ପାଟନା : ଭାରତର ଭିନ୍ନ ଜଣେ ସୁପରହିରୋ ’ହେଲମେଟ୍ ମ୍ୟାନ’ । ପ୍ରିୟ ବନ୍ଧୁର ମୃତ୍ୟୁ ପରେ ଭାଙ୍ଗିପଡ଼ିଥିବା ବିହାର ଯୁବକ ବାଇକ୍ ଚାଳକଙ୍କୁ ମାଗଣାରେ ହେଲମେଟ୍ ବାଣ୍ଟୁଛନ୍ତି  । ସଡ଼କ ଦୁ‍ର୍ଘଟଣାରେ ଯେପରି କୌଣସି କଅଁଳ ନିଷ୍ପାପ ଜୀବନ ଅକାରଣରେ ଝରିନପଡେ, ସେଥିପାଇଁ ଚାକିରି ଛାଡ଼ି ଏହି ସଚେତନତା ଅଭିଯାନ ଆରମ୍ଭ କରିଛନ୍ତି । ତେବେ ଏହି ମହତ କାମ ପାଇଁ  ଯଥେଷ୍ଟ ଜମାପୁଞ୍ଜିର ଅଭାବ ହେବାରୁ ଘର ବିକ୍ରି କରି ଦେଲେ ସିନା ସାହାଯ୍ୟ କରିବାର ମନୋବଳ ଛାଡ଼ିଲେନି ।  ଏବେ ସୁଦ୍ଧା ସାରା ଦେଶରେ ୪୮ ହଜାରରୁ ଅଧିକ ହେଲମଟ୍ ମାଗଣାରେ ବାଣ୍ଟି ସାରିଲେନି । ରାଜଧାନୀ ଦିଲ୍ଲୀ ସଡ଼କରେ ଏବ ଲୋକଙ୍କୁ ସଚେତନ କରୁଛନ୍ତି ହେଲମେଟ୍ ମ୍ୟାନ୍ ।

ଆପଣମାନେ ହଲିଉଡ଼୍ ସୁପରହିରୋ ସୁପରମ୍ୟାନ୍, ଆଇରନ ମ୍ୟାନ୍ ଓ ସ୍ପାଇଡ଼ର ମ୍ୟାନ ଆଦିଙ୍କ ବିଷୟରେ ଶୁଣିଥିବେ କିମ୍ବା ସିନେମାରେ ଦେଖିଥିବେ ନିଶ୍ଚୟ । ତେବେ ଆଜି ଆମେ ଜାଣିବା ରିୟଲ ଲାଇଫ୍ ଇଣ୍ଡିଆନ୍ ସୁପରହୀରୋଙ୍କ ବିଷୟରେ  । ଭାରତର ଏହି  ସୁପରହୀରୋ ଜଣକ ହେଲେ ବିହାର କୌମୂର ଜିଲ୍ଲାର ଏକ ଛୋଟ ଗାଁ ବଗାଢ଼ିରେ ବାସ କରୁଥିବା ରାଘବେନ୍ଦ୍ର କୁମାର  । ୨୦୦୯ରେ ଲ’ ପାଠ ପଢ଼ିବା ବେଳେ କୃଷ୍ଣ କୁମାର ନାମକ ଜଣେ ଯୁବକଙ୍କ ସହ ଭେଟ ହୁଏ ରାଘେବନ୍ଦ୍ରଙ୍କର । ଗୋଟିଏ ଡିପାଟମେଣ୍ଟରେ ହୋଇନଥିଲେ ସୁଦ୍ଧା ଗୋଟିଏ ହଷ୍ଟେଲରେ ରହୁଥିବା କାରଣରୁ ଉଭୟଙ୍କ ମଧ୍ୟରେ ଭଲ ବନ୍ଧୁତା ଗଢ଼ିଉଠେ ।  ଖାଇବା, ପିଇବା, ବୁଲିବା ସବୁ ଏକାଠି ।  ଖୁବ କମ୍ ସମୟ ଭିତରେ ଅନ୍ତରଙ୍ଗ ହୋଇଯାଆନ୍ତି ଉଭୟ ।

