ପ୍ରେମରେ ପରିପୂର୍ଣ୍ଣ ଥିଲା କାର୍ଲ ମାର୍କ୍ସଙ୍କ ହୃଦୟ

କାର୍ଲ ମାର୍କ୍ସ ୦୫ ମେ ୧୮୧୮ରେ ଜର୍ମାନର ଟ୍ରିଏର ସହରରେ ଜନ୍ମଗ୍ରହଣ କରିଥିଲେ, ଯାହା ପ୍ରୁସିଆରେ ଅବସ୍ଥିତ ଥିଲା। ସାଧାରଣତ, ତାଙ୍କ ନାମ ଆସିବା ମାତ୍ରେ ମନରେ ଜଣେ ଧୀର, ଗମ୍ଭୀର ଦାର୍ଶନିକ, ଲେଖକ ଓ ଚିନ୍ତକର ଭାବମୂର୍ତ୍ତି ଉତ୍ପନ୍ନ ହୁଏ। କିନ୍ତୁ ଅନେକ ଜାଣି ନାହାନ୍ତି, ମାର୍କ୍ସଙ୍କର ମଧ୍ୟ ଗୋଟିଏ ଭାବପ୍ରବଣତା ଥିଲା। ସେ ତାଙ୍କ ଗର୍ଲଫ୍ରେଣ୍ଡ ଜେନିଙ୍କୁ ବହୁତ ଭଲ ପାଉଥିଲେ। ପରେ ତାଙ୍କୁ ମଧ୍ୟ ବିବାହ କରିଥିଲେ।

ସେ ଜଣେ ପ୍ରକୃତ ସାଥୀ ତଥା ଅତି ସମ୍ବେଦନଶୀଳ ପ୍ରେମିକ, ସ୍ୱାମୀ, ପିତା ଓ ବନ୍ଧୁ ଥିଲେ। ତାଙ୍କ ଜୀବନରେ ଅନେକ ଉତ୍ଥାନ ପତନ ଥିଲା। ଏହା ସତ୍ତ୍ଵେ ତାଙ୍କ ହୃଦୟରେ ମାନବିକତା ଏବଂ ପ୍ରତ୍ୟେକ ମାନବିକ ସମ୍ପର୍କ ପ୍ରତି ଅଗାଢ ପ୍ରେମ ଥିଲା।

ତାଙ୍କ ଦ୍ୱାରା ଲିଖିତ ଚିଠିରୁ ଏହି କଥା ମଧ୍ୟ ଜଣାଯାଏ। ସେ ତାଙ୍କ ଗର୍ଲଫ୍ରେଣ୍ଡ ଜେନୀଙ୍କ ବିନା ରହିପାରୁ ନ ଥିଲେ। ଯେତେବେଳେ ସେ ତାଙ୍କଠାରୁ ଦୂର ହୋଇଯାଉଥିଲେ ତାଙ୍କୁ ଚିଠି ଲେଖୁଥିଲେ। ପରେ ସେ ଜେନୀଙ୍କୁ ବିବାହ କରିଥିଲେ। ୧୮୮୧ ମସିହାରେ ଜେନୀଙ୍କର ମୃତ୍ୟୁ ହୋଇଥିଲ। ଏହାର ଦୁଇ ବର୍ଷ ପରେ ମାର୍କ୍ସ ମଧ୍ୟ ଇଂଲଣ୍ଡରେ ମୃତ୍ୟୁବରଣ କରିଥିଲେ।

ମାର୍କ୍ସ ଜେନୀଙ୍କୁ ବହୁତ ଭଲ ପାଉଥିଲେ। ସେମାନଙ୍କର ସାତଟି ସନ୍ତାନ ଥିଲେ। ଜେନୀ ପ୍ରତି ତାଙ୍କର ଅପାର ପ୍ରେମ ହେତୁ ସେ ତାଙ୍କରା ପ୍ରତ୍ୟେକ ଝିଅଙ୍କ ନାମ ସହ ଜେନୀ ଯୋଡୁଥିଲେ। ତେବେ ଆସନ୍ତୁ ୨୧ ଜୁନ୍ ୧୮୬୫ରେ ଜେନୀଙ୍କ ପାଇଁ କାର୍ଲ ମାର୍କ୍ସଙ୍କ ଦ୍ଵାରା ଲେଖାଯାଇଥିବା ପ୍ରେମ ଚିଠି ଉପରେ ଟିକେ ନଜତ ପକେଇବା।

ମଞ୍ଚେଷ୍ଟର୍, ୨୧ ଜୁନ୍ ୧୮୬୫

ମୋର ହୃଦୟର ପ୍ରିୟା,

ଦେଖ, ମୁଁ ତୁମକୁ ପୁଣି ଚିଠି ଲେଖୁଛି। ଜାଣିଛ କାହିଁକି? କାରଣ ମୁଁ ତୁମଠାରୁ ଦୂରରେ ଅଛି। ଯେତେବେଳେ ବି ମୁଁ ତୁମଠାରୁ ଦୂରରେ ଥାଏ ମୁଁ ତୁମ ବହୁତ ନିକଟତର ଅନୁଭବ କରେ। ତୁମେ ସବୁବେଳେ ମୋ ହୃଦୟରେ ଥାଅ ଏବଂ ମୁଁ ତୁମଠାରୁ କୌଣସି ପ୍ରତିକ୍ରିୟା ବିନା କଥାବାର୍ତ୍ତା ଜାରି ରଖେ।

