• translate
Minati Mishra

ଆଜି ସରସ୍ୱତୀ ପୂଜା। କୋଭିଡ କଟକଣା ଭିତରେ ସରସ୍ୱତୀ ପୂଜାର ଉତ୍ସାହ କମି ଯାଇଥିଲେ ହେଁ ଶିକ୍ଷାନୁଷ୍ଠାନମାନଙ୍କରେ ଯଥାବିଧି ପୂଜା ଅନୁଷ୍ଠିତ ହେଉଛି। ତେବେ ଏଠାରେ ପ୍ରଶ୍ନ ଉଠେ, ମାତା ସରସ୍ୱତୀ କିଏ ? କ’ଣ ତାଙ୍କର ପରିଚୟ ? କେମିତି ହେଲା ତାଙ୍କର ଆବିର୍ଭାବ ? ଆସନ୍ତୁ ଜାଣିବା, ମା’ ବାଗ୍‌ଦେବୀଙ୍କ ବିଷୟରେ ପୌରାଣକ ବ୍ୟାଖ୍ୟା।

ବ୍ରହ୍ମାଙ୍କ ପତ୍ନୀଙ୍କ ନାମ ସାବିତ୍ରୀ ଦେବୀ ଅଟେ। ବ୍ରହ୍ମା ଅନ୍ୟ ଜଣେ ଦେବୀଙ୍କୁ ବିବାହ କରିଥିଲେ। ତାଙ୍କ ନାମ ଗାୟତ୍ରୀ। ଜାଟ୍‌ ଇତିହାସ ମାନ୍ୟତା ଅନୁସାରେ ଗାୟତ୍ରୀ ଦେବୀ ରାଜସ୍ଥାନର ପୁଷ୍କରରେ ରୁହନ୍ତି ଏବଂ ସିଏ ବେଦଜ୍ଞାନରେ ଅତ୍ୟନ୍ତ ପାରଙ୍ଗମ। ଥରେ ସୃଷ୍ଟି କର୍ତ୍ତା ବ୍ରହ୍ମା ପୁଷ୍କର ଯାଇଥିଲେ ଏକ ଯଜ୍ଞ କାମରେ। ସେତେବେଳେ ତାଙ୍କ ପାଖରେ ପତ୍ନୀ ସାବିତ୍ରୀ ନ ଥିଲେ। ବ୍ରହ୍ମା ସେଠାରେ ଗାୟତ୍ରୀଙ୍କୁ ବିବାହ କରି ଯଜ୍ଞ କାମ ସମାପନ କରିଥିଲେ। ପରେ ସାବିତ୍ରୀ ଯେତେବେଳେ ଏହା ଜାଣିଲେ, ସେ ବ୍ରହ୍ମାଙ୍କୁ ଶାପ ଦେଇଥିଲେ।

ପୁରାଣରେ ସରସ୍ୱତୀଙ୍କ ବିଷୟରେ ଭିନ୍ନ ଭିନ୍ନ ମତ ଶୁଣିବାକୁ ମିଳିଥାଏ। ଗୋଟିଏ ଉପାଖ୍ୟାନରେ ବର୍ଣ୍ଣିତ ଅଛି, ମା’ ସରସ୍ୱତୀଙ୍କୁ ବ୍ରହ୍ମା ନଜ ମୁହଁରୁ ପ୍ରକଟ କରଥିଲେ। ଅନ୍ୟ ଏକ ପୌରାଣିକ ଉପାଖ୍ୟାନ ଅନୁସାରେ ଦେବୀ ମହାଲକ୍ଷ୍ମୀ (ଲକ୍ଷ୍ମୀ ନୁହେଁ) ଙ୍କର ଏକ ରୂପ ସରସ୍ୱତୀ। ଦେବୀ ସରସ୍ୱତୀଙ୍କର ବର୍ଣ୍ଣ ଶ୍ୱେତ । ତାଙ୍କର ଅନ୍ୟନାମ ଶାରଦା, ଶତରୂପା, ବାଣୀ, ବାଗ୍‌ଦେବୀ, ବାଗେଶ୍ୱରୀ, ଭାରତୀ ଇତ୍ୟାଦି।

