୫ବର୍ଷ ବୟସରେ ବିବାହ କରିଥିଲେ ବାବା: କହିଲେ, ସ୍ତ୍ରୀର ପ୍ରେମ ଦିଏ ଲଢିବାକୁ ସାହାସ

ନୂଆଦିଲ୍ଲୀ: ଦିଲ୍ଲୀର ‘ବାବା କା ଢାବା’। ଗତ କିଛିଦିନ ତଳେ ଅଲୋଡା ଥିବା ଏହି ହୋଟେଲ୍‌ ସାମ୍ନା ଆଜି ଲୋକାରଣ୍ୟ। ହୋଟେଲ୍‌ ମାଲିକ କାନ୍ତା ପ୍ରସାଦଙ୍କ ହୋଟେଲ୍‌କୁ କେହି ଆସୁନାହାନ୍ତି କହି କାନ୍ଦିବାର ଏକ ଭିଡ଼ିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା। ଯାହାକୁ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଗଣମାଧ୍ୟମ ସଂସ୍ଥା ସମସ୍ତେ ତାଙ୍କ ଢାବା ନିକଟକୁ ଧାଇଁଥିଲେ। ତେବେ ଏହି ଢାବାକୁ ଯଦି ଦେଖିବେ ତେବେ ସେଠାରେ ଆପଣ କେବଳ ମାଲିକ କାନ୍ତା ପ୍ରସାଦଙ୍କୁ ନୁହେଁ ତାଙ୍କ ପତ୍ନୀ ବାଦାମୀଙ୍କୁ ମଧ୍ୟ ପାଇବେ। ୮୦ରୁ ଉର୍ଦ୍ଧ୍ୱ ଏହି ଦମ୍ପତ୍ତି ଏଠାରେ ଏକାଠି କାମ କରି ନିଜ ପେଟ ପୋଶୁଛନ୍ତି।

ତେବେ ଏହି ଦମ୍ପତ୍ତିଙ୍କର ଏକ ସୁନ୍ଦର ପ୍ରେମ କାହାଣୀ ରହିଛି। କାନ୍ତା ପ୍ରସାଦ ଆଉ ବାଦାମୀଙ୍କ ମଧ୍ୟରେ ଢେର୍‌ ବୁଝାମଣା ରହିଛି। ଏକଥା ଆମେ ନୁହେଁ କାନ୍ତା ପ୍ରସାଦ କରିଛନ୍ତି।

କାନ୍ତାଙ୍କ କହିବା ଅନୁଯାୟୀ, ତାଙ୍କ ବୟସ ୫ବର୍ଷ ହୋଇଥିଲା ଏବଂ ତାଙ୍କ ପତ୍ନୀ ବାଦାମୀଙ୍କ ବୟସ ୩ବର୍ଷ ହୋଇଥିଲା। ସେ ସମୟରେ ଦୁହେଁ ବିବାହ କରିଥିଲେ। ଉତ୍ତରପ୍ରଦେଶ ଆଜମଗଡରେ ଦୁହେଁ ପରସ୍ପରକୁ ଜୀବନସାଥୀ ଭାବେ ଗ୍ରହଣ କରିଥିଲେ। କାନ୍ତା କୁହନ୍ତି, ବାଦାମୀ ବାହାହେବା ବେଳେ ଏକଦମ୍‌ କଣ୍ଢେଇଟେ ପରି ଲାଗୁଥିଲା।

ପ୍ରଥମ ପିଲା ହେବା ପରେ ଏହି ଦମ୍ପତ୍ତି ଦିଲ୍ଲୀ ଆସିଗଲେ। ୧୯୬୧ରେ ଦିଲ୍ଲୀ ଆସି କାନ୍ତା ପ୍ରଥମେ ଫଳ ବିକ୍ରି କରିବା ଆରମ୍ଭ କଲେ।

