ପୋଖରାନ୍‌ରୁ ରାଷ୍ଟ୍ରପତି ଭବନ: କଲାମଙ୍କ ଜୟଯାତ୍ରା

(ପ୍ରଦୀପ ଭାରତୀ) “ମରୁଭୂମିର ପୂର୍ଣ୍ଣିମା ରାତି ମତେ ଭାରି ଭଲ ଲାଗେ। ପୂର୍ଣ୍ଣଚନ୍ଦ୍ରର ଏହି ରାତିରେ ମୁଁ କିଛି ସମୟ ଏକୁଟିଆ ରହିବାକୁ ଚାହେଁ। ମୁଁ ପୋଖରାନ୍‌କୁ ଭଲ ପାଏ। କାରଣ କିଛି କରିବା ପାଇଁ ଏହା ଥିଲା ଏକ ଉତ୍କୃଷ୍ଟ ମଞ୍ଚ”

ଭାରତର ପୂର୍ବତନ ରାଷ୍ଟ୍ରପତି ଡ. ଏପିଜେ ଅବ୍‌ଦୁଲ କଲାମ ଜୟପୁରରେ ୨୦୦୫ରେ ୬୦୦ ସ୍କୁଲ ପିଲାଙ୍କ ସହ କଥାବାର୍ତ୍ତା ହେବା ସମୟରେ ଏହି କଥା କହିଥିଲେ। ବାସ୍ତବରେ ତାଙ୍କର ଏହି ବକ୍ତବ୍ୟ ବହୁତ ସାରଗର୍ଭକ ଥିଲା। କାରଣ ତାହା ଗୋଟିଏ ବାଲିଆ ଜାଗା ଥିଲା, ଯେଉଁଠାରେ କଲାମ୍‌ ତୀକ୍ଷ୍ଣ ବୁଦ୍ଧି ଓ ଜ୍ଞାନ ଦ୍ୱାରା ତାଙ୍କ ଜୀବନର ସବୁଠାରୁ ବଡ଼ ଅପରେସନକୁ ସଫଳ କରିପାରିଥିଲେ।।

୧୯୯୫ରେ ଭାରତର ପରମାଣୁ ବୋମା ପରୀକ୍ଷଣ କରିବା ଉଦ୍ୟମ ବିଫଳ ହୋଇସାରିଥିଲା। ଆମେରିକାର ସାଟେଲାଇଟ୍‌ ଓ ଇଂଣ୍ଟେଲିଜେନ୍ସ ଏଜେନ୍ସି ଭାରତର ଏହି ଲକ୍ଷ୍ୟକୁ ବିଫଳ କରିବା ପାଇଁ କୌଣସି ସୁଯୋଗ ଛାଡ଼ିନଥିଲେ। ସେଥିପାଇଁ ଅନ୍ତଃରାଷ୍ଟ୍ରିୟ ଚାପରେ ପଡ଼ି ଭାରତ ପଛକୁ ଫେରିବା ପାଇଁ ବାଧ୍ୟ ହୋଇଥିଲା। ୧୯୯୬ରେ ସରକାର ବଦଳିଲା, ଓ ଅଟଳ ବିହାରୀ ବାଜପେୟୀ ପ୍ରଥମ ଥର ଦେଶର ଗାଦି ସମ୍ଭାଳିଲେ। ଏହାସହିତ ପରମାଣୁ ପରୀକ୍ଷଣକୁ ନେଇ ଦୃଢ଼ ରାଜନୈତିକ ନିଷ୍ପତ୍ତି ନେଲେ। ହେଲେ ତାଙ୍କ ସରକାର ମାତ୍ର ୧୩ ଦିନ ପର୍ଯ୍ୟନ୍ତ ଚାଲିଥିଲା। ତାଙ୍କର ପ୍ରଥମ ୧୩ ଦିନର କାର୍ଯ୍ୟକାଳରେ ଅଟଳଜୀ ଯେଉଁ ଗୋଟିଏ ନିଷ୍ପତ୍ତି ନେଇଥିଲେ, ତାହା ଥିଲା ପରମାଣୁ କାର୍ଯ୍ୟକ୍ରମକୁ ପୁଣିଥରେ ଆରମ୍ଭ କରିବା।