ହିନ୍ଦୁ ଧର୍ମର ୨ଟି ଗ୍ରନ୍ଥ  ସରସ୍ୱତୀ ପୁରାଣ ଏବଂ ମତ୍ସ୍ୟ ପୁରାଣରେ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କର ନିଜ ଝିଅ ହେଉଛନ୍ତି ସରସ୍ୱତୀ। ପୃଥିବୀର ପ୍ରଥମ ମାନବ ମନୁ ମା’ ସରସ୍ୱତୀଙ୍କୁ ପୁତ୍ର ବୋଲି କୁହାଯାଏ। ସରସ୍ୱତୀ ପୁରାଣ ଅନୁସାରେ ବ୍ରହ୍ମା ନିଜ ବିର୍ଯ୍ୟରୁ ସରସ୍ୱତୀଙ୍କୁ ଜନ୍ମ ଦେଇଥିଲେ। କୁହାଯାଏ, ସରସ୍ୱତୀଙ୍କର ମା’ ନାହାନ୍ତି। କେବଳ ପିତା ବ୍ରହ୍ମା ଥିଲେ। ହେଲେ ପରବର୍ତ୍ତୀ ସମୟରେ ସ୍ୱୟଂ ବ୍ରହ୍ମା ସରସ୍ୱତୀଙ୍କ ଆକର୍ଷଣରୁ ନିଜକୁ ବଞ୍ଚାଇ ପାରି ନ ଥିଲେ ଏବଂ ତାଙ୍କୁ ନିଜର ପତ୍ନୀ ଭାବେ ଗ୍ରହଣ କରିବାକୁ ବିଚାର କଲେ।

ସରସ୍ୱତୀ ଏହା ଜାଣିବା ପରେ ନିଜ ପିତାଙ୍କଠାରୁ ବଞ୍ଚିବା ପାଇଁ ଚାରିଦିଗକୁ ଧାଇଁଲେ। ହେଲେ ତାଙ୍କର ସବୁ ପ୍ରଚେଷ୍ଟା ବିଫଳ ହୋଇଥିଲା। ଶେଷରେ ସରସ୍ୱତୀ ବହ୍ମାଙ୍କୁ ବିବାହ କରିଥିଲେ। ବ୍ରହ୍ମା-ସରସ୍ୱତୀ ୧୦୦ ବର୍ଷ ଧରି ଏକ ଜଙ୍ଗଲରେ ପତି-ପତ୍ନୀ ଭାବେ ରହିବାକୁ ଲାଗିଲେ। ଏମାନଙ୍କର ଏକ ପୁତ୍ର ସନ୍ତାନ ହୋଇଥିଲା ଯାହାର ନା ଥିଲା ସ୍ୱୟମ୍ଭୁ ମନୁ।

ତେବେ ମତ୍ସ୍ୟ ପୁରାଣରେ ଏହି କଥା କିଛିଟା ଅଲଗା ଭାବରେ ଲେଖା ଯାଇଛି। ମତ୍ସ୍ୟ ପୁରାଣ ଅନୁସାରେ ବ୍ରହ୍ମାଙ୍କର ୫ଟି ମୁଣ୍ଡ ରହିଛି। ସମୟ କ୍ରମେ ତାଙ୍କର ୫ମ ଶିର ଭୈରବ କାଟି ଦେଇଥିଲା। କୁହାଯାଏ, ଯେତେବେଳେ ବ୍ରହ୍ମା ଏହି ସୃଷ୍ଟିକୁ ଗଢିଲେ ସେତେବେଳେ ସେ ଏକୁଟିଆ ଥିଲେ। ବ୍ରହ୍ମାଙ୍କ ମୁଖରୁ ସେ ସରସ୍ୱତୀ, ସାନ୍ଧ୍ୟ ଏବଂ ବ୍ରାହ୍ମୀ ଜାତ ହୋଇଥିଲେ। ବ୍ରହ୍ମା ନିଜେ ସୃଷ୍ଟି କରିଥିବା କନ୍ୟା ସରସ୍ୱତୀଙ୍କ ପ୍ରତି ଆକର୍ଷିତ ହୋଇଥିଲେ । ସରସ୍ୱତୀ ବ୍ରହ୍ମାଙ୍କଠାରୁ ଖସିବା ପାଇଁ ଆକାଶରେ ଲୁଚିଥିଲେ। ବ୍ରହ୍ମାଙ୍କର ୫ମ ମୁଣ୍ଡ ଦ୍ୱାରା ସେ ତାଙ୍କୁ ଆକାଶରୁ ଖୋଜି ପାଇଥିଲେ ଏବଂ ନିଜ ସୃଷ୍ଟିର ରଚନା ପାଇଁ  ସରସ୍ୱତୀଙ୍କୁ ନିବେଦନ କରିଥିଲେ। ଶେଷରେ ବ୍ରହ୍ମା ସରସ୍ୱତୀଙ୍କୁ ବିବାହ କରିଥିଲେ ଏବଂ ତାଙ୍କର ପ୍ରଥମ ସନ୍ତାନ ଥିଲେ ସ୍ୱୟମ୍ଭୁ ମନୁ।

