‘ସେ ଆଖି ସାମ୍ନାରେ ତଳେ ପଡ଼ି ପ୍ରାଣ ହରାଇଥିଲେ, ସାରା ଜୀବନ ଏ ଦୃଶ୍ୟ ମନେ ରହିବ, ଦୁଃଖ ଦେବ’

ଅହମ୍ମଦାବାଦ: ଗୁଜରାଟର ଡାଇମଣ୍ଡ ସିଟି ଭାବେ ପରିଚିତ ସୁରତର ସରଥନା ଅଞ୍ଚଳରେ ଥିବା ତକ୍ଷଶିଲା କୋଚିଂ ସେଣ୍ଟରରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟି ୨୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଏ ଘଟଣା ସାରା ଦେଶକୁ ସ୍ତବ୍ଧ କରି ଦେଇଥିବା ବେଳେ ୟା’ ଭିତରେ ହିରୋ ପାଲଟି ଯାଇଛନ୍ତି ‘କେତନ ଜୋରାୱାଡ଼ିଆ’। କାରଣ ତିନି ମହଲା କୋଠାରେ ନିଆଁ ଲାଗିଥିବା ବେଳେ ସେ ସେଥିରେ ଚଢ଼ି ବିପଦରେ ପଡ଼ିଥିବା ପିଲାମାନଙ୍କୁ ବଞ୍ଚାଇବାର ଅଦମ୍ୟ ସାହସ ଦେଖାଇଥିଲେ। ସେ ନିଜ ଜୀବନକୁ ବିପଦରେ ପକାଇ କୋଚିଂ ସେଣ୍ଟରର ଦଶରୁ ଅଧିକ ପିଲାଙ୍କୁ ବଞ୍ଚାଇଥିଲେ। ତିନି ମହଲା କୋଠାର ଏକ ଧାରରେ ଠିଆ ହୋଇ ସେ ପିଲାମାନଙ୍କୁ ଉଦ୍ଧାର କରୁଥିବାର ଏକ ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହେବା ପରେ ତାଙ୍କୁ ‘ରିୟଲ ହିରୋ’ ବୋଲି କୁହାଯାଉଛି।

ଗତକାଲି କେତନ ଘରକୁ ଫେରୁଥିବା ବେଳେ କୋଚିଂ ସେଣ୍ଟରରେ ନିଆଁ ଲାଗିଥିବା ଦେଖିଥିଲେ। ସେ ସଙ୍ଗେ ସଙ୍ଗେ ସେଠାରେ ଅଟକି ଯାଇଥିଲେ ଓ ପିଲାମାନଙ୍କୁ ରକ୍ଷା କରିବାକୁ ନିଷ୍ପତ୍ତି ନେଇଥିଲେ। ସେ ପ୍ରଥମେ ଉକ୍ତ କୋଠାର ପଛ ପାଖକୁ ଯାଇଥିଲେ। କୋଠାର ପଛ ପାଖରେ ହିଁ ପ୍ରଥମେ ନିଆଁ ଲାଗିଥିଲା। ସେଠାରେ କିଛି ପିଲା ଚିତ୍କାର କରୁଥିବା ବେଳେ କେତନ ସେମାନଙ୍କୁ ଉଦ୍ଧାର କରି କୋଠାର ସାମ୍ନା ପଟକୁ ଆସିଥିଲେ। ସେ ଏକ ସିଡ଼ି ସାହାଯ୍ୟରେ କୋଠାର ଦ୍ୱିତୀୟ ମହଲା ପର୍ଯ୍ୟନ୍ତ ଚଢ଼ି ଯାଇଥିଲେ ଏବଂ ପିଲାମାନଙ୍କୁ ଉଦ୍ଧାର କରିବା କାମ ଆରମ୍ଭ କରି ଦେଇଥିଲେ।

