ଚାକିରି ଛାଡ଼ି ନର୍ସରୀ ବ୍ୟବସାୟ, ସଫଳ ହେଲ ଆକାଶଦୀପ

ଯୁବଗେ।ଷ୍ଠୀଙ୍କ ପାଇଁ ପ୍ରେରଣା ଆକାଶଦୀପ । କିଛି ନୂଆ ତଥା ଭିନ୍ନ କରିବାର ଆଶା ନେଇ ଚାକିରି ଛାଡ଼ିଲେ ରାଜସ୍ଥାନ ଯୁବକ, ଏବେ ବାର୍ଷିକ ୩୦ ଲକ୍ଷ ଉପରେ ଟର୍ଣ୍ଣଓଭର

ରାଜସ୍ଥାନ  : ନର୍ସରୀ ବ୍ୟବସାୟ କରି ବାର୍ଷିକ ଲକ୍ଷ ଲକ୍ଷ ଟଙ୍କା ଆୟ କରୁଛନ୍ତି ଯୁବକ । ୪ ବର୍ଷ ପୂର୍ବେ ବ୍ୟବସାୟ କରିବାକୁ ଚାକିରି ମେ।ହ ତ୍ୟାଗ କରି ବ୍ୟବସାୟ ଆରମ୍ଭ କରିଥିଲେ, ଆଉ ଆଜି ସଫଳ ହେଲେ । ରାଜସ୍ଥାନର ଉଦୟପୁର ଜିଲ୍ଲା ନିବାସୀ ଆକାଶଦୀପ ବୈଷ୍ଣବ ନର୍ସରୀ  ବ୍ୟବସାୟ କରନ୍ତି । ତାଙ୍କ ନର୍ସରୀରେ ୨ ହଜାରରୁ ଅଧିକ ପ୍ରକାରର ଚାରା ଦେଖିବାକୁ ମିଳେ ।  କଠିନ ପରିଶ୍ରମ କରି  ତିନିରୁ ଚାରି ବର୍ଷ ମଧ୍ୟରେ ହିଁ ସେ ନିଜର ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି । ଦୃଢ଼ ଆତ୍ମବିଶ୍ୱାସ ବଳରେ ଗଢ଼ିଥିବା ଏହି ନୂଆ ବ୍ୟବସାୟ ଆଜି ସଫଳ ହେ।ଇଛି ।

ଆକାଶଦୀପ ବାର୍ଷକ ଟର୍ଣ୍ଣଓଭର ପାଖାପାଖି ୩୦ ଲକ୍ଷ ଟଙ୍କା  ।  ୨୮ ବର୍ଷୀୟ ଆକାଶଦୀପଙ୍କ କହିବା ଅନୁସାରେ ପରିବାର ଆର୍ଥିକ ସ୍ଥିତି ସୁଦୃଢ଼ ନଥିଲା । ଆଉ ଏଥିପାଇଁ ଦ୍ୱାଦଶ ପରେ ହିଁ ସେ ଚାକିରି ସନ୍ଧାନରେ ଥିଲେ । ଅନେକ ଚେଷ୍ଟା କରିବା ପରେ ତାଙ୍କୁ ସ୍ୱଳ୍ପ ବେତନରେ ଏକ ଚାକିରି ମିଳିଗଲା । ଆଉ ସେହି ଟଙ୍କାରେ ଘର ଚଳାଉଥିଲେ । ତେବେ ଚାକିରି କରିବା ସଙ୍ଗେ ସଙ୍ଗେ ସେ ବିକମ୍ ରେ ନାମ ଲେଖାଇଥିଲେ । ଆଉ ସେତେବେଳକୁ ଚାକିରିରୁ ଭଲ ରେ।ଜଗାର ମଧ୍ୟ ହେଉଥିଲା । କିନ୍ତୁ ଏତିକିରେ ସନ୍ତୁଷ୍ଟ ନଥିଲେ ଆକାଶଦୀପ ।

କିଛି ନୂଆ ତଥା ଭିନ୍ନ କରିବାର ଆଶା ନେଇ ୨୦୧୬ରେ ଚାକିରି ଛାଡ଼ିଦେଲେ ଆକାଶଦୀପ । ପାଖାପାଖି ୧୦ ଦିନ ପର୍ଯ୍ୟନ୍ତ ଚିନ୍ତା କରିବା ପରେ ନର୍ସରୀ ବ୍ୟବସାୟ ବିଷୟରେ ଜାଣିବାକୁ ପାଇଲେ ।  ଏ ଦିଗରେ କୌଣସି ଅଭିଜ୍ଞତା ନଥିଲେ ସୁଦ୍ଧା ନର୍ସରୀ ବ୍ୟବସାୟକୁ ଚ୍ୟାଲେଞ୍ଜ ରୂପେ ଭାବି ଆଗକୁ ବଢ଼ିଥିଲେ । ପରିବାର ଲେ।କଙ୍କର ମଧ୍ୟ ଏଦିଗରେ କୌଣସି ଅଭିଜ୍ଞତା ନଥିଲା ।

