ଦେବୀପୀଠର ଅଲୌକିକ ଶକ୍ତି: ଯାହାକୁ ଦେଖି ନାସା ବୈଜ୍ଞାନିକ ବି ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ:ଏବେ ଚାଲିଛି ନବରାତ୍ର । ନବରାତ୍ର ସମୟରେ ଦେବୀ ମନ୍ଦିରରେ ଚାଲିଛି ପୂଜାର୍ଚ୍ଚନା । କରୋନା ଭାଇରସର ସଂକ୍ରମଣକୁ ଦେଖି ମନ୍ଦିରରେ ଭକ୍ତଙ୍କୁ ଦେଖିବାକୁ ମିଳୁ ନ ଥିଲେ ହେଁ ବିଧି ଅନୁଯାୟୀ ପୂଜାର୍ଚ୍ଚନା ଚାଲିଛି । ଏହି ଅବସରରେ ଆମେ ଏମିତି ଏକ ମନ୍ଦିରର କଥା କହିବୁ ଯାହାର ଅଲୌକିକ କଥା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଅଲୌକିକତାର ରହସ୍ୟ ଏ ପର୍ଯ୍ୟନ୍ତ ବୈଜ୍ଞାନିକମାନେ ମଧ୍ୟ ଜାଣି ପାରି ନାହାନ୍ତି । ଏହି ଅଲୌକିକ ଦେବୀ ମନ୍ଦିର ରହିଛି ଦେବଭୂମି ଉତ୍ତରାଖଣ୍ଡର ଅଲମୋଡା ପାହାଡ ଉପରେ ।
ଅଲମୋଡା ପାହାଡ ଉପରେ ରହିଛି କସାର ଦେବୀ ମନ୍ଦିର । ଏହି ମନ୍ଦିର ବିଷୟରେ ପୁରାଣରେ ବଣ୍ଣିତ ରହିଛି । କୁହାଯାଏ ଏଠାରେ କୁଆଡେ ସ୍‌:ୟଂ ଦେବୀ ଅବତରଣ କରନ୍ତି । ଏକଥା ବି କୁହାଯାଏ ଯେ ଏହା ଭାରତର ଏକମାତ୍ର ମନ୍ଦିର ଯେଉଁଠି ଚୁମ୍ବକୀୟ ଶକ୍ତି ମିଳିଥାଏ । ମନ୍ଦିର ନିକଟବର୍ତ୍ତୀ ଆଖପାଖରେ ଏମିତି ଜାଗା ରହିଛି ଯେଉଁଠି ବିରାଟ ଭୂ ଚୁମ୍ବକୀୟ କ୍ଷେତ୍ର ରହିଛି । ଏହି କ୍ଷେତ୍ରରେ ଏକ ସ୍ତର ରହିଛି ଯେଉଁଠି ବୈଦ୍ୟୁତିକ ଚାର୍ଜ ପାର୍ଟିକିଲ୍ସ ରହିଛି । ଏହାକୁ ରେଡିଏସନ କୁହାଯାଇଥାଏ ।


ତେବେ ସ୍ଥାନୀୟ ଲୋକେ ବିଶ୍‌:ାସ କରନ୍ତି, ଏହି ମନ୍ଦିରରେ କିଛି ଅଲୌକିକ ଶକ୍ତି ରହିଛି । ଏଥିପାଇଁ ନାସାର ବୈଜ୍ଞାନିକମାନେ ଏଠାରେ ଅନେକ ଗବେଷଣା କରି ସାରିଲେଣି । ହେଲେ କିଛି ବି ତଥ୍ୟ ପାଇ ପାରୁନାହାନ୍ତି ।
ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହି ମନ୍ଦିର ସହିତ ଦକ୍ଷିଣ ଆମେରିକାର ପେରୁ ସ୍ଥିତ ମାଚୁ ପିଚୁ ଏବଂ ଇଂଲଣ୍ଡର ଷ୍ଟୋନ ହେଙ୍ଗର ସାମଞ୍ଜସ୍ୟ ରହିଛି । ସମାନ ଧରଣର ଅଦ୍ଭୁତ ଏବଂ ଆଶ୍ଚର୍ଯ୍ୟ ଅଲୌିକିକତା ଏହି ତିନିଟି ସ୍ଥାନରେ ଦେଖିବାକୁ ମିଳେ । ବୈଜ୍ଞାନିକଙ୍କ କହିବା ଅନୁସାରେ ସେଥିପାଇଁ ଏହାକୁ ଅଦ୍‌:ିତୀୟ ଏବଂ ଚୁମ୍ବକୀୟ ଶକ୍ତିର କେନ୍ଦ୍ର ବୋଲି କୁହାଯାଏ । କୁହାଯାଏ, ଏଠାରେ ଅପୂର୍ବ ମାନସିକ ଶାନ୍ତି ଅନୁଭବ କରିହୁଏ ।

କସାର ମନ୍ଦିର ପରିସରେ ଜିପିଏସ୍‌ ୮ କେନ୍ଦ୍ର ଚିହ୍ନିତ କରାଯାଇଛି । ମନ୍ଦିର ମୁଖ୍ୟ ଦ୍‌:ାରର ବାମ ପଟେ ଏହି ଜିପିଏସ ୮ ନାସା ପକ୍ଷରୁ ଲେଖା ଯାଇଛି ।୧୯୬୦-୭୦ ଦଶକ ଭିତରେ ହିପ୍ପି ଆନ୍ଦୋଳନ ଚାଲିଥିବାବେଳେ ଏହା ଏକ ଲୋକପ୍ରିୟ ସ୍ଥାନ ଥିଲା । ଏହି ମନ୍ଦିରକୁ ବହୁ ସଂଖ୍ୟକ ସ୍ଥାନୀୟ ଲୋକେ ତ ଆସନ୍ତି, ବିଦେଶୀ ପର୍ଯ୍ୟଟକ ମଧ୍ୟ ଆସିଥାନ୍ତି । ନବରାତ୍ର ସମୟରେ ଏଠାରେ ଭକ୍ତଙ୍କର ବେଶ ଭିଡ ଜମେ । ଏହାବ୍ୟତୀତ କାର୍ତ୍ତିକ ପୂର୍ଣ୍ଣମୀ ସମୟରେ ମଧ୍ୟ କସାର ଦେବୀଙ୍କର ମେଳା ହୋଇଥାଏ ।

You might also like