କେତନ କହିଛନ୍ତି,“ଲୋକଙ୍କୁ ସୁରକ୍ଷା ଦେବା ଏକ କର୍ତ୍ତବ୍ୟ। କାଲି ଯେତେବେଳେ ମୁଁ ସେଠାରେ ପହଞ୍ଚିଲି ପାଖାପାଖି ୩୦୦ ଲୋକ ଜମା ହୋଇଥିଲେ। ଦମକଳ ବାହିନୀ ପହଞ୍ଚି ନଥିଲା। ମୁଁ ପ୍ରଥମେ କୋଠାର ପଛ ପାର୍ଶ୍ୱକୁ ଗଲି। ସେଠି କିଛି ପିଲା ଫସି ରହିଥିଲେ। ମୁଁ ଏକ ସିଡ଼ି ସହାୟତାରେ ଯେତେ ଜଣଙ୍କୁ ପାରିଲି ସେଠାରୁ କାଢ଼ିଲି। ମୁଁ ସେଠାରୁ ୮ରୁ ୧୦ ଜଣ ପିଲାଙ୍କୁ ଉଦ୍ଧାର କରିଥିଲି। ତା’ପରେ ମୁଁ କୋଠାର ସମ୍ମୁଖ ଭାଗକୁ ଯାଇଥିଲି। ସମ୍ମୁଖ ଭାଗରେ ମୁଁ ଦୁଇ ଜଣଙ୍କୁ ଉଦ୍ଧାର କରିଥିଲି। କିଛି ପିଲାଙ୍କୁ ବଞ୍ଚାଇ ପାରିଥିବାରୁ ମୁଁ ଖୁସି।”

କେତନଙ୍କ ଦୁଃଖ

ସୁରତର ଏହି ସାହସୀ ଯୁବକ କହିଛନ୍ତି,“ଜଣେ ଛାତ୍ରୀ ଜଳନ୍ତା କୋଠାରୁ ତଳକୁ ଖସି ପଡ଼ିଲେ। ମୁଁ ତାଙ୍କୁ ଧରିବାକୁ ଚେଷ୍ଟା କରିଥିଲି। କିନ୍ତୁ ବିଫଳ ହୋଇଥିଲି। ଛାତ୍ରୀ ଜଣଙ୍କ ମୋ ଆଖି ସାମ୍ନାରେ ତଳେ ପଡ଼ି ପ୍ରାଣ ହରାଇଥିଲେ। ଏହା ସାରା ଜୀବନ ମତେ ଦୁଃଖ ଦେବ ଯେ, ମୁଁ ତାଙ୍କୁ ବଞ୍ଚାଇ ପାରିଲି ନାହିଁ।

ଡରି ନ ଥିଲେ ପରିବାର ଲୋକେ

କୋଚିଂ ସେଣ୍ଟରରେ ନିଆଁ ଲାଗିଥିବା ଓ କେତନ ନିଜ ଜୀବନକୁ ବିପଦରେ ପକାଇ ପିଲାଙ୍କୁ ଉଦ୍ଧାର କରୁଥିବା ଖବର ତାଙ୍କ ପରିବାର ଲୋକଙ୍କ ପାଖରେ ପହଞ୍ଚିଥିଲା। ତେବେ ସେମାନେ ଏହାକୁ ନେଇ ଭୟଭୀତ ହୋଇ ନଥିଲେ। ତାଙ୍କ ବାପା କହିଛନ୍ତି,“ ଘରେ ମୁଁ ଏକ ନିୟମ କରିଛି। ପରିବାରର ସମସ୍ତ ସଦସ୍ୟ ରାତି ସାଢ଼େ ଦଶଟା ଭିତରେ ଘରକୁ ଫେରିବେ। କେତନ ଏବେ ଯୁବକ। ସେ ଅନେକ ସମୟରେ ବିଳମ୍ବରେ ଘରକୁ ଫେରେ। ସେତେବେଳକୁ ମୁଁ ଘର କବାଟ ବନ୍ଦ କରି ଦେଇଥାଏ। ସେ ଦୁଇ ମହଲା କୋଠା ଚଢ଼ି ଭିତରେ ପଶେ। ତେଣୁ ସେ ସେଥିରେ ମାହିର ହୋଇଯାଇଛି। ସେ ଗତକାଲି ଯେଉଁ କାର୍ଯ୍ୟ କଲା, ସେଥିପାଇଁ ଆମେ ସମସ୍ତେ ଗର୍ବିତ।”

