ଆଜି ବିଶ୍ୱ ଫଟୋଗ୍ରାଫି ଦିବସ; ଜାଣିଛନ୍ତି ଏହା କାହିଁକି ପାଳନ କରାଯାଏ ?

ନୂଆଦିଲ୍ଲୀ: ଆଜି ହେଉଛି ‘ୱାର୍ଲଡ୍‌ ଫଟୋଗ୍ରାଫି ଡେ’। ପ୍ରତିବର୍ଷ ୧୯ ଅଗଷ୍ଟ ‘ୱାର୍ଲଡ୍‌ ଫଟୋଗ୍ରାଫି ଡେ’ ଭାବରେ ପାଳନ କରାଯାଇଥାଏ। ସାରା ବିଶ୍ୱର ଫଟୋଗ୍ରାଫର ମଧ୍ୟ ଆଜିର ଦିନକୁ ଧୁମ୍‌ଧାମରେ ପାଳନ କରିଥାନ୍ତି।

ଏହି ଫଟୋଟି ଉଠାଇଥିଲେ ଆଫ୍ରିକୀୟ ଫଟୋଗ୍ରାଫର କେଭିନ୍‌ କାର୍ଟର୍, ଯାହା ପାଇଁ ତାଙ୍କୁ ଆତ୍ମହତ୍ୟା କରିବାକୁ ପଡ଼ିଥିଲା

କେଭିନ୍‌ଙ୍କ କାହାଣୀ ଜାଣନ୍ତୁ

ଯେଉଁ ଫଟୋଗ୍ରାଫର୍‌ମାନେ ସୃଷ୍ଟିର ସୁନ୍ଦର ଚିତ୍ରକୁ ଫଟୋଗ୍ରାଫି ଜରିଆରେ କଏଦ୍ କରିଛନ୍ତି, ଆଜିର ଦିନଟି ସେହିମାନଙ୍କୁ ସମର୍ପିତ ହୋଇଛି। ଆଜିର ସମୟରେ ଫଟୋ ଜରିଆରେ ଆମେ ନିଜ ଜୀବନର ସୁନ୍ଦର ସମୟକୁ କ୍ୟାମେରାରେ ବାନ୍ଧି ରଖିଥାଉ। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି ଫଟୋଗ୍ରାଫି କିଏ ଆରମ୍ଭ କରିଥିଲେ ? କାହିଁକି ୧୯ ଅଗଷ୍ଟ ଦିନ ୱାର୍ଲଡ୍‌ ଫଟୋଗ୍ରାଫି ଡେ’ ପାଳନ କରାଯାଇଥାଏ ? ଆସନ୍ତୁ ‘ୱାର୍ଲଡ୍‌ ଫଟୋଗ୍ରାଫି ଡେ’ର ଇତିହାସ ବିଷୟରେ ଜାଣିବା।

ଏହି ଫଟୋଟି ହେଲା ଆଫଗାନି ଶରଣାର୍ଥୀ ସରବତ ଗୁଲାଙ୍କର ୧୯୮୪ରେ ଏହି ଫଟୋ ଉଠାଯାଇଥିଲା।

ଐତିହାସିକଙ୍କ ମତରେ ଆଜିଠାରୁ ୧୭୯ ବର୍ଷ ପୂର୍ବେ ୧୮୩୯, ୯ ଜାନୁଆରୀ ଦିନ ଫଟୋଗ୍ରାଫି ଆରମ୍ଭ ହୋଇଥିଲା। ଜୋସେଫ୍‌ ନାଇସଫୋର୍‌ ଓ ଲୁଇସ୍‌ ଡାଗୋର୍‌ ନାମରେ ଦୁଇ ଜଣ ବୈଜ୍ଞାନିକ ‘ଡାଗୁଏରୋଟାଇପ୍‌ ପ୍ରକ୍ରିୟା’ର ଆରମ୍ଭ କରିଥିଲେ। ‘ଡାଗୁଏରୋଟାଇପ୍‌ ପ୍ରକ୍ରିୟା’ ହେଉଛି ଫଟୋଗ୍ରାଫିର ପ୍ରଥମ ପ୍ରକ୍ରିୟା। ଏହି ଉଦ୍ଭାବନର ଘୋଷଣା ଫ୍ରାନ୍ସ ସରକାର ୧୮୩୯ ମସିହା ୧୯ ଅଗଷ୍ଟ ଦିନ କରିଥିଲେ। ଏହାକୁ ମନେ ପକାଇବା ପାଇଁ ପ୍ରତିବର୍ଷ ୧୯ ଅଗଷ୍ଟ ଦିନ ‘ୱାର୍ଲଡ୍‌ ଫଟୋଗ୍ରାଫି ଡେ’ ପାଳନ କରାଯାଇଥାଏ। ତେବେ ଏହି ଦିନର ଲୋକପ୍ରିୟତା ୨୦୧୦ ମସିହାରୁ ବଢ଼ିବା ଆରମ୍ଭ ହୋଇଥିଲା।

