ଉତ୍ତର କୋରିଆର ଶାସକ କିମ୍‌ ଜୋଙ୍ଗଙ୍କ ସମ୍ପର୍କରେ ଜାଣନ୍ତୁ କିଛି ରୋଚକ ତଥ୍ୟ

ନୂଆଦିଲ୍ଲୀ: ମୃତ୍ୟୁ ସହ ସଂଘର୍ଷ କରୁଥିବା ଉତ୍ତର କୋରିଆର ଶାସକ କିମ୍‌ ଜୋଙ୍ଗ ଉନ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି। କୁହାଯାଉଛି, ତାଙ୍କର cardiovascular ସମସ୍ୟା ରହିଛି। ଆମେରିକା ଟିଭି ଚ୍ୟାନେଲ ସିଏନଏନ ରିପୋର୍ଟ ଅନୁଯାୟୀ, କିମ୍‌ ଜୋଙ୍ଗଙ୍କର ସର୍ଜରୀ କରାଯାଇଥିଲା। ହେଲେ ଏହା ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି।

କିମ୍‌ ଜୋଙ୍ଗଙ୍କୁ ପ୍ରାୟ ସମସ୍ତେ ଜାଣିଥିବେ ହେଲେ ତାଙ୍କ ସମ୍ପର୍କରେ କିଛି ରୋଚକ ତଥ୍ୟକୁ ହୁଏତ ଅଳ୍ପ ଲୋକ ଜାଣିଥିବେ।

ତାହାହେଲେ ଆସନ୍ତୁ ଜାଣିବା କ’ଣ ସେହି ରୋଚକ ତଥ୍ୟ… 

  • କିମ୍‌ ଜୋଙ୍ଗ ଉନ୍‌ଙ୍କ ଜନ୍ମ ତାରିଖ ଏକ ରହସ୍ୟ ବୋଲି କୁହାଯାଇଥାଏ ସେ ୧୯୮୨ ମସିହା ଜାନୁଆରୀ ୮ରେ ଜନ୍ମଗ୍ରହଣ କରିଥିଲେ ହେଲେ ଏହା ତାଙ୍କ ପ୍ରକୃତ ଜନ୍ମ ତାରିଖ ନୁହେଁ ବୋଲି କୁହାଯାଉଛି ସୂଚନା ଅନୁସାରେ, ସେ ୧୯୮୪ରେ ଜନ୍ମଗ୍ରହଣ କରିଥିଲେ
  • ମିଳିଥିବା ସୂଚନା ଅନୁସାରେ, ସ୍କୁଲରେ ଯେତେବେଳେ ସେ ଆଡ଼ମିସନ କରିଥିଲେ ସେତେବେଳେ ତାଙ୍କର ପ୍ରକୃତ ନାଁ ଲୁଚା ଯାଇଥିଲା ଏକ ଅଲଗା ନାଁରେ ସେ ସ୍କୁଲରେ ଆଡ଼ମିସନ କରିଥିଲେ
  • କିମ୍‌ ଜୋଙ୍ଗ, ଜେଜେବାପା ତଥା ଉତ୍ତର କୋରିଆର ପ୍ରତିଷ୍ଠାତା କିମ-୨ ସୁଙ୍ଗ ଭଳି ଦିଶିବା ପାଇଁ ୨୭ ବର୍ଷ ବୟସରେ ସେ ପ୍ଲାଷ୍ଟିକ ସର୍ଜରୀ କରିଥିଲେ ବୋଲି ସୂଚନା ମିଳିଛି  
  • ସୂଚନା ଅନୁସାରେ, କିମ୍‌ ଜୋଙ୍ଗ ଯେତେବେଳେ ସ୍ୱିଜରଲାଣ୍ଡରେ ରହି ପାଠ ପଢୁଥିଲେ ସେହି ସମୟରେ ସେ swiss cheese ଖାଇବାକୁ ପସନ୍ଦ କରୁଥିଲେ ସେ ଏହାକୁ ଏତେ ମାତ୍ରାରେ ଖାଇବାକୁ ଲାଗିଲେ ଯେ ତାଙ୍କ ଶରୀରର ଓଜନ ବଢ଼ିବାରେ ଲାଗିଥିଲା
  • ତାଙ୍କର ପ୍ରିୟ ଖେଳ ବାସ୍କେଟବଲ
  • ତାଙ୍କୁ ଅନେକ ଟାଇଟଲସ ମିଳିଛି ଯେପରିକି- “The New Start”, “The Brilliant Comrade”, “The Genius Among Others” ଏହା ବ୍ୟତୀତ ସେ Kim II-sung ୟୁନିଭର୍ସିଟିରୁ ଫିଜିକ୍ସରେ ଡିଗ୍ରୀ ହାସଲ କରିଥିବାବେଳେ ମାଲେସିଆର ଏକ ପ୍ରାଇଭେଟ ୟୁନିଭର୍ସିଟିରୁ ଇକୋନୋମିକ୍ସରେ ଡିଗ୍ରୀ ହାସଲ କରିଛନ୍ତି
  • ସେ ରି ସୋଲ ଜୁଙ୍କୁ ବିବାହ କରିଛନ୍ତି ରି ସୋଲ ଜଣେ ସିଙ୍ଗର ଉଭୟ ଛୋଟବେଳର ସାଙ୍ଗ ବୋଲି କୁହାଯାଉଛି
  • ଉତ୍ତର କୋରିଆରେ କିମ୍‌ ଜୋଙ୍ଗଙ୍କୁ ଭଗବାନଙ୍କ ପରି ପୂଜା କରା ଯାଇଥାଏ।

ଚଳିତ ବର୍ଷ ଏପ୍ରିଲ ୧୫ ତାରିଖରେ କିମ୍‌ ଜୋଙ୍ଗ, ଜେଜେବାପା ତଥା ଉତ୍ତର କୋରିଆର ପ୍ରତିଷ୍ଠାତା କିମ-୨ ସୁଙ୍ଗଙ୍କ ଜନ୍ମ ଦିନ ଭୋଜିରେ ଯୋଗଦେଇ ନଥିଲେ। ପ୍ରତିବର୍ଷ ସେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ। ହେଲେ ଚଳିତ ବର୍ଷ ସେ ଯୋଗ ନ ଦେବାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ ନଥିବା ଚର୍ଚ୍ଚା ଆରମ୍ଭ ହୋଇଥିଲା। ତେବେ ଏ ନେଇ ଉତ୍ତର କୋରିଆ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ।

ଆହୁରି ପଢ଼ନ୍ତୁ

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

You might also like