ନଦୀ ଘେରରେ ପଞ୍ଚାୟତର ୫ ଖଣ୍ଡ ଗାଁ

ପୁରୀ: ପ୍ରଶାସନିକ ସ୍ଥାଣୁତା ପାଇଁ ବର୍ଷ ବର୍ଷ ଧରି ବିଛିନ୍ନାଞ୍ଚଳରେ ଜୀବନ କାଟୁଛନ୍ତି ପୁରୀ ଜିଲ୍ଲା ଶିଶୁଆ ପଞ୍ଚାୟତ ବାସୀ। ନଦୀ ଉପରେ ବ୍ରିଜ୍‌ଟିଏ ନିର୍ମାଣ ପାଇଁ ବାରମ୍ବାର ଦାବି ପରେ ବି କେବଳ ପ୍ରତିଶ୍ରୁତି ଦେଇ ଅଟକି ଯାଇଛି ପ୍ରଶାସନ। ଜୀବନକୁ ବାଜି ଲଗାଇ ବିପଦସଙ୍କୁଳ ଅବସ୍ଥାରେ ସାପୁଆ ଡଙ୍ଗାରେ ଜଳଯାତ୍ରା କରୁଛନ୍ତି ଲୋକମାନେ।

ଭରା ନଈରେ ବିପଦପୂର୍ଣ୍ଣ ଜଳଯାତ୍ରା। ମଣିଷ ହୁଅନ୍ତୁ କି ସାଇକେଲ ସମସ୍ତଙ୍କ ପାଇଁ ଏକମାତ୍ର ଭରସା ସାପୁଆ ଡଙ୍ଗା। କୁନି କୁନି ଶିଶୁଙ୍କୁ ବି ବିପଦପୂର୍ଣ୍ଣ ଅବସ୍ଥାରେ ଡାକ୍ତରଖାନା ନେବାକୁ ବାଧ୍ୟ ହେଉଛନ୍ତି ଲୋକେ। ଅସ୍ତରଙ୍ଗର ବିଛିନ୍ନାଞ୍ଚଳ ଭାବେ ପରିଚିତ ଶିଶୁଆ ପଞ୍ଚାୟତ। ସମୁଦ୍ର ସହ ପ୍ରାଚୀ ଓ କାଦୁଆ ନଦୀ ଘେରରେ ରହିଛି ପଞ୍ଚାୟତର ୫ ଖଣ୍ଡ ଗାଁ ଛେନୁ, ତଣ୍ଡାହାର, ଉଦୟକଣି, କଟକଣା ଓ କଳମକଣି। ଏହି ଗାଁରେ ସରକାର ଯୋଜନା ଅପହଞ୍ଚ। ଶିକ୍ଷା ଓ ସ୍ୱାସ୍ଥ୍ୟସେବା ଭଳି ଅନେକ ସମସ୍ୟା ରହିଛି। ମୁହାଣ ନିକଟରେ ଜଳଯାତ୍ରା କରୁଥିବାରୁ ଅନେକ ସମୟରେ ଦୁର୍ଘଟଣା ଘଟି ଜୀବନହାନୀ ମଧ୍ୟ ଘଟୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।

ଲୋକଙ୍କ ସୁବିଧା ସୁଯୋଗ ପାଇଁ ପୋଲଟିଏ ନିର୍ମାଣ କରିବାକୁ ଅନେକ ବର୍ଷ ଧରି ସ୍ଥାନୀୟ ଲୋକେ ଦାବି କରି ଆସୁଛନ୍ତି । ତେବେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନଥିବା ଲୋକେ ଅଭିଯୋଗ କରିଛନ୍ତି। ସମସ୍ୟା ନେଇ ବ୍ଲକ ଅଧ୍ୟକ୍ଷ ଓ ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ସୁଦ୍ଧା ସେମାନଙ୍କ ନିକଟରୁ କେବଳ ଆଶ୍ୱାସନା ଭରା ଉତ୍ତର ମିଳିଛି। ଖୁବ୍‌ଶୀଘ୍ର ସେତୁ ନିର୍ମାଣ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

(କୋଣାର୍କରୁ ସଂଜୟ ପତିଙ୍କ ରିପୋର୍ଟ)

ଆହୁରି ପଢ଼ନ୍ତୁ

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

ବାପାଙ୍କ ସହ ମିଶି ଅଷ୍ଟମ ଶ୍ରେଣୀର ଛାତ୍ର କଲା ନିଆରା ଉଦ୍ଭାବନ

ବଲିଉଡ୍ କୋରିଓଗ୍ରାଫର ଏବେ ଚା’ ଦୋକାନୀ

୬୨ତମ ଜନ୍ମଦିନରେ ଦୌଡ଼ିଲେ ୬୨.୪ କିଲୋମିଟର୍

ଶବ ସତ୍କାର ପୂର୍ବରୁ ଉଠି ବସିଲା ୧୨ ବର୍ଷର ଝିଅ, କଥା କହିଲା ଆଉ ତା’ ପରେ…

You might also like