କୁଳଭୂଷଣଙ୍କୁ ପାକିସ୍ତାନ ଦେଇଥିବା ମୃତ୍ୟୁ ଦଣ୍ଡାଦେଶକୁ ସ୍ଥଗିତ ରଖିଲେ ICJ

ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ ନୌସେନା ଅଧିକାରୀ କୁଳଭୂଷଣ ଯାଦବ ମାମଲାରେ ଭାରତକୁ ବଡ଼ ବିଜୟ। ଆତଙ୍କବାଦ ଓ ଗୁପ୍ତଚର କାର୍ଯ୍ୟ ଅଭିଯୋଗ ନେଇ ପାକିସ୍ତାନ ମିଲିଟାରୀ କୋର୍ଟ ଦେଇଥିବା ମୃତ୍ୟୁଦଣ୍ଡାଦେଶକୁ ସ୍ଥଗିତ ରଖିଛନ୍ତି ଇଣ୍ଟର ନ୍ୟାସନାଲ କୋର୍ଟ ଅଫ୍ ଜଷ୍ଟିସ I

ଭିଏନା ଚୁକ୍ତି ଅନୁୟାୟୀ କୁଳଭୂଷଣଙ୍କ ସହ ଯୋଗାଯୋଗ କରିବା ଓ ତାଙ୍କ ଲାଗି ଆଇନ ସହାୟତା ବ୍ୟବସ୍ଥା କରିବା ଲାଗି ଅନୁମତି ନଦେଇ ପାକିସ୍ତାନ କର୍ତ୍ତୃପକ୍ଷ ଭାରତର ଅଧିକାର କ୍ଷୂର୍ଣ୍ଣ କରିଥିବା ନିଜ ରାୟରେ କହିଛନ୍ତି ICJ।

ତାସହିତ ନିଷ୍ପତ୍ତିର ପୁର୍ନବିଚାର ଓ ଭିଏନା ରାଜିନାମା ଅନୁଯାୟୀ କୁଲଭୂଷଣଙ୍କ ସହ ଯୋଗାଯୋଗ କରିବା ଲାଗି ଦୂତାବାସ ଅଧିକାରୀଙ୍କୁ ଅନୁମତି ଦେବା ପାଇଁ କୋର୍ଟ ପାକିସ୍ତାନକୁ ନିର୍ଦ୍ଦେଶ ଦେଇଛନ୍ତି।  ICJର 16 ଜଣିଆ ବେଞ୍ଚ ଏହି ଶୁଣାଣି କରିଥିଲେ। ୧୫/୧ ରେ ଭାରତର ଯୁକ୍ତି ସପକ୍ଷରେ ରାୟ ଆସିଛି। ଆତଙ୍କବାଦ ଓ ଗୁପ୍ତଚର କାର୍ଯ୍ୟରେ ଲିପ୍ତ ଥିବା ନେଇ ୨୦୧୭ ଏପ୍ରିଲରେ ପାକିସ୍ତାନ ମିଲିଟାରୀ କୋର୍ଟ କୁଳଭୂଷଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲା। ତେବେ ଭାରତ ଏହାକୁ ଜୋରଦାର ବିରୋଧ କରିବା ସହ ସେହି ବର୍ଷ ମେ ୮ ତାରିଖରେ ନେଦରଲ୍ୟାଣ୍ଡସ ହେଗ୍ ସ୍ଥିତ ICJର ଦ୍ୱାରସ୍ଥ ହୋଇଥିଲା।

କୂଳଭୂଷଣଙ୍କୁ ପକ୍ଷ ରଖିବାର ସୁଯୋଗ ଦିଆଯାଇନଥିବା ଏବଂ ତାଙ୍କୁ ଭେଟିବା ଲାଗି ନିୟମ ଅନୁଯାୟୀ ଦୂତାବାସ କର୍ମଚାରୀଙ୍କୁ ଅନୁମତି ମିଳିନଥିବା ଭାରତ ଅଭିଯୋଗ କରିଥିଲା।

