ଦେଶରେ ଏମିତି ଏକ ଗାଁ ଅଛି ଯେଉଁଠି ଲୋକେ କେବଳ ସଂସ୍କୃତରେ ହିଁ କଥା ହୁଅନ୍ତି

କର୍ଣ୍ଣାଟକ: ଆମ ଭାରତୀୟ ସଂସ୍କୃତି, ପରମ୍ପରା, ଭାଷା, ସାହିତ୍ୟ ସମଗ୍ର ବିଶ୍ୱଠାରୁ ବେଶ୍ ନିଆରା ଆଉ ଖାସ୍  ମଧ୍ୟ ଅଟେ। ସମଗ୍ର ବିଶ୍ୱ ମାନିଛି ଆମ ବିବିଧତାରେ ଥିବା ସୁନ୍ଦରତାକୁ। ଆମ ଶାସ୍ତ୍ର ପୁରାଣ ବି ଆମ ଦେଶର ମହାନତାର ଗାଥା ବର୍ଣ୍ଣନା କରେ। ସେହିପରି ଭାରତୀୟଙ୍କ ମୂଳ ଭାଷା ସଂସ୍କୃତ ବୋଲି ଆମେ ସମସ୍ତେ ଜାଣନ୍ତି। ଏହି ଭାଷାଟି ବେଶ ଉଚ୍ଚକୋଟୀର ମଧ୍ୟ। ସଂସ୍କୃତ ଭାଷାକୁ ସମସ୍ତ ଭାଷାର ଜନନୀ ବୋଲି ମଧ୍ୟ କୁହାଯାଏ। ଆଉ ତା ସହ କୁହାଯାଏ ଯେ, ସଂସ୍କୃତ ଭାଷା ହେଉଛି ପୌରାଣିକ ତଥା ଶାସ୍ତ୍ରୀୟ ଭାଷା। କିନ୍ତୁ ବର୍ତ୍ତମାନ ସମୟରେ ହଜିବାରେ ଲାଗିଛି ଏହି ଭାଷାର ମହତ୍ତ୍ୱ। କିନ୍ତୁ ଏହି ଭାଷାର ଶ୍ରେଷ୍ଠତା ଓ ମହତ୍ୱତା ଆଜି ବି ବଜାୟ ରଖିଛି ଏକ ଛୋଟ ଗାଁ ମତ୍ତୁର।

ଭାରୀତୟଙ୍କ ଭାଷା, ସଂସ୍କୃତି – ପରମ୍ପରା ଏ ସବୁ ବେଶ୍ ଉଚ୍ଚକୋଟିର। ଯାହା ଭାରତକୁ ସମଗ୍ର ବିଶ୍ୱରେ ଅନନ୍ୟ ବନାଏ, ଖାସ୍ ବି ବନାଏ। ଏପରିକି ସମଗ୍ର ବିଶ୍ୱ ହିଁ ମାନିଛି ଆମ ବିବିଧତାରେ ଥିବା ସୁନ୍ଦରତାକୁ। ଭାରତୀୟଙ୍କ ମୂଳ ଭାଷା ସଂସ୍କୃତ କୁହାଯାଏ। ସଂସ୍କୃତ ଭାଷା ସମସ୍ତ ଭାଷାର ଜନନୀ ଅଟେ। ସଂସ୍କୃତ ଭାଷା ପୌରାଣିକ ଓ ଶାସ୍ତ୍ରୀୟ ଭାଷା ହେଲେ, ବର୍ତ୍ତମାନର ଆଧୁନିକ ସମୟରେ ଆମେ ଭୁଲିବାକୁ ଲାଗିଛୁ ଏହି ଭାଷାର ବିଶେଷତ୍ୱକୁ। କିନ୍ତୁ ଆଜି ବି ଆମ ଦେଶରେ ଏଭଳି ଏକ ଗାଁ ରହିଛି ଯେଉଁଠି ପ୍ରତ୍ୟେକଟି ଲୋକ ସଂସ୍କୃତ ଭାଷାର ମହତ୍ତ୍ୱକୁ ଜୀବିତ ରଖିବାର ପ୍ରୟାସରେ ଲାଗିପଡିଛି।

ଏହି ଗାଁକୁ ଦେଖିଲେ ଆପଣ ଭାବିବେ ଟାଇମ୍ ଟ୍ରାଭେଲ କରି ଆମେ ପୁରାତନ ସମୟକୁ ଆସିଯାଇଛୁ କି? କିନ୍ତୁ ଏହି ଗାଁ ଆମ ଆଧୁନିକ ଭାରତରେ ବି ନିଜର ଅସ୍ତିତ୍ୱକୁ ଜାହିର କରିଛି। ଗାଁଟି ହେଉଛି କର୍ଣ୍ଣାଟକର ତୁଙ୍ଗା ନଦୀକୂଳରେ ଅବସ୍ଥିତ। ଏକ ଛୋଟ ଗାଁ ମତ୍ତୁର, ଏଠାରେ ମାତୃଭାଷା ତଥା ଦୈନନ୍ଦିନ ବ୍ୟବହୃତ ଭାଷା ହେଉଛି ସଂସ୍କୃତ। ଏଠି ଆବାଳ ବୃଦ୍ଧବନିତା ସମସ୍ତଙ୍କ ମୁହଁରୁ ଆପଣମାନେ ଅନର୍ଗଳ ସଂସ୍କୃତ ହିଁ ଶୁଣିପାରିବେ। ସମସ୍ତଙ୍କ ମୁହଁରେ ହସ ଓ ସକାରତ୍ମକ ଆଭା ବି ଦେଖିବାକୁ ପାଇବେ। ଗାଁର ଜଣେ ଅଧ୍ୟାପକ କୁହନ୍ତି ଯେ, ସେ ତାଙ୍କ ବାପାଙ୍କ ଠାରୁ ସଂସ୍କୃତ ଅଧ୍ୟୟନ କରିଥିଲେ। ଆଉ ଆଜି ବି ଗାଁର ଯୁବପିଢି ତଥା ପିଲାମାନଙ୍କୁ ସଂସ୍କୃତ ଶିକ୍ଷା ଦେଇଥାଆନ୍ତି।