୨୦୧୦ ମସିହାରେ ଅଷ୍ଟ୍ରେଲିଆର ଜଣେ ଫଟୋଗ୍ରାଫର୍‌ ଏହି ଦିନ ବିଷୟରେ ସଚେତନତା ସୃଷ୍ଟି ଅଭିଯାନ ଆରମ୍ଭ କରିଥିଲେ। ସେ ତାଙ୍କର ୨୭୦ ବନ୍ଧୁ ଫଟୋଗ୍ରାଫର୍‌ଙ୍କ ସାଥିରେ ମିଶି ଅନଲାଇନ୍‌ ଗ୍ୟାଲେରୀ ଆକାରରେ ଲୋକଙ୍କ ସମ୍ମୁଖରେ ସେମାନଙ୍କ ଶ୍ରେଷ୍ଠ ଫଟୋ ପ୍ରଦର୍ଶନ କରିଥିଲେ। ଏହି ଅନଲାଇନ୍‌ ଫଟୋ ଗ୍ୟାଲେରୀ ଏକ ଟ୍ରେଣ୍ଡ ହୋଇଯାଇଥିଲା ଏବଂ ପ୍ରତିବର୍ଷ ୱାର୍ଲଡ୍‌ ଫଟୋଗ୍ରାଫି ଡେ’ ଦିନ ଏହିପରି ଅନଲାଇନ୍‌ ଗ୍ୟାଲେରୀର ପ୍ରଦର୍ଶନ ହୋଇଆସୁଛି।

ଆହୁରି ପଢ଼ନ୍ତୁ

ଭଜନ ପ୍ରେମରେ ଭାଲୁ: ଶିକାରକୁ ଛାଡ଼ି ପ୍ରସାଦ ଖାଉଛନ୍ତି

୭ ବର୍ଷର ପ୍ରେମ ସମ୍ପର୍କ ପରେ ସାତ ଜନ୍ମର ସାଥୀ ହେଲେ

କାହିଁକି ମନ୍ଦିର ଭାଙ୍ଗୁଥିଲା କଳାପାହାଡ଼

ଓଡ଼ିଆ ପୁଅ ଅବିନାଶ ମାଷ୍ଟର୍‌ସେଫ୍‌ ଇଣ୍ଡିଆ ସିଜନ୍‌ ୬ ବିଜେତା

ପ୍ରତୀକ୍ଷା ଓ ଜଗା ଏକ ସଫଳ ପ୍ରେମକାହାଣୀର ଉଦାହରଣ

କଞ୍ଚା ମାଛ ଓ ପନିପରିବା ଏମିତିକି ନିଆଁ ଖାଇଯାଉଥିବା ‘ସର୍ବଗିଳା ମଣିଷ’ ରଞ୍ଜନ କୁମାର

କର୍ତ୍ତବ୍ୟନିଷ୍ଠ ଓ ସେବା ପରାୟଣ ଏହି ମଣିଷଙ୍କୁ ସାଲ୍ୟୁଟ୍

ESA ଏବଂ NASAର ଐତିହାସିକ ମିଶନ; ଖୁବ୍‌ ଶୀଘ୍ର ଆସିବ ସୂର୍ଯ୍ୟର ଫଟୋ

ଭାଲେଣ୍ଟାଇନ୍ସ ଡେ’ରେ ହେବନି ମହାରଥୀଙ୍କ ଝିଅ ବାହାଘର

ପ୍ରୀତିର ବନ୍ଧନେ ସାର୍ଥକ ସ୍ୱପ୍ନ , ଏଇ ବୋଧେ ପ୍ରେମ …

ଚର୍ଚ୍ଚାରେ ସ୍ୱାସ୍ଥ୍ୟସେବା : ମିଛ ଡାକ୍ତରଙ୍କ ଜାଲରେ ଗାଁ ମଣିଷ

ଗୁଜରାଟ୍ ସିଂହ ଓ ସିଂହୀର ଏପରି ପ୍ରେମ କାହାଣୀ କେବେ ଶୁଣି ନଥିବେ

You might also like