ଫଳ ଦୋକାନ କିଛି ଦିନ ଚାଲିଲା ତା’ପରେ ବନ୍ଦ ହୋଇଗଲା। ଏହା ପରେ କାନ୍ତା ଚା’ ଦୋକାନ ଖୋଲିବାର ନିଷ୍ପତ୍ତି ନେଲେ। ଚା’ ଦୋକାନ ଖୋଲିବା ପୂର୍ବରୁ କାନ୍ତା ତାଙ୍କ ପତ୍ନୀଙ୍କୁ ଯଦି ଚା’ ଦୋକାନ ନଚାଲେ ତେବେ କ’ଣ କରିବା ପଚାରିଲେ। ଯାହାର ଉତ୍ତରରେ ବାଦାମୀ ହସିକି ଆଉ କିଛି ଦୋକାନ ଖୋଲିଦେବା ବୋଲି କହିଥିଲେ।

ବାଦାମୀଙ୍କର ଏଇ କେଇପଦ କଥା କାନ୍ତାକୁ ଗୋଟେ ନୂତନ ସାହାସ ଯୋଗାଇ ଦେଇଥିଲା।

୧୯୯୦ରେ କାନ୍ତା ପ୍ରସାଦ ବାବା କା ଢାବା ଖୋଲିଥିଲେ। କାନ୍ତାଙ୍କ କହିବା ଅନୁଯାୟୀ, ଏଠି କେହି ମାଲିକ ନୁହଁନ୍ତି। ଏ ଢାବା ଆମ ଦୁଇଜଣଙ୍କର। ଆମେ ଦୁଇ ଜଣ ଏଠାକାର ମାଲିକ। ଏହା ପୂର୍ବରୁ ମଧ୍ୟ ଆମେ ଅନେକ ସମସ୍ୟାର ସାମ୍ନା କରିଛୁ। କିନ୍ତୁ ପରସ୍ପର ପ୍ରତି ଥିବା ଭଲ ପାଇବା ଆଜି ଆମକୁ ଏକାଠି ସବୁ ପରିସ୍ଥିତିକୁ ଲଢିବାର ସାହାସ ଯୋଗାଉଛି।

 

ଆହୁରି ପଢ଼ନ୍ତୁ

ଆଜିକୁ ୨୧ ବର୍ଷ ତଳେ ପ୍ରକୃତିର ଏମିତି କରାଳ ରୂପ ଦେଖିଥିଲା ଓଡ଼ିଶା

ବେଷ୍ଟ୍‌ କଷ୍ଟ୍ୟୁମ୍ ଡିଜାଇନର୍ ପୁରସ୍କାର ପାଇବେ ଏହି ଦିନ ମଜୁରିଆ

କରୋନା ସଂକ୍ରମିତ ବ୍ୟକ୍ତିଙ୍କ ମସ୍ତିଷ୍କକୁ ପ୍ରଭାବିତ କରୁଛି ଭୂତାଣୁ !

କୋଟିଏ ଟଙ୍କାର ଦାମୀ କାର୍‌ ଜାଳିଦେଲେ ୟୁଟ୍ୟୁବର, ଭିଡିଓ ଭାଇରାଲ

ମୁଦି ତିଆରି କରି ବିଶ୍ୱ ରେକର୍ଡ କଲେ ବ୍ୟବସାୟୀ

ବିନା କୋଚିଂରେ ନିଟ୍‌ରେ ଓଡିଶାର ଦ୍ୱିତୀୟ ଟପ୍ପର ହେଲେ ଅମିତ୍‌

୩ ବର୍ଷ ହେଲା ପଡୋଶୀ ଘରେ କଟୁଛି ଜୀବନ

ନିଜ ଖର୍ଚ୍ଚରେ ଶିକ୍ଷକ ଶିକ୍ଷୟିତ୍ରୀ ତିଆରି କରୁଛନ୍ତି ପାଠ୍ୟ ଉପକରଣ

ପଞ୍ଚକ ଭାଇ ଭଉଣୀଙ୍କ କାହାଣୀ: ଏକାଠି ଜନ୍ମ ହେଇଥିଲେ ଏବେ ଏକାଠି କରୁଛନ୍ତି ବିବାହ

ଜହ୍ନରେ ମିଳିଲା ପାଣିର ସନ୍ଧାନ

ଗଞ୍ଜାମ ଭଞ୍ଜନଗରରେ ଆଉ ଜଣେ ‘ବାବା କା ଢାବା’ର କାହାଣୀ

କୋଟିଏରୁ ଅଧିକ ଟଙ୍କାରେ ସଜ୍ଜିତ ହୋଇଛନ୍ତି ପରମେଶ୍ୱରୀ ଦେବୀ

You might also like