ପୁରାତନ କାଳରେ ସବୁ ଧର୍ମର ଲୋକମାନେ ସଂସ୍କୃତି କହିଥାଆନ୍ତି। କିନ୍ତୁ ସମୟ ବିତିବା ସହ ଲୋକମାନେ ସଂସ୍କୃତ ଭାଷା ଭୁଲିଗଲେ। ଆଉ ଅଧ୍ୟାପକଙ୍କର ଏଭଳି ପ୍ରୟାସର ଉଦ୍ଦେଶ୍ୟ ହେଉଛି ମଣିଷ ଇତିହାସର ସବୁଠାରୁ ପ୍ରାଚୀନ ଭାଷାକୁ ବଞ୍ଚାଇ ରଖିବା। ଅନ୍ୟ ସହରରୁ ମଧ୍ୟ ଅଭିଭାବକମାନେ ନିଜ ପିଲାମାନଙ୍କୁ ଏଠାକୁ ସଂସ୍କୃତ ଶିକ୍ଷାଗ୍ରହଣ ପାଇଁ ପଠାଇଥାଆନ୍ତି ବୋଲି ଜଣାପଡିଛି। ଏଠି ବିଦ୍ୟାଳୟ ଗୁଡିକରେ ଏଲକେଜି ଠାରୁ ଦମଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ସଂସ୍କୃତ ଶିକ୍ଷା ଦିଆଯାଇଥାଏ। ଆଉ ଆପଣ ଚାହିଁଲେ ବି ଏଠାରେ ସଂସ୍କୃତ ଶିକ୍ଷାଗ୍ରହଣ କରିପାରିବେ ତାହା ପୁଣି ସମ୍ପୂର୍ଣ୍ଣ ମାଗଣାରେ। କିନ୍ତୁ ସର୍ତ୍ତ ଯେତିକି ଦିନ ଆପଣ ସଂସ୍କୃତ ଶିକ୍ଷା ନେବେ ସେତିକି ଦିନ ଆପଣଙ୍କୁ ମୁତ୍ତୁରରେ ହିଁ ରହିବାକୁ ପଡିବ। ସବୁବେଳେ ସଂସ୍କୃତ କହିବାକୁ ପଡିବ ଓ ଶୁଣିବାକୁ ପଡିବ ମଧ୍ୟ।

ଏଠାରୁ ଅନଲାଇନ୍ ମାଧ୍ୟମରେ ବି ପ୍ରବାସୀମାନଙ୍କୁ ସଂସ୍କୃତ ଶିକ୍ଷା ଦିଆଯାଇଥାଏ। ମତ୍ତୁରରେ ନା କୌଣସି ହୋଟେଲ୍ ନା ରେଷ୍ଟୁରାଣ୍ଟ ନା କୌଣସି ଗେଷ୍ଟହାଉସ୍ ଅଛି? ଏଠାକାର ଲୋକମାନେ ଅତିଥିମାନଙ୍କୁ ନିଜ ଘରେ ରଖନ୍ତି ଓ ଘରର ଖାଇବା ହିଁ ଦେଇଥାଆନ୍ତି। ମତ୍ତୁର ଏନଆରଆଇ ମଧ୍ୟ ନିଜ ଗାଁଠାରୁ ଦୂରେଇ ଯାଇନାହାନ୍ତି। ସଂସ୍କୃତରେ କଥା ହୋଇ ମଧ୍ୟ ଆଧୁନିକତା ବି ଏମାନଙ୍କୁ ସ୍ପର୍ଶ କରିଛି। ଏଠାରେ ସଂସ୍କୃତ ଶ୍ଳୋକର ପ୍ରତିଧ୍ୱନି ବି ଅଛି ଆଉ ଏକବିଂଶ ଶତାବ୍ଦୀର ସମସ୍ତ ସୁବିଧା ସୁଯୋଗ ବି ଅଛି। ଆଧୁନିକତାର ଅର୍ଥ ଆଧୁନିକ ହୋଇ ମଧ୍ୟ ଜନ୍ମମାଟି ସହ ଜଡିତ, ସଂସ୍କୃତି ପରମ୍ପରା ସହିତ ଜଡିତ ରହିବା ହିଁ ଭାରତୀୟଙ୍କ ବିଶେଷତ୍ୱ ହେବା ଆବଶ୍ୟକ। ଆଉ ଏହି ଦିଗରେ ମୁତ୍ତୁର ବାସୀଙ୍କ ପ୍ରଚେଷ୍ଟା ସବୁବେଳେ ପ୍ରଂଶସନୀୟ ହୋଇରହିବ।

You might also like