 ୧୯ ମାର୍ଚ୍ଚ ୧୯୯୮ରେ ଅଟଳ ବିହାରୀ ବାଜପେୟୀ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ। ପୂନର୍ବାର ସରକାର ଗଠନ ହେଲା ଓ ସରକାର ବନିବାର ପାଖାପାଖି ୨ ମାସ ପରେ ଅର୍ଥାତ୍‌ ୧୧ ମେ’ରେ ପରମାଣୁ ବୋମା ପରୀକ୍ଷଣ ହୋଇଥିଲା। ଆଉ ସେ ବିସ୍ଫୋରଣ ଏତେ ଶକ୍ତିଶାଳୀ ଥଲା ଯେ ପୋଖରାନ୍‌ର ବାଲିଆ ଭୂମିରେ କମ୍ପନ ସୃଷ୍ଟି ହୋଇଥିଲା। ଲାଗୁଥିଲା ବାଲିସବୁ ଯେମିତି ପୃଥିବୀ ଓ ଆକାଶ ମଝିରେ ତାଣ୍ଡବ କରୁଛନ୍ତି।pokhran

୧୯୯୮ରେ ଯେତେବେଳେ ବାଜପେୟୀ ଦ୍ୱିତୀୟଥର ପ୍ରଧାନମନ୍ତ୍ରୀ ହେଲେ, ଏହାପରେ ସେ ତୁରନ୍ତ ଡିଆରଡିଓ ମୁଖ୍ୟ କଲାମ ଏବଂ ପରମାଣୁ ଶକ୍ତିର ମୁଖ୍ୟ ରାଜଗୋପାଳ ଚିଦାମ୍ବରମଙ୍କୁ ଏହି କାମ ପାଇଁ ଗ୍ରୀନ ସିଗନାଲ୍‌ ଦେଇଦେଲେ। କଲାମ ତାଙ୍କ ଟିମ୍‌ ସହିତ ପ୍ରସ୍ତୁତି କାମ ଆରମ୍ଭ କରିଦେଲେ। ଅନ୍ୟପକ୍ଷରେ ଭାରତ ଆଗରେ ବଡ଼ ଆହ୍ୱାନ ଥିଲା ଆମେରିକୀୟ ସ୍ୟାଟେଲାଇଟ୍‌ଠାରୁ ବଞ୍ଚି ନିଜ ଲକ୍ଷ୍ୟକୁ ସଫଳ କରିବା। କାରଣ ୧୯୯୫ରେ ଆମେରିକୀୟ ସ୍ୟାଟେଲାଇଟ୍‌ର ଗୁଇନ୍ଦାଗିରି ଯୋଗୁ ହିଁ ଭାରତ ପରମାଣୁ ପରୀକ୍ଷଣ କରିବାରେ ଅସଫଳ ହୋଇଥିଲା।