ଅଳ୍ପ କିଛି ଚାରା ଆଣି ଏକ ଛେ।ଟ ନର୍ସରୀ ଆରମ୍ଭ କଲେ । ତେବେ କୌଣସି ଅଭିଜ୍ଞତା ନଥିବା କାରଣରୁ ପ୍ରଥମେ ପ୍ରଥମମେ ତାଙ୍କୁ ଅନେକ କ୍ଷତି ସହିବାକୁ ପଡ଼ିଥିଲା । ତଥାପି ହାର ନମାନି ବିଶେଷଜ୍ଞଙ୍କ ସହ ଯେ।ଗାଯେ।ଗ କରିଥିଲେ ଆକାଶଦୀପ, ଆଉ ତାଙ୍କ ଠାରୁ କିଛି ମାସ ପର୍ଯ୍ୟନ୍ତ ପ୍ରଶିକ୍ଷଣ ନେଇଥିଲେ । ବିଭିନ୍ନ ପ୍ରକାର ଚାରା ବିଷୟରେ ଜ୍ଞାନ ଆରେ।ହଣ କରିବାରେ ଲାଗିଲେ । ବେଙ୍ଗାଲୁରୁ ଓ ନେ।ଏଡ଼ା ପରି ସ୍ଥାନରେ ପ୍ରଶିକ୍ଷଣ ନେବା ପରେ ଧୀରେ ଧୀରେ ସେ ନର୍ସରୀ ବ୍ୟବସାୟ ବିଷୟରେ ଜାଣିପାରିଲେ ।

ଆକାଶଦୀପଙ୍କ କହିବା ଅନୁସାରେ, ପ୍ରାରମ୍ଭିକ ସମୟରୁ ଅଧିକ  ମଜୁରିଆ ରଖିବା ଆବଶ୍ୟକ ନୁହେଁ । କାରଣ ଆରମ୍ଭରୁ ଅଧିକ ଖର୍ଚ୍ଚ କଲେ ବ୍ୟବସାୟରେ କ୍ଷତି ହେବାର ଅନେକ ଆଶଙ୍କା ଥାଏ । ତେଣୁ ଏଦିଗକୁ ଦୃଷ୍ଟିରେ ରଖି ନର୍ସରୀର ସମସ୍ତ କାମ ନିଜେ କରୁଥିଲେ ଆକାଶଦୀପ । ତେବେ  ତାଙ୍କ ପରିବାର ଲେ।କ ମଧ୍ୟ ତାଙ୍କୁ ନର୍ସରୀ କାମରେ ସାହାଯ୍ୟ କରୁଥିଲେ । ଆଉ ଧୀରେ ଧୀରେ ବ୍ୟବସାୟ ବଢ଼ିବା ପରେ  ପରେ ୧୦ରୁ ୧୨ଜଣ  ଲେ।କଙ୍କୁ କାମରେ ରଖିଥିଲେ ଆକାଶଦୀପ ।

ଏବେ ଆକାଶଦୀପଙ୍କ ପାଖରେ ୨ ହଜାରରୁ ଅଧିକ ପ୍ରକାରର ଚାରା ମହଜୁଦ୍ ଅଛି । ସବୁ ଚାରାର ନାମ ମଧ୍ୟ ତାଙ୍କୁ ଜଣା । ଇନଡେ।ର ଓ ଆଉଟଡେ।ର ସବୁ ପ୍ରକାର ପ୍ଲାଣ୍ଟ ନିଜ ନର୍ସରୀରେ ରଖିଛନ୍ତି ଆକାଶଦୀପ । ବର୍ତ୍ତମାନ ଏୟାର ପ୍ୟୁରିଫାୟର ଚାରାର ଅଧିକ ଚାହିଦା ରହିଛି ବେ।ଲି କହନ୍ତି ଆକାଶଦୀପ ।

ଏବେ ନର୍ସରୀ ବ୍ୟବସାୟରେ ତାଙ୍କୁ ସନ୍ତୁଷ୍ଟି ମିଳୁଛି । ନର୍ସରୀ କାମ ଯେ।ଗୁଁ ପରିବେଶ ମଧ୍ୟ ରକ୍ଷାହେଉଛି ବେ।ଲି କହନ୍ତି ଆକାଶଦୀପ  । ତେବେ ତାଙ୍କ ନର୍ସରୀ ପାଇଁ ଦକ୍ଷିଣ ଭାରତରୁ ଚାରା ଆମଦାନୀ କରନ୍ତି ସେ।  ବିନା ଏଜେଣ୍ଟରେ ସିଧାସଳଖ କୃଷକଙ୍କ ସହ ଯେ।ଗାଯେ।ଗ କରି ଚାରା ଆଣନ୍ତି ଆକାଶଦୀପ । ଫଳରେ ଚାଷୀମାନେ ଭଲ ଦୁଇପଇସା ରେ।ଜଗାର କରିପାରନ୍ତି । ଅନ୍ୟପଟେ ସିଧାସଳଖ ଚାଷୀଙ୍କ ଠାରୁ ଚାରା କିଣିବା ଦ୍ୱାରା ଚାରା ସମ୍ମନ୍ଧୀୟ ସମସ୍ତ ସୂଚନା ମଧ୍ୟ ମିଳିଯାଏ । ତେବେ  ଖୁବଶୀଘ୍ର ରାଜସ୍ଥାନ ବାହାରେ ମଧ୍ୟ ନିଜ ବ୍ୟବସାୟ ବଢ଼ାଇବାକୁ ଚାହୁଁଛନ୍ତି ଅକାଶଦୀପ ।

You might also like