ଟ୍ରେନ୍‌ ଯାତ୍ରୀ ସାବଧାନ

ବିମାନ ବନ୍ଦର ଭଳି ରେଳ ଷ୍ଟେସନରେ ଲାଗୁ ହେବ ନୂଆ ନିୟମ

ନୂଆଦିଲ୍ଲୀ : ରେଳ ଯାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ଟ୍ରେନ୍‌ ଛାଡ଼ିବାର ୧୫ରୁ୨୦ ମିନିଟ୍‌ ପୂର୍ବରୁ ଆପଣ ଷ୍ଟେସନରେ ପହଞ୍ଚିବାକୁ ପଡ଼ିବ। ନଚେତ ଆପଣ ଟ୍ରେନ୍‌ ଯାତ୍ରାରୁ ବଞ୍ଚିତ ହେବେ।

ବିମାନ ବନ୍ଦର ଭଳି ଟ୍ରେନ୍ ଛାଡ଼ିବାର ୨୦ ମିନିଟ୍‌ ପୂର୍ବରୁ ହିଁ ଷ୍ଟେସନ ସିଲ୍ କରାଯିବ। ରେଳ ବିଭାଗ ଖୁବ୍‌ ଶୀଘ୍ର ଏହି ନିୟମ ପ୍ରଚଳନ କରିବାକୁ ଯାଉଛି।  ସୁରକ୍ଷା କାରଣରୁ ରେଳ ବିଭାଗ ଏଭଳି ନିୟମ କାର୍ଯ୍ୟକାରୀ କରିବାକୁ ଯାଉଥିବା ଜଣାପଡ଼ିଛି।

କୁମ୍ଭମେଳାକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶ ଆଲ୍ଲାହାବାଦ ଷ୍ଟେସନରେ ଏହି ନିୟମକୁ ରେଳ ବିଭାଗ ପକ୍ଷରୁ କାର୍ଯ୍ୟକାରୀ କରାଯାଉଛି। କର୍ଣ୍ଣାଟକର ହୁବୁଳି ରେଳ ଷ୍ଟେସନ ସମେତ ଦେଶର ୨୦୨ ଷ୍ଟେସନରେ କାର୍ଯ୍ୟକାରୀ ହେବାକୁ ଯାଉଥିବା ଆରପିଏଫ ଡିଜି ସୂଚନା ଦେଇଛନ୍ତି।

ଇଣ୍ଟିଗ୍ରେଟେଡ୍‌ ସିକ୍ୟୁରିଟି ସିଷ୍ଟମ ଜରିଆରେ ଏହି ସବୁ ଷ୍ଟେସନରେ ଅତ୍ୟାଧୁନିକ ସିସିଟିଭି କ୍ୟାମେରା, ଆକ୍ସେସ୍‌ କଣ୍ଟ୍ରୋଲ, ପର୍ସନାଲ ଏବଂ ବ୍ୟାଗେଜ ସ୍କ୍ରିନିଂ ସିଷ୍ଟମର ବି ବ୍ୟବସ୍ଥା ରହିବ।ଏଥିପାଇଁ ପାଖାପାଖି ୩୮୫ କୋଟିର ବ୍ୟୟ ବରାଦ ରଖାଯାଇଛି।

ଆହୁରି ପଢ଼ନ୍ତୁ

ମୁହଁରେ ପ୍ଲାଷ୍ଟିକ୍‌‌ ମାସ୍କ ଲଗାଇ ରାସ୍ତାରେ ବୁଲିଲେ ଲୋକ, ଭିଡିଓ ଭାଇରାଲ୍‌

NEET Result: ସୋଏବଙ୍କ ପରି ଇଏ ବି ରଖିଛନ୍ତି ଶତପ୍ରତିଶତ ମାର୍କ

ରୋଗୀ ସେବାରେ ବ୍ରତୀ ରାଜ୍ୟପାଳ

ପୁରୁଣା ଇଂଜିନ୍‌ ବ୍ୟବହାର କରି ୪ ଚକିଆ ଗାଡି ତିଆରି କଲେ ଇଂଜିନିୟରିଂ ଛାତ୍ର

ଆଦିବାସୀ ପିଲାଙ୍କୁ ପଢାଇବାର ନିଆରା ପ୍ରୟାସ: ନିଜ ଖର୍ଚ୍ଚରେ ସ୍କୁଲ୍‌ କାନ୍ଥରେ ଚିତ୍ର କଲେ ଶିକ୍ଷକ

ସ୍କୁଟି ଉପରେ ଖାଇବା ଦୋକାନ: ଟଙ୍କା ନଥିଲେ ମାଗଣା ଖାଇପାରିବେ ଗ୍ରାହକ

ଅଳିଆ ଗଦାରେ ଭେଟ: ଭୋକିଲା ଦେଖି ୩୦୦କୁକୁରକୁ ଘରକୁ ନେଇଆସିଛନ୍ତି ମହିଳା

୫ବର୍ଷ ବୟସରେ ବିବାହ କରିଥିଲେ ବାବା: କହିଲେ, ସ୍ତ୍ରୀର ପ୍ରେମ ଦିଏ ଲଢିବାକୁ ସାହାସ

ଲକ‌ଡାଉନ୍‌ ସଂଘର୍ଷ ଥିମ୍‌ରେ ଏଥର ଦୁର୍ଗା ମେଢ

ପିପିଇ କିଟ୍‌ ପିନ୍ଧି‌ ଦାଣ୍ଡିଆ ନାଚିଲେ ପିଲା, ଭିଡ଼ିଓ ଭାଇରାଲ୍‌

ଆଜିଠୁ ଆରମ୍ଭ ମହାନବରାତ୍ର ପୂଜା; ଜାଣନ୍ତୁ, କେଉଁଦିନ ମା’ଙ୍କର କେଉଁ ସ୍ୱରୂପକୁ ପୂଜା କରାଯାଏ

ଓଟିଭି ପ୍ରତି କାହିଁକି ଏତେ ଆକ୍ରୋଶ ?

You might also like