କାମ ଆରମ୍ଭ ହେଲା! ମିଶନ୍‌ର ନାମ ରଖାଗଲା ‘ଶକ୍ତି’ ଓ ମିଶନ୍‌ରେ ସାମିଲ ଥିବା ସମସ୍ତଙ୍କୁ ଛଦ୍ମ ନାମ ଦିଆଯାଇଥିଲା। ଯାହାଦ୍ୱାରା ସେମାନଙ୍କର ଅସଲି ପରିଚୟ ସୁରକ୍ଷିତ ରହିବ ଏବଂ ସେମାନେ ତାଙ୍କ କାମ ଗୋପନୀୟତା ସହିତ କରିପାରିବେ। ରାଜସ୍ଥାନର ଦେହ ଜଳିଗଲା ଭଳି ତାତିରେ ୧ ମାସ ପର୍ଯ୍ୟନ୍ତ କାମ ଚାଲୁ ରହିଲା। ରାତିରେ ବି କାମ କରାଯାଉଥିଲା। କାହାରି ମନରେ କିଛି ସନ୍ଦେହ ସୃଷ୍ଟି ନହେବା ପାଇଁ ମିଶନ୍‌ରେ କାମ କରୁଥିବା ସମସ୍ତ ଲୋକ ସେନା ପୋଷାକରେ ରହୁଥିଲେ। ମିଶନ୍‌ର ମୁଖ୍ୟ କଲାମଙ୍କ ନାମ ବଦଳାଇ ମେଜର ଜେନେରାଲ ପୃଥ୍ୱିରାଜ ରଖାଯାଇଥିଲା। ପରିଚୟ ଲୁଚାଇବା ପାଇଁ ସମସ୍ତ ବୈଜ୍ଞାନିକ ଆର୍ମି ଟ୍ରକରେ ହିଁ ପୋଖରାନ୍‌ରେ ପହଞ୍ଚୁଥିଲେ। ଆର୍ମିର ବଙ୍କର୍‌ରେ କିଛି କମ୍ପ୍ୟୁଟର୍‌, କଣ୍ଟ୍ରୋଲ୍‌ ବୋର୍ଡ ଓ ସବୁ ଜରୁରୀ ମେସିନ୍‌ ସେଟ୍‌ କରାଯାଇଥିଲା।

କଲାମ ଆର୍ମି ସାହାଯ୍ୟରେ ପାଞ୍ଚଟି ଗଭୀର କୂଅ ଖୋଳିଥିଲେ। କୂଅର ନାମବି ଅଜବ ରଖାଯାଇଥିଲା। ଯେଉଁ ଦୁଇଟି କୂଅରେ ହାଇଡ୍ରୋଜେନ ପରୀକ୍ଷା କରାଯାଇଥିଲା, ତାହାର ନାମ ହ୍ୱାଇଟ୍‌ ହାଉସ୍‌ ଦିଆଯାଇଥିଲା। ସେହିପରି ଅନ୍ୟଗୁଡ଼ିକର ତାଜମହଲ ଓ କୁମ୍ଭକର୍ଣ୍ଣ ନାମ ରଖାଯାଇଥିଲା। ବାକି ଦୁଇଟି କୂଅ ଏନ୍‌ଟି-୧ ଓ ଏନ୍‌ଟି-୨ ଦ୍ୱିତୀୟ ଦିନ କରାଯିବାକୁ ଥିବା ପରୀକ୍ଷଣ ପାଇଁ ରଖାଯାଇଥିଲା। ଏମିତିକି ଅପରେସନରେ ବ୍ୟବହାର ହେବାପାଇଁ ମୁଖ୍ୟ କାରକ ପରମାଣୁ ବୋମା, ବେଶ୍‌ ଚତୁରତା ସହ ପୋଖରାନ୍‌ରେ ପହଞ୍ଚିଥିଲା। କାଠ ବାକ୍ସରେ ସେଓ ଥିବା କହି ଏହାକୁ ବାୟୁସେନା ବିମାନ ଏଏନ-୩୨ରେ ଅଣାଯାଇଥିଲା।

ସେଦିନ ଥିଲା ମେ’ ୧୧ ର ସକାଳ। ବଙ୍କର୍‌ରେ ସେଟ୍‌ କରାଯାଇଥିବା ଗୋଟିଏ ସୁଇଚ୍‌ ଦବାଇବାର ଥିଲା। କମ୍ପ୍ୟୁଟରରେ କାଉଣ୍ଟଡାଉନ୍‌ ଟାଇମର ଦେଖାଇବାର ଥିଲା। ସମୟ ପାଖାପାଖି ୯ ଟା ବାଜିଥିଲା। ସିରିଜ୍‌ ପରମାଣୁ ବୋମା ବିସ୍ଫୋରଣ ଦେଖି ଦୁନିଆ ଦୋହଲିବାର ଥିଲା। ହେଲେ ୧ ଘଣ୍ଟା ପୂର୍ବରୁ ମୌସୁମୀ ବିଭାଗର ଜଣେ ଅଫିସର୍‌ ବଙ୍କରରେ ପହଞ୍ଚିଥିଲେ, ଓ କହିଲେ ଅଚାନକ ପ୍ରବଳ ବେଗରେ ପବନ ବହିବାରେ ଲାଗିଛି। ଯେପର୍ଯ୍ୟନ୍ତ ପବନ ନକମିଛି ଆମକୁ ପରୀକ୍ଷଣ ସ୍ଥଗିତ ରଖିବାକୁ ପଡ଼ିବ। ପରୀକ୍ଷଣକୁ ସେହି ସମୟରେ ସ୍ଥଗିତ ରଖାଯାଇଥିଲା। ଆଉ ଯେତେବେଳେ ପବନ କମିଥିଲା, ସେତେବେଳେ ଅର୍ଥାତ ୩.୪୫ରେ ଟ୍ରିଗର୍‌ ଦବିଲା । ହୋଇଥିଲା ବିରାଟ ବିସ୍ଫୋରଣ। ଏହାପରେ ବାକି ସବୁ ଇତିହାସ ହୋଇଗଲା।