ହେଲେ ବିଧିର ବିଧାନ ଥିଲା ଭିନ୍ନ । ଉଭୟଙ୍କ ବନ୍ଧୁତାରେ ଯେପରି କାହାର ନଜର ଲାଗିଗଲା । ଦୁର୍ଭାଗ୍ୟବଶତଃ ୨୦୧୪ରେ ବିନା ହେଲମେଟରେ ବାଇକ ଚାଳନା କାରଣରୁ ପ୍ରିୟତମ ବନ୍ଧୁ କୃଷ୍ଣ କୁମାର ପ୍ରାଣ ହରାଇଥିଲେ । ପ୍ରିୟ ବନ୍ଧୁଙ୍କ ମୃତ୍ୟୁ ପରେ ଭାଙ୍ଗି ପଡ଼ିଥିଲେ ରାଘବେନ୍ଦ୍ର । ଘରୁ ବାହାରକୁ ବାହାରୁ ନଥିଲେ,ଗୁମସୁମ୍ ହୋଇ ବସି ରହୁଥିଲେ  । ।  ବନ୍ଧୁ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିନଥିଲେ । ଅନେକ ଚିନ୍ତା କରିବା ପରେ ପ୍ରିୟ ବନ୍ଧୁଙ୍କ ସ୍ମୃତିରେ ମାଗଣା ହେଲମେଟ୍ ବାଣ୍ଟିବା ପାଇଁ  ମନସ୍ଥ କରିନେଲେ ।

ତେବେ ଏହି ମହତ ଅଭିଯାନ ଆରମ୍ଭ ଏତେ ସହଜ ନଥିଲା । ମାଗଣା ହେଲମେଟ ବାଣ୍ଟିବା ପାଇଁ ଚାକିରି ଛାଡ଼ି ଦେଇଥିବା ରାଘବେନ୍ଦ୍ର ନିଜ ସ୍ତ୍ରୀଙ୍କର ଗହଣାଗାଣ୍ଠି ମଧ୍ୟ ବିକ୍ରି କରିଦେଇଥିଲେ । ତଥାପି ହାର ମାନିନଥିଲେ । ଆଉ ସେବେଠାରୁ ଏକ ମହତ ଉଦ୍ଦେଶ୍ୟ ନେଇ ମାଗଣା ହେଲମେଟ୍ ବାଣ୍ଟୁଛନ୍ତି ବିହାର ଯୁବକ ରାଘବେନ୍ଦ୍ର । ଆଉ ହଜାର ହଜାର ଲୋକଙ୍କ ଜୀବନ ମଧ୍ୟ ବଞ୍ଚାଉଛନ୍ତି ।

ସୂଚନା ଅନୁସାରେ ବର୍ତ୍ତମାନ ଦେଶରେ ଦିନକୁ ଦିନ ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଛି । ଦୁର୍ଘଟଣା ଯୋଗୁଁ ନିତି ପ୍ରତିଦିନ ଲକ୍ଷ ଲକ୍ଷ ସଂଖ୍ୟାରେ ନିଷ୍ପାପ ଜୀବନ ଅକାରଣରେ ଝଡ଼ିପଡ଼ୁଛି । ଏହି ଦୁର୍ଘଟଣା ଭିତରେ ସର୍ବାଧିକ ହେଉଛି ବାଇକ୍‌ ତଥା ଦୁଇଚକିଆ ଯାନ ଜନିତ ଦୁର୍ଘଟଣା। ଦେଶରେ ପ୍ରତି ଘଣ୍ଟାରେ ବାଇକ୍‌ ଦୁର୍ଘଟଣା ଯୋଗୁଁ  ୬ଜଣଙ୍କ ଜୀବନ ଯାଉଛି।

କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ପ୍ରକାଶିତ ରିପୋର୍ଟ ଅନୁସାରେ, ୨୦୧୯ରେ ଭାରତରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ୩୭ ପ୍ରତିଶତ ଥିଲେ ବାଇକ ଚାଳକ । ଭାରତରେ ପ୍ରତି ଘଣ୍ଟାରେ ପ୍ରାୟ ୬ ଜଣ ବାଇକ ଚାଳକ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି ।

ଦେଶରେ ତ୍ରୁଟିପୂର୍ଣ୍ଣ ଲାଇସେନ୍ସ ବ୍ୟବସ୍ଥା, ହେଲମେଟ୍ ନ ପିନ୍ଧିବା, ଉପଯୁକ୍ତ ତାଲିମର ଅଭାବ, ଆଦି ଯୋଗୁଁ ଦୁଇଚକିଆ ଚାଳକମାନେ ଅଧିକ ଦୁର୍ଘଟଣାର ଶିକାର ହେଉଛନ୍ତି ଓ ପ୍ରାଣହରାଉଛନ୍ତି ।  ହେଲମେଟ୍‌ ପିନ୍ଧିବା ଦ୍ୱାରା ବାଇକ ଦୁର୍ଘଟଣାରେ ହେଉଥିବା ମୃତ୍ୟୁସଂଖ୍ୟା ୪୨ ପ୍ରତିଶତ ଓ ମସ୍ତିଷ୍କ ଆଘାତ ସଂଖ୍ୟା ୬୯ ପ୍ରତିଶତ କମାଇହେବ ବୋଲି ହୁର ଏକ ଆକଳନରୁ ଜଣାପଡ଼ିଛି ।

