର ପୁନଃ ପ୍ରସାରଣ ରେକର୍ଡ ସୃଷ୍ଟି କରିଥିଲା। ଏହି ଧାରାବାହିକ ପରିବାର ଭିତରେ ଲୋକେ ଖୁବ୍‌ ଉପଭୋଗ କରିଥିଲେ। ବିଶେଷ କରି ଯୁବଗୋଷ୍ଠୀ ବେଶୀ ପସନ୍ଦ କରିଥିଲେ। ଟୁଇଟରରେ ତ ଏହା ଝଡ ସୃଷ୍ଟି କରିଥିଲା ଏବଂ ଏହାର ଡାଇଲଗ, ଷ୍ଟୋରୀ ଟ୍ରେଣ୍ଡ କରିଥିଲା। ଏପରିକି ସୋଶାଲ ମିଡିଆରେ ଏହାର ଆକ୍ଟର ଦୀପିକା ଚିଖ୍‌ଲିଆ (ସୀତା), ଅରୁଣ ଗୋଭିଲ (ରାମ) ଏବଂ ସୁନିଲ ଲହରୀ(ଲକ୍ଷ୍ମଣ)ଙ୍କୁ ୟୁଜର୍ସମାନେ ସବୁଠାରୁ ବେଶି ଦେଖିଥିଲେ।

ମହାଭାରତ:-

ଲକ୍‌ଡାଉନରେ ୯୦ ଦଶକର ଆଉ ଏକ ଲୋକପ୍ରିୟ ଧାରାବାହିକ ଥିଲା ମହାଭାରତ। ବି.ଆର ଚୋପ୍ରାଙ୍କ ମହାଭାରତ ଯେଉଁଥିଲେ ନିତୀଶ ଭରଦ୍ୱାଜ, ମୁକେଶ ଖନ୍ନା, ଗଜେନ୍ଦ୍ର ଚୌହାନ ମୁଖ୍ୟ ଭୂମିକାରେ ଥିଲେ। ଲକ୍‌ଡାଉନ ସମୟରେ ଏହି ଦର୍ଶକଙ୍କୁ ବେଶ ମନୋରଞ୍ଜନର ଖୋରାକ ଯୋଗାଇଥିଲା। ଏହାର  TRP କହୁଥିଲା ଦର୍ଶକ କେତେମାତ୍ରାରେ ଏହି ଧାରାବାହିକକୁ ଭଲ ପାଉଛନ୍ତି।

ବ୍ୟୋମକେଶ ବକ୍ସି:-

ରଜିତ୍‌ କାପୁରଙ୍କ ବ୍ୟୋମକେଶ ବକ୍ସ ଲକ୍‌ଡାଉନ୍‌ରେ ଦର୍ଶକଙ୍କୁ ବେଶ ଆନନ୍ଦ ଦେଇଛି। ଘରେ ବସି ଦର୍ଶକ ଏହି ସିରିୟଲର ବେଶ ଆନନ୍ଦ ନେଇଥିଲେ।

ଶ୍ରୀମାନ ଶ୍ରୀମତି:-

ନବେ ଦଶକର ଆଉ ଏକ ସର୍ବାଧିକ ଆଦୃତ ସିରିୟଲ ହେଛି ଶ୍ରୀମାନ ଶ୍ରୀମତି। ପାଣ୍ଡାମିକ ସମୟରେ ଏହା ଅତି ଲୋକପ୍ରିୟ ଥିଲା।ଏହା ଲୋକଙ୍କ  ଦୁଃଖ କିଛି ମାତ୍ରାରେ ଲାଘବ କରୁଥିଲା। ଏଥିରେ ଜତିନ୍ କନାକିଆ, ରିମା ଲାଗୁ, ଅର୍ଚ୍ଚନା ପୁରାଣ ସିଂ, ରାକେଶ ବେଦୀ ଏବଂ ଅଜୟ ନାଗ୍ରାଥ ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ।

ଦେଖ ଭାଇ ଦେଖ:-

୯୦ ଦଶକର ଏହି ପୁରୁଣା ସୋ’କୁ ପୁଣି ଥରେ ଦେଖି ଲୋକେ ବହୁତ ଖୁସି ହୋଇଥିଲେ। ଲକ୍‌ଡାଉନ ସମୟରେ ଯେଉଁମାନେ ‘ତରକ ମା଼ହେଟ୍ଟା କା ଉଲ୍‌ଟା ଚଷମା’ ସୋରୁ ବଞ୍ଚିତ ହୋଇଥିଲେ, ସେମନେ ପରିବାର ସହ ରହି ଖୁବ୍‌ ଉପଭୋଗ କରିଥିଲେ ଏହି ଧାରାବହିକ। ଦିୱାନ ପରିବାରର ଦୈନନ୍ଦିନ ସଂଘର୍ଷ ଏବଂ ତାଙ୍କର ଦ୍ୱନ୍ଦ୍ୱ ଦର୍ଶକଙ୍କୁ ବାନ୍ଧି ପାରିଥିଲା।

ଶକ୍ତିମାନ:- ମୁକେଶ ଖନ୍ନାଙ୍କ ସୁପରମ୍ୟାନ ଟେଲିଭିଜନ୍ ସୋ ଶକ୍ତିମାନ ଲକ୍‌ଡାଉନ ସମୟରେ ଫେରିଥିଲା। ଏହି ସୁପରହିରୋ ସୋ ଗୃହବନ୍ଦ ଲୋକଙ୍କୁ ଏକ ଭିନ୍ନ ସ୍ୱାଦ ଦେଇଥିଲା।

 

ବୁନିୟାଦ:- ୧୯୪୭ର ବିଭାଜନ ଏବଂ ଏହାର ପରବର୍ତ୍ତୀ କାହାଣୀକୁ ନେଇ ତିଆରି ହୋଇଥିବା ଧାରାବାହିକ ବୁନିୟାଦ୍‌ ଦୀର୍ଘବର୍ଷ ପରେ ଆସି ଦର୍ଶକଙ୍କୁ ମନକୁ ଛୁଇଁଥିଲା।  ଲକ୍‌ଡାଉନ ସମୟରେ ଏହି ଧାରାବାହିକକୁ ଲୋକେ ବେଶ ଉପଭୋଗ କରିଥିଲେ।   ଆଲୋକ ନାଥ ଏବଂ ଅନୀତା କାନୱାର ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହି ଶୋ’ର ଅଂଶ ଆଲିଆ ଭଟ୍ଟଙ୍କ ମା ସୋନି ରଜଦାନ।

 

You might also like