ଅନ୍ୟପକ୍ଷରେ କୁଳଭୂଷଣଙ୍କ ଠାରୁ ପାକିସ୍ତାନ କର୍ତ୍ତୃପକ୍ଷ ଚାପ ପ୍ରୟୋଗ କରି ବୟାନ ଆଦାୟ କରିଥିବା ଭାରତ ଯୁକ୍ତି କରିଥିଲା। ମାମଲାର ଶୁଣାଣି କରି ୨୦୧୭ ମେ ୧୮ରେ କୋର୍ଟ ମୃତ୍ୟୁଦଣ୍ଡକୁ କାର୍ଯ୍ୟକାରୀ କରିବା ଉପରେ ରହିତାଦେଶ ଲଗାଇଥିଲେ। ପାକିସ୍ତାନରେ ହିଂସାକାଣ୍ଡ ଘଟାଇବା ଲାଗି କୁଳଭୂଷଣ ଷଡ଼ଯନ୍ତ୍ରରେ ଲିପ୍ତ ଥିଲେ ଓ ତାଙ୍କୁ ବେଲୁଚିସ୍ତାନରୁ ଗିରଫ କରାଯାଇଥିବା ପାକ୍ କର୍ତ୍ତୃପକ୍ଷ ଦାବି କରୁଥିବା ବେଳେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ISI ତାଙ୍କୁ ଇରାନରୁ ଅପହରଣ କରିନେଇଥିବା ଭାରତ କହିଆସୁଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ICJଙ୍କ ରାୟକୁ ସ୍ୱାଗତ କରିଥିବା ବେଳେ ଏହା ସତ୍ୟ ଓ ନ୍ୟାୟର ବିଜୟ ବୋଲି କହିଛନ୍ତି। ଏପଟେ କୁଳଭୂଷଣଙ୍କ ପରିବାର ଲୋକ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ସହ କଥା ହେବା ସହ କୁଳଭୂଷଣଙ୍କ ଧୈର୍ଯ୍ୟ ଓ ସାହସର ପ୍ରଶଂସା କରିଛନ୍ତି।

ଆହୁରି ପଢ଼ନ୍ତୁ

ନାବାଳିକାଙ୍କ ପେଟରୁ ବାହାରିଲା ଅଧ କେଜିର ମଣିଷ ଚୁଟି ଓ ସାମ୍ପୋ ପ୍ୟାକେଟ୍‌

ଓକିଲ ଦୀପାଳି ପ୍ରିୟଦର୍ଶିନୀଙ୍କ ଆତ୍ମହତ୍ୟା ମାମଲା : ଜେଲ୍ ଗଲା ବୟଫ୍ରେଣ୍ଡ

ଡେଟିଂ ଆପ୍‌ରେ ୮ ଲକ୍ଷ ବିବାହିତ ! ପରକୀୟା ପ୍ରୀତି ପାଇଁ ସାଥି ଖୋଜା

୮ ବର୍ଷ ପରେ ଘରକୁ ଫେରିଲେ ଯୁବକ

ମୁଁ ତାଙ୍କ ସ୍ତ୍ରୀ : ପ୍ରେମିକର ଘର ଆଗରେ ପ୍ରେମିକାର ଧାରଣା

୧୦୦ତମ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସଚିନ୍‌ , ଜାଣନ୍ତୁ ସେହି ବ୍ୟକ୍ତି ଜଣଙ୍କ କିଏ ?

୩୦ ବର୍ଷ ପରେ ସ୍ୱଗୃହକୁ ଶନି ଚଳନ ପରେ ବଢୁଛି ସଂଶୟ

ବଦଳୁଛି ମାନସିକତା ; ସବୁଠି ପ୍ରତିଷ୍ଠିତ ଏବେ ମହିଳାମାନେ

ଗ୍ରାହକଙ୍କୁ SBIର ଆଲର୍ଟ ! ଏହିସବୁ ଭୁଲ୍‌ କରନ୍ତୁ ନାହିଁ, ନ ହେଲେ…

ରହସ୍ୟରେ ଆଟଲସ୍‌ ସାଇକେଲ୍‌ କଂପାନୀ ମାଲିକଙ୍କ ପତ୍ନୀଙ୍କ ଆତ୍ମହତ୍ୟା !

ମିଶନ ଗଗନଯାନରେ ସାମିଲ ହେବ ଏହି ମହିଳା ରୋବୋଟ

ପିତା ନିଜ ନବଜାତ ପୁଅର ନାଁ ରଖିଲେ ‘କଂଗ୍ରେସ’ !

You might also like