ପିଲା ଜନ୍ମ ପାଇଁ ସରକାର ଦେଉଛନ୍ତି ୪ଲକ୍ଷରୁ ଅଧିକ ଟଙ୍କା: ୩ଟି ପିଲା ଥିଲେ ରହିଛି ମାସିକିଆ ବୋନସ୍‌ ସୁବିଧା

ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ ଜନସଂଖ୍ୟା ବଢିବାରେ ଲାଗିଛି। ଲୋକମାନେ ମଧ୍ୟ କମ୍‌ ସନ୍ତାନର ନିଷ୍ପତ୍ତି ନେଉଛନ୍ତି। ଆମେ ଦୁଇ ଆମର ଦୁଇ, ଆମେ ଦୁଇ ଆମର ଏକ ପରି ସ୍ଲାଗାଲ୍‌ ଦ୍