କିମିଅା କରୁଛି କିକି ଚ୍ୟାଲେଞ୍ଜ୍
ସୋଶାଲ ମିଡିଅାରେ ଭାଇରାଲ
ଭୁବନେଶ୍ୱର : ସୋଶାଲ ମିଡିଅାରେ କିକି ଚ୍ୟାଲେଞ୍ଜକୁ ନେଇ ଏବେ ଜୋରସୋର ଚର୍ଚ୍ଚା। ରାସ୍ତାରେ କାର ଚାଲିଥିବାବେଳେ ଚଳନ୍ତା କାରରୁ ଓହ୍ଲାଇ ଜଣେ କାରର ଡୋର୍ ସାଇଡ୍ରେ ନାଚ କରିବା ସହ ଡ୍ରାଇଭର ଜଣକ ସମ୍ପୃକ୍ତ ବ୍ୟକ୍ତିଙ୍କ ଫଟୋ ନେବା ହେଉଛି କିକି ଚ୍ୟାଲେଞ୍ଜ।
ସୋଶାଲ ମିଡିଅାରେ ବହୁଳ ଭାବେ ଭାଇରାଲ ହୋଇଛି ଏହି ଭିଡିଓ। କାନାଡାର ରାପ୍ ଗାୟକ ଡ୍ରେକ୍ର ଲୋକପ୍ରିୟ ଅାଲବମ୍ ସ୍କୋର୍ପିଅନର ଏକ ଗୀତରେ କାରରୁ ବାହାରି ନାଚ କରୁଛନ୍ତି। ଅନ୍ୟ ଜଣେ ମହିଳା କିମ୍ବା ପୁରୁଷ ଏବେ ନାଚ କରିବା ପରେ ସମ୍ପୃକ୍ତ ମହିଳା କିମ୍ବା ପୁରୁଷ ଜଣକ ପୁଣିଥରେ କାର୍ ଭିତରକୁ ଅାସି ବସୁଛନ୍ତି।
ତେବେ କାନାଡାର ରାପ୍ ଗାୟକ ଏହି କିକି ଚ୍ୟାଲେଂଜକୁ ଅାହ୍ୱାନ କରିଥିବା କଥାକୁ ଅସ୍ୱୀକାର କରିଛନ୍ତି। ଏହା ଇଣ୍ଟରନେଟରେ ଭାଇରାଲ ହୋଇଥିବା ଏକ ଅାମୋଦପୂର୍ଣ୍ଣ ଭିଡିଓ ବୋଲି ସେ କହିଛନ୍ତି। ସେପଟେ ଓଡିଶା ପୁଲିସ ପକ୍ଷରୁ ଏହି କିକି ଚ୍ୟାଲେଂଜ ଭାଇରାଲକୁ ନେଇ ଟୁଇଟ୍ କରାଯାଇଛି। ଏପରି ବିପଦଜନକ ଚ୍ୟାଲେଂଜ ନକରିବାକୁ ପରାମର୍ଶ ଦିଅାଯାଇଛି।
ସେହିପରି ଭୁବନେଶ୍ୱର ପୁଲିସ୍ ଡିସିପି ମଧ୍ୟ ଏନେଇ ଟୁଇଟ୍ କରିଛନ୍ତି। ସେ କହିଛନ୍ତି ଏହା ଏକ ମାନସିକ ବିକୃତ ଚିନ୍ତାଧାରା। ଏଭଳି ନ କରିବାକୁ ସେ ପରାମର୍ଶ ଦେଇଛନ୍ତି।