ବାପାଙ୍କ ଫ୍ୟାକ୍ଟ୍ରିରେ କାମ କରୁଛନ୍ତି କେତନ

କେତନ ଜଣ କମର୍ସ ଗ୍ରାଜୁଏଟ୍‌। ସେ ଏବେ ତାଙ୍କ ବାପାଙ୍କ ଡିସ୍‌ପୋଜେବଲ୍‌ ୱେର୍‌ସ (ଥରେ ବ୍ୟବହାର ପରେ ଫିଙ୍ଗି ଦିଆଯାଉଥିବା ଜିନିଷ) ଫ୍ୟାକ୍ଟ୍ରିରେ କାମ କରୁଛନ୍ତି। ସେ ତାଙ୍କ ବାପାଙ୍କୁ ଫ୍ୟାକ୍ଟ୍ରି କଥା ବୁଝିବାରେ ସାହାଯ୍ୟ କରୁଛନ୍ତି। କେବଳ କେତନ ନୁହନ୍ତି, ତକ୍ଷଶିଲା କମ୍ପ୍ଲେକ୍ସ ପଛ ପାଖରେ ଥିବା ତାଙ୍କ ସୋସାଇଟିର ବହୁ ଲୋକ ମଧ୍ୟ ଗତକାଲି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ।

 

ଆହୁରି ପଢ଼ନ୍ତୁ

ସମୁଦ୍ର କୂଳରେ ଏମିତି ଲୁକ୍‌ରେ ମନ୍ଦିରା, ଭାଇରାଲ ହେଲା ଫଟୋ

ଭାରତର ଲଗାତାର ୫ମ ବିଜୟ, ୱେଷ୍ଟଇଣ୍ଡିଜ୍ ଧରାଶାୟୀ

‘ଫୋନି’ ଖୋଲିଦେଲା ଜାଲ୍‌ ରାସନକାର୍ଡ ଗୁମର: ଚାଉଳ ନେଲେ ଟଙ୍କା ପାଇଁ ଆସିଲେନି

ପୋଲାଭରମ୍‌ ପ୍ରକଳ୍ପ ଆଗେଇନେବା ପାଇଁ ଆନ୍ଧ୍ରକୁ ଅନୁମତି

ଦାୟିତ୍ୱହୀନତା: ଉଦ୍ଧାର ହେଲେ ୨ ଶିଶୁପୁତ୍ର, ଜଣେ କାର୍ ଭିତରୁ, ଜଣେ ବନ୍ଦ ଘରୁ

ତିନି ରାଜ୍ୟସଭା ପ୍ରାର୍ଥୀ କୋଟିପତି, ଅମରଙ୍କ ନାଁରେ ରହିଛି ଏମିତି ଅଭିଯୋଗ

ମୋଟ୍ ବ୍ୟୟ ପରିମାଣ ୧ ଲକ୍ଷ ୩୯ ହଜାର କୋଟି  ଛୁଇଁବା ସମ୍ଭାବନା

ରାଜଧାନୀରୁ କାର ଲୁଟ୍ ଘଟଣାର ପର୍ଦ୍ଦାଫାସ

୪ ନର୍ସଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଇଲା ସ୍ୱାସ୍ଥ୍ୟ ବିଭାଗ

ପାଠ୍ୟ ପୁସ୍ତକରେ ଏଣିକି ରହିବ କ୍ୟୁଆର କୋର୍ଡ

ବହୁ ଚର୍ଚ୍ଚିତ ସାମ୍ବାଦିକ ତରୁଣ ଆଚାର୍ଯ୍ୟ ହତ୍ୟା ମାମଲା, ୫ ଦୋଷୀଙ୍କୁ ଆଜୀବନ ଜେଲ୍‌

ମହଙ୍ଗା ପଡ଼ିଲା କମେଣ୍ଟ ମରା, ଜୋତାରେ ପିଟିଲେ ମହିଳା

You might also like