ବିଶ୍ୱର ରହସ୍ୟମୟୀ ହ୍ରଦ, ପାଣି ଛୁଇଁଲେ ପଥର ପାଲଟି ଯାଉଛନ୍ତି ମଣିଷ, ପଶୁପକ୍ଷୀ, କୀଟପତଙ୍ଗ

ରହସ୍ୟଘେରରେ ବିଶ୍ୱର ରହସ୍ୟମୟୀ ହ୍ରଦ । ହ୍ରଦର ପାଣି ଛୁଇଁଲେ ପଥର ପାଲଟି ଯାଉଛନ୍ତି ମଣିଷ, ପଶୁପକ୍ଷୀ, କୀଟପତଙ୍ଗ । ଉତ୍ତର ତାଞ୍ଜାନିଆରରେ ଥିବା ଏହି ଚର୍ଚ୍ଚିତ ହ୍ରଦର ନିକଟବର୍ତ୍ତୀ ଅଞ୍ଚଳରେ ଜନବସତିର ଚିହ୍ନବର୍ଣ୍ଣ ନାହିଁ ।ଏହି ବିପଜ୍ଜନକ ହ୍ରଦକୁ ନେଟ୍ରନ୍ ହ୍ରଦ କୁହାଯାଏ। ଏହି ହ୍ରଦ ଚାରିପାଖରେ ପଶୁ ଓ ପକ୍ଷୀମାନଙ୍କର ଅନେକ ପଥର ମୂର୍ତ୍ତି ପଡ଼ିରହିଛି । ତେଣୁ ନେଟ୍ରନ୍ ହ୍ରଦ ସହିତ ଭୌତିକ ଶକ୍ତି ଜଡ଼ିତ ବୋଲି ଚର୍ଚ୍ଚା ହୁଏ ।

ହ୍ରଦର ନିକଟବର୍ତ୍ତୀ ଅଞ୍ଚଳରେ ପଥର ପାଲଟିଯାଇଥିବା ଅସଂଖ୍ୟ ଜୀବଜନ୍ତୁଙ୍କୁ ଦେଖିବାକୁ ମିଳେ । ତେବେ ଏହି ଅଭିଶପ୍ତ ହ୍ରଦ ପଛରେ ରହିଛି ବୈଜ୍ଞାନିକ କାରଣ । ନେଟ୍ରନ୍ ଏକ ଆଲ୍‌କାଲାଇନ ହ୍ରଦ, ଯେଉଁଠି ପାଣିରେ ସୋଡିୟମ କାର୍ବୋନେଟର ମାତ୍ରା ଅଧିକ। ପାଣିରେ ସମାନ ମାତ୍ରାରେ ରହିଛି  ଆଲକାଲାଇନ୍  ଏବଂ ଏମୋନିଆ । ଇଜିପ୍ଟରେ ମମ୍ମିକୁ ସୁରକ୍ଷିତ କରିବା ପାଇଁ ବ୍ୟବହାର କରାଯାଉଥିବା ରାସାୟନିକ ତତ୍ତ୍ୱ ଭଳି ଏହି ପାଣିରେ ଆବଶ୍ୟକ ତତ୍ୱ ରହିଛି । ତେଣୁ ଏହି କାରଣରୁ ନେଟ୍ରନ୍  ହ୍ରଦରେ ପଶୁପକ୍ଷୀଙ୍କ ଶରୀର ବର୍ଷ ବର୍ଷ ଧରି ସୁରକ୍ଷିତ ରହିଥାଏ ।

 ନାଟ୍ରୋନ୍ ପରି  ଆଫ୍ରିକା ଦେଶ କାଙ୍ଗୋର ‘କିବୁ’ ହ୍ରଦ ମଧ୍ୟ ବିଶ୍ୱର ସବୁଠାରୁ ବିପଦପୂର୍ଣ୍ଣ ହ୍ରଦମାନଙ୍କ ମଧ୍ୟରୁ ଗୋଟିଏ। ‘କିବୁ କୁ ‘ବିସ୍ଫୋରକ’ ହ୍ରଦ ମଧ୍ୟ କୁହାଯାଏ। ଏହାର ପାଣିରେ ମାତ୍ରାଧିକ କାର୍ବନ ଡାଇଅକ୍ସାଇଡ୍‌ ଏବଂ ମିଥେନ ରହିଛି। ଏହି ହ୍ରଦ ନିକଟରେ ସାମାନ୍ୟ ଭୂମିକମ୍ପ ହେଲେ  ହ୍ରଦରେ ଏକ ବଡ ଧରଣର ବିସ୍ଫୋରଣ  ହୋଇଯିଯା ନିଶ୍ଚିତ।

ସେହିପରି ଆମେରିକାର ସବୁଠାରୁ ବଡ ହ୍ରଦ ମଧ୍ୟରୁ ‘ଲେକ୍ ମିସିଗନ୍’ ମଧ୍ୟ ବିପଜ୍ଜନକ । ହ୍ରଦ ଚାରିପାଖେ ବିଷାକ୍ତ ଗ୍ୟାସ  ନିର୍ଗତ ହେଉଥାଏ । ଫଳରେ ୧୯୮୬ ଅଗଷ୍ଟରେ ବିଷାକ୍ତ ଗ୍ୟାସ୍ ପ୍ରଭାବରେ ନିକଟରେ ବସବାସ କରୁଥିବା ସମସ୍ତ ଜୀବଜନ୍ତୁଙ୍କ ଜୀବନ ଚାଲିଯାଇଥିଲା ।  ବୈଜ୍ଞାନିକମାନଙ୍କ ମତରେ ହ୍ରଦ ତଳେ ଏକ ଆଗ୍ନେୟଗିରି ରହିଛି । ଫଳରେ କାର୍ବନ୍ ଡାଇଅକ୍ସାଇଡ ଗ୍ୟାସ ପାଣିରେ ମିଶି ଗ୍ୟାସର ସ୍ତର ବଢିଯିବାରୁ ବାଦଲରେ ପରିଣତ ହୋଇଥିଲା ବିଷାକ୍ତ ବଳୟ ସୃଷ୍ଟି କରୁଛି ।

ସେହିପରି ଉତ୍ତର ଆମେରିକା ମହାଦ୍ଵୀପର କାରବିଆନ୍ ଅଞ୍ଚଳରେ ଅବସ୍ଥିତ ଡୋମିନିକାରେ ଏକ  ହ୍ରଦର ପାଣି ଟକଟକ୍ ହୋଇ ଫୁଟୁଛି ।  ହ୍ରଦ ନିକଟକୁ ଯିବା ମରଣକୁ ଆଲିଙ୍ଗନ କରିବା ସମାନ ।  ତେଣୁ ସ୍ଥାନୀୟ ହ୍ରଦ ପାଖାପାଖି ଗଲେ ବେଶ୍‌ ସତର୍କତା ଅବଲମ୍ବନ କରିଥାନ୍ତି।

You might also like