ବ୍ୟକ୍ତିଙ୍କ କଥା ମାନିଲା ସିଂହ, ଶିକାର ନକରି ଛାଡିଦେଲା ବାଟ

ନୂଆଦିଲ୍ଲୀ: ବନ୍ୟ ଜନ୍ତୁ ଦେଖିଲେ ସାଧାରଣତଃ ଭୟ ଲାଗେ। ସେମାନେ ହିଂସ୍ର ହୋଇଥିବାରୁ ସେମାନଙ୍କ ଆଖପାଖକୁ ଗଲେ ପାଟିରୁ କଥା ପଦେ ବାହାରେନି। କିନ୍ତୁ ନିକଟରେ ସିଂହ ଜଣେ ବ୍ୟକ୍ତିଙ୍କ କଥା ଶୁଣି ତାଙ୍କୁ ସହଯୋଗ କରିଥିବାର ଖବର ମିଳିଛି।

ସେଶାଲ୍‌  ମିଡିଆରେ ଏକ ଭିଡିଓ ଭାଇରାଲ୍‌ ହେଉଛି। ଭିଡ଼ିଓରେ ବ୍ୟକ୍ତି ଜଣଙ୍କ ରାସ୍ତାରେ ଯାଉଥବା ବେଳେ ସାମ୍ନାରେ ସିଂହ ବସିଥିବା ଦେଖୁଛନ୍ତି। ସେ ସିଂହକୁ ଗୁଜୁରାତି ଭାଷାରେ କହୁଛନ୍ତି, ମୁଁ ଦିନସାରା ତୁମ ସେବାରେ ରହେ। ବର୍ତ୍ତମାନ ମୋତେ ଘରକୁ ଯିବାକୁ ଦିଅ। ଯାହାକୁ ଶୁଣି ସିଂହ ରାସ୍ତାରୁ ଉଠି ଜଙ୍ଗଲ ଭିତରକୁ ପଳେଇ ଯାଉଥିବା ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ, ମଧ୍ୟରାତ୍ରିରେ ଜଣେ ବନ କର୍ମଚାରୀ ତାଙ୍କ ଘରକୁ ଯାଉଥିଲେ। ଏହି ସମୟରେ ସେ ରାସ୍ତା ଉପରେ ଏକ ସିଂହ ବସିଥିବା ଦେଖିବାକୁ ପାଇଥିଲେ। ବନ କର୍ମଚାରୀ ଜଣକ ସିଂହକୁ ରାସ୍ତାରେ ଦେଖି କିଛି ସମୟ ପାଇଁ ଭୟଭୀତ ହୋଇଯାଇଥିଲେ ବି ଉପସ୍ଥିତ ବୁଦ୍ଧି ଖଟାଇ ଏହି କଥା କହିଥିଲେ। ଯାହାକୁ ଶୁଣିବା ପରେ ସିଂହ ତାଙ୍କୁ ରାସ୍ତା ଛାଡି ଦେଇଥିଲା।

ଏହି ଭିଡିଓକୁ ଅକ୍ଟୋବର ୫ତାରିଖ ଦିନ ଟ୍ୱିଟରରେ ଭାରତୀୟ ବନ ଅଧିକାରୀ ଡ ଅଂଶୁମାନ ଶେଆର କରିଛନ୍ତି। ଭିଡିଓଟିକୁ ଏପର୍ଯ୍ୟନ୍ତ ୧୩ ହଜାରରୁ ଅଧିକ ଲୋକ ଦେଖିସାରିଲେଣି। ପାଖାପାଖି ୩୦୦ଲୋକ ଏହାକୁ ରି-ଟ୍ୱିଟ୍ କରିଛନ୍ତି|

 

ଆହୁରି ପଢ଼ନ୍ତୁ

You might also like