ବସନ୍ତ ପଞ୍ଚମୀ କଥା

ସବୁ ପରେ ବି ନିଜ ସର୍ଜନାରେ ସନ୍ତୁଷ୍ଟ ନ ଥିଲେ ବ୍ରହ୍ମା। ସେ ବିଷ୍ଣୁଙ୍କ ଆଜ୍ଞା ଆଣି ନିଜ କମଣ୍ଡଳର ଜଳ ପୃଥିବୀ ଉପରେ ଛିଞ୍ଚି ଦେଇଥିଲେ। ଏହା ପରେ ପୃଥିବୀରେ ଏକ କମ୍ପନ ସୃଷ୍ଟି ହୋଇଥିଲା। ଏହାର ପ୍ରଭାବରେ ଜଣେ ଅଦ୍ଭୁତ ଶକ୍ତି ରୂପରେ ଚତୁର୍ଭୁଜା ଦେବୀଙ୍କର ଆବିର୍ଭାବ ହୋଇଥିଲା। ତାଙ୍କର ଗୋଟିଏ ହାତରେ ଥିଲା ବୀଣା ଏବଂ ଅନ୍ୟ ହାତରେ ପୁସ୍ତକ ଏବଂ ମାଳି। ଏହି ଦେବୀ ଯେତେବେଳେ ନିଜ ବୀଣାର ମୁଧୁର ନା ଶୁଣାଇଲେ ସେତେବେଳେ ସଂସାରର ସମସ୍ତ ଜୀବଜନ୍ତୁଙ୍କୁ ବାଣୀ ପ୍ରାପ୍ତ ହୋଇଥିଲା। ଏହା ଦେଖି ବ୍ରହ୍ମା ତାଙ୍କୁ ବାଣୀ ଦେବୀ ସରସ୍ୱତୀ ବୋଲି ଡାକିଥିଲେ।

ସଂଗୀତର ସଷ୍ଟି କରିଥିବା କାରଣରୁ ତାଙ୍କୁ ସଙ୍ଗୀତ ଦେବୀ ମଧ୍ୟ କୁହାଯାଏ। ବସନ୍ତ ପଞ୍ଚମୀ ଦିନକୁ ତାଙ୍କର ଜନ୍ମଦିନ ଭାବେ ପାଳନ କରାଯାଏ। ଅନ୍ୟାନ ପୂଜା ପରି ମା’ ସରସ୍ୱତୀଙ୍କ ପୂଜା କରାଯାଇଥାଏ। ତେବେ କେତେକ ନିର୍ଦ୍ଦିଷ୍ଟ ରଙ୍ଗର ଫୁଲ, ଭୋଗ ଓ ସାମଗ୍ରୀରେ ପୂଜା କଲେ ଶୁଭ ଫଳ ମିଳେ ବୋଲି କୁହାଯାଏ। ତେବେ ହଳଦିଆ ରଙ୍ଗ ମା’ଙ୍କର ବେଶି ପ୍ରିୟ। ତେଣୁ ହଳଦିଆ ଫିଲ, ହଳଦିଆ ରଙ୍ଗର ଭୋଗ ମା’ଙ୍କୁ ଅର୍ପଣ କରାଯାଇଥାଏ।

Other Stories