ସେହିପରି ଦେଶରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ୨୦୧୮ ତୁଳନାରେ ୨୦୧୯ରେ କମିଥିବା ରିପୋର୍ଟରୁ ଜଣାପଡ଼ିଛି । ୨୦୧୮ରେ ଦେଶରେ ଦୁର୍ଘଟଣାଜନିତ ୧ ଲକ୍ଷ ୫୧ ହଜାର ୪୧୭ ମୃତ୍ୟୁ ହୋଇଥିବାବେଳେ ୨୦୧୯ରେ ଏହା ୧ ଲକ୍ଷ ୫୧ ହଜାର ୧୧୩ ରହିଛି ।   ପୂର୍ବ ବର୍ଷ ତୁଳନାରେ ସଡ଼କ ଦୁର୍ଘଟଣା ଯୋଗୁଁ ମୃତ୍ୟୁସଂଖ୍ୟା କମିବା ଆଦୌ ଆଶ୍ୱସ୍ତିଜନକ ନୁହେଁ । କାରଣ ଦେଶରେ ଦୁର୍ଘଟଣା ଯୋଗୁଁ ଶିଶୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି।

Other Stories

  • Delivery Boy
    Delivery Boy ପୋଲିସ୍ ସାଜିଲା ଡେଲିଭରି ବୟ

    ଆମେରିକାରେ ରହୁଥିବା ଜଣେ ମହିଳା ନିଜ ପାଇଁ ଅନ୍‌ଲାଇନ୍‌ରେ ଖାଦ୍ୟ ଅର୍ଡର କରିଥିଲେ। ଯେତେବେଳେ ସେ ଖାଦ୍ୟ ପାଇଁ ଅପେକ୍ଷା କରିଥିଲେ ସେତେବେଳେ ଜଣେ ପୋଲିସ ଅଧିକାରୀ ତାଙ୍କ ଘରର କବାଟ ବାଡେଇଥିଲେ ।

  • PMAY
    Odisha ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହଜାରେ କୋଟିର ଦୁର୍ନୀତି !

    ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହଜାରେ କୋଟିର ଦୁର୍ନୀତି ଅଭିଯୋଗ ଆଣି ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ୍ । ଏମିତିକି ଏହି ଦୁର୍ନୀତି ଓ ଅନିୟମିତତା ପ୍ରତିବାଦରେ ଆସନ୍ତା ୭ରୁ ୯ ଯାଏଁ ଆନ୍ଦୋଳନ କରିବାକୁ ଦଳ...

  • COWIN
    Co Win ୫୦ ଦେଶ କୋ-ୱିନ୍‌ ଆପ୍‌ ବ୍ୟବହାର କରିବାକୁ ଆଗ୍ରହୀ

    ନୂଆଦିଲ୍ଲୀ: ଭାରତର କରୋନା ବିରୋଧୀ ଲଢ଼େଇରେ ମୁଖ୍ୟ ଅସ୍ତ୍ର ଟିକା । ଆଉ ଏହି ବିଶ୍ୱର ସର୍ବବୃହତ ଟିକାକରଣ ଅଭିଯାନର ମେରୁଦଣ୍ଡ କୋ-ଓ୍ୱିନ୍ ଟିକା । ଉପଲବ୍ଧତା ଯାଞ୍ଚ ହେଉ, ସ୍ଲଟ୍ ବୁକିଂ ଅବା ରେଜିଷ୍ଟ୍ରେନ୍ କିମ୍ବା...

  • Small-girl
    Odisha ମା‘ ଭାଇର ଜୀବନ ବଞ୍ଚେଇ ଦେଲା କୁନି ଝିଅ

    ମୁରାଦାବାଦ୍‌: ଯେଉଁ ବୟସରେ ଚାଲି ଶିଖିବା କଥା ସେ ବୟସରେ ସେ ମାଆ ପାଇଁ ସାହାରା ହେଲା । ଅଜଣା ରାସ୍ତାରେ ମାଆ, ଭାଇ ପାଇଁ ଖୋଜି ଆଣିଲା ଉଦ୍ଧାରକାରୀ ଟିମ୍ । ଷ୍ଟେସନ୍‌ରେ ଅଚେତ୍ ଅବସ୍ଥାରେ...