ସୁନେଲି ସ୍ୱପ୍ନରେ ଲାଗିଲା ରଙ୍ଗ

ବାଲିଗୁଡ଼ା (ଅଜିତ୍ ନାୟକ): ପୂରଣ ହେଲା ଦିବ୍ୟାଙ୍ଗ ଝିଅ ସୁନେଲିର ଆଶା। ନିକଟରେ କନ୍ଧମାଳର ଦିବ୍ୟାଙ୍ଗ ଝିଅ ସୁନେଲିଙ୍କର ନାଚ ଭିଡ଼ିଓ ଓଟିଭିରେ ପ୍ରସାରଣ ହୋଇଥିଲା। ଏହି ଭିଡ଼ିଓରୁ ଅର୍ଥ ଅଭାବ ପାଇଁ ସୁନେଲି ସ୍କୁଲ୍‌ ଯାଇପାରୁନଥିବା ଜଣା ପଡିଥିଲା। ଭିଡିଓ ଦେଖିବା ପରେ ପ୍ରଶାସନ ସହାୟତାର ହାତ ବଢାଇଛି।

ଗାଁ ସ୍କୁଲରେ ତାର ନାଁ ଲେଖାଯିବା ସହ ନିୟମିତ ସେ ସ୍କୁଲ୍‌ ଯିବାର ନିଷ୍ପତ୍ତି ହୋଇଛି।  ଏଥିପାଇଁ ସୁନେଲିଙ୍କ ପାଇଁ ଗୋଟିଏ ଟ୍ରାଇସାଇକେଲ, ସ୍କୁଲ ପୋଷାକ ଓ ବହିପତ୍ର ଯୋଗାଇ ଦିଆଯାଇଛି। ସୁନେଲିଙ୍କୁ ୧୧ବର୍ଷ ହୋଇଯାଇତିବାରୁ ତାଙ୍କର ୫ମ ଶ୍ରେଣୀରେ ନାମ ଲେଖା ହେଇଛି।

ସୁନେଲିଙ୍କ ଦିବ୍ୟାଙ୍ଗ ପ୍ରମାଣପତ୍ର ରହିଛି କିନ୍ତୁ ତାଙ୍କୁ କୌଣସି ସରକାରୀ ଭତ୍ତା ଦିଆଯାଉନଥିଲା। ଏ ଦିଗରେ ମଧ୍ୟ ସରକାର ଦୃଷ୍ଟି ଦେଇଛନ୍ତି। ଖୁବ୍‌ ଶୀଘ୍ର ତାଙ୍କୁ ଭତ୍ତା ଦିଆଯିବ ବୋଲି ପ୍ରତିଶ୍ରୁତି ମିଳିଛି।

ସୁନେଲି ଯେମିତି ଭଲ ପାଠ ପଢିବ ସେନେଇ ନଜର ଦେବାକୁ ସ୍ଥାନୀୟ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ।

ଆହୁରି ପଢ଼ନ୍ତୁ

ନୋବୋଲ୍ ଶାନ୍ତି ପୁରସ୍କାର ସହ ରହିଛି ଓଡ଼ିଶାର ସମ୍ପର୍କ

୯ମାସର ଗର୍ଭବତୀ ୫ମିନିଟ୍‌ରେ ଦୌଡିଲେ ୧.୬କିମି, ଭିଡିଓ ଭାଇରାଲ୍‌

‘ବାପାଙ୍କ ସ୍ୱପ୍ନ ପ୍ରେରଣା ଯୋଗାଇଛି’

କରୋନା ପାଇଁ କ୍ରିକେଟର ସାଜିଲେ କୁଲି

ମୁହଁରେ ପ୍ଲାଷ୍ଟିକ୍‌‌ ମାସ୍କ ଲଗାଇ ରାସ୍ତାରେ ବୁଲିଲେ ଲୋକ, ଭିଡିଓ ଭାଇରାଲ୍‌

NEET Result: ସୋଏବଙ୍କ ପରି ଇଏ ବି ରଖିଛନ୍ତି ଶତପ୍ରତିଶତ ମାର୍କ

ରୋଗୀ ସେବାରେ ବ୍ରତୀ ରାଜ୍ୟପାଳ

ପୁରୁଣା ଇଂଜିନ୍‌ ବ୍ୟବହାର କରି ୪ ଚକିଆ ଗାଡି ତିଆରି କଲେ ଇଂଜିନିୟରିଂ ଛାତ୍ର

ଆଦିବାସୀ ପିଲାଙ୍କୁ ପଢାଇବାର ନିଆରା ପ୍ରୟାସ: ନିଜ ଖର୍ଚ୍ଚରେ ସ୍କୁଲ୍‌ କାନ୍ଥରେ ଚିତ୍ର କଲେ ଶିକ୍ଷକ

ସ୍କୁଟି ଉପରେ ଖାଇବା ଦୋକାନ: ଟଙ୍କା ନଥିଲେ ମାଗଣା ଖାଇପାରିବେ ଗ୍ରାହକ

ଅଳିଆ ଗଦାରେ ଭେଟ: ଭୋକିଲା ଦେଖି ୩୦୦କୁକୁରକୁ ଘରକୁ ନେଇଆସିଛନ୍ତି ମହିଳା

୫ବର୍ଷ ବୟସରେ ବିବାହ କରିଥିଲେ ବାବା: କହିଲେ, ସ୍ତ୍ରୀର ପ୍ରେମ ଦିଏ ଲଢିବାକୁ ସାହାସ

You might also like