ଡ. ଏପିଜେ ଅବ୍‌ଦୁଲ କଲାମଙ୍କର ପରମାଣୁ କାର୍ଯ୍ୟକ୍ରମ ସହିତ ପାଖାପାଖି ୨୪ ବର୍ଷର ସମ୍ପର୍କ ଥିଲା। ପୋଖରାନ୍‌ଣ-୨ର ସଫଳ ପରୀକ୍ଷଣ କରି କଲାମ ଭାରତକୁ ବିଶ୍ୱସ୍ତରରେ ଏକ ନୂତନ ପାହାଚରେ ନେଇ ଛିଡ଼ା କରାଇଥିଲେ। କଲାମଙ୍କ ଏହି କୀର୍ତ୍ତି ହିଁ ପରବର୍ତ୍ତି କାଳରେ ତାଙ୍କୁ ରାଷ୍ଟ୍ରପତି ପଦ ପାଇଁ ଯୋଗ୍ୟ ପ୍ରାର୍ଥୀ ଭାବେ ଉପସ୍ଥାପିତ କରିପାରିଥିଲା। ସେହିପରି ରାଷ୍ଟ୍ରପତି ହେବାପରେ କଲାମ ଛୋଟପିଲାମାନଙ୍କ ମେଳରେ ବହୁତ ସମୟ କାଟୁଥିଲେ। ବହୁ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ନୂତନ ଜ୍ଞାନ କୌଶଳ ବିଷୟରେ ଶିକ୍ଷା ଦେଉଥିଲେ। ଏହାସହିତ, ସେ ଯୁବସମାଜ ପାଇଁ ଅନେକ ପୁସ୍ତକ ମଧ୍ୟ ଲେଖିଛନ୍ତି।

ରାଷ୍ଟ୍ରପତି ପଦରୁ କଲାମଙ୍କର ଅବସର ପରେ ତାଙ୍କୁ ନୂଆ ଘରକୁ ଶିଫ୍‌ଟ ହେବାର ଥିଲା ସେତେବେଳେ ତାଙ୍କୁ ପଚରାଗଲା, ଆପଣଙ୍କୁ କ’ଣ କ’ଣ ସୁବିଧା ଦରକାର। କଲାମ କହିଥିଲେ ବାସ୍‌ କେବଳ ଭଲ ଇଣ୍ଟରନେଟ୍‌ର କନେକ୍ସନ ଓ ଗୋଟିଏ ଲ୍ୟାପଟପ୍‌।

ଆହୁରି ପଢ଼ନ୍ତୁ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

ବାପାଙ୍କ ସହ ମିଶି ଅଷ୍ଟମ ଶ୍ରେଣୀର ଛାତ୍ର କଲା ନିଆରା ଉଦ୍ଭାବନ

ବଲିଉଡ୍ କୋରିଓଗ୍ରାଫର ଏବେ ଚା’ ଦୋକାନୀ

୬୨ତମ ଜନ୍ମଦିନରେ ଦୌଡ଼ିଲେ ୬୨.୪ କିଲୋମିଟର୍

You might also like