ଏ ଯେଉଁ କ୍ଷଣିକ ଦୂରତା ହୁଏ ନା ପ୍ରିୟା, ଏ ବହୁତ ସୁନ୍ଦର ହୋଇଥାଏ। କ୍ରମାଗତ ଭାବରେ ଏକାଠି ରହିବାବେଳେ, ଆମେ ପରସ୍ପର ମଧ୍ୟରେ, ପରସ୍ପରର କଥାବାର୍ତ୍ତାରେ, ଅଭ୍ୟାସରେ ଏତେ ଅଧିକ ପାଇବା ଆରମ୍ଭ କରିଥାଉ ଯେ ସେସବୁରୁ ପୃଥକ ଭାବରେ କିଛି ଦେଖିବା ସମ୍ଭବ ନୁହେଁ। ତା’ପରେ ଛୋଟ ଛୋଟ କଥା, ଅଭ୍ୟାସ ବଡ଼ ରୂପ ନେବା ଆରମ୍ଭ କରେ, ମନରେ ଛିଡିଚିଡାପଣ ଭରିବା ଆରମ୍ଭ କରେ। କିନ୍ତୁ କିଛି କ୍ଷଣ ଦୂର ହେଇଗଲେ ନା ସେ ସବୁ ଆଖି ପିଛୁଳାକେ କୂଆଡେ ଚାଲିଯାଏ। ଚମତ୍କାର ସହିତ ଦୂରତା ହିଁ ପୁନର୍ବାର ପ୍ରେମ ସୃଷ୍ଟିକରେ ଠିକ୍ ଯେପରି ସୂର୍ଯ୍ୟ ଓ ବର୍ଷା ଛୋଟ ଉଦ୍ଭିଦ ସୃଷ୍ଟିକରେ। ହେ ମୋର ପ୍ରିୟା, ଆଜିକାଲି ପ୍ରେମର ଏହିସବୁ ଚମତ୍କାର ମୋ ସହିତ ଘଟୁଛି। ତୁମର ଛାୟା ମୋତେ ଘେରି ରହିଛି। ମୋର ସ୍ୱପ୍ନଗୁଡ଼ିକ ତୁମର ସୁଗନ୍ଧରେ ସଜ୍ଜିତ ହୋଇଛି। ମୁଁ ଭଲଭାବେ ଜାଣେ ଏହି ଦୂରତା କିପରି ମୋ ପ୍ରେମକୁ ସଜାଏ।

ଯେଉଁ ମୁହୂର୍ତ୍ତରେ ମୁଁ ତୁମଠାରୁ ଦୂରହୁଏ ପ୍ରିୟା, ମୁଁ ପୁନର୍ବାର ମୋ ଭିତର ପ୍ରେମର ଶକ୍ତିକୁ ଅନୁଭବ କରେ, ମତେ ଅନୁଭବ ହୁଏ ଯେ ମୁଁ କିଛି ଅଟେ। ଏ ଯୋଉ ପଢିବା, ଲେଖିବା, ଜାଣିବା, ଆଧୁନିକ ହେବା ଏହା ଆମର ଅନ୍ତର୍ନିହିତ ସନ୍ଦେହକୁ ପ୍ରକାଶ କରେ, ଏହାକୁ ଯୁକ୍ତିଯୁକ୍ତ କରେ, କିନ୍ତୁ ପ୍ରେମ ସହ ଏସବୁର କୌଣସି ସମ୍ପର୍କ ନାହିଁ। ତୁମର ପ୍ରେମ ମୋତେ ମୋର ବୋଲି କହିଥାଏ, ତୁମର ପ୍ରେମରେ ମୁଁ ମୋର ବୋଲି ଅନୁଭବ କରିପାରେ।

ଏହି ଦୁନିଆରେ ଅନେକ ମହିଳା ଅଛନ୍ତି, ବହୁତ ସୁନ୍ଦର ମହିଳା ଅଛନ୍ତି, କିନ୍ତୁ ସେହି ମହିଳା କେବଳ ତୁମେ, ଯାହାର ମୁହଁରେ ମୁଁ ନିଜକୁ ଦେଖିପାରେ। ଯାହାର ଗୋଟିଏ ଗୋଟିଏ ଶ୍ୱାସ, ଚର୍ମର ପ୍ରତ୍ୟେକ କୁଞ୍ଚନ ତୁମର ପ୍ରେମକୁ ପ୍ରମାଣ କରେ, ଯାହା ମୋ ଜୀବନର ସବୁଠାରୁ ସୁନ୍ଦର ସ୍ମୃତି। ଏପରିକି ମୋର ସମସ୍ତ ଦୁଃଖ ଏବଂ ଜୀବନରେ ଘଟୁଥିବା ସମସ୍ତ ଅପୂରଣୀୟ କ୍ଷତି ସେହି ମଧୁର ସ୍ମୃତିର ଛାଇରେ ହ୍ରାସ ହେବାକୁ ଲାଗୁଛି।

ମୁଁ ତୁମର ସେହି ସ୍ନେହପୂର୍ଣ୍ଣ ଅଭିବ୍ୟକ୍ତିକୁ ମନେପକାଉଛି, ତୁମ ଚେହେରାରେ ଚୁମ୍ବନ ଆଙ୍କି ମୁଁ ମୋ ଜୀବନର ସମସ୍ତ ଦୁଃଖ, ଯନ୍ତ୍ରଣାକୁ ଭୁଲିଯାଉଛି…

ବିଦାୟ, ମୋର ପ୍ରିୟା। ତୁମକୁ ଏବଂ ପିଲାମାନଙ୍କୁ ବହୁତ ପ୍ରେମ ଏବଂ ଚୁମ୍ବନ…

ତୁମର

ମାର୍କ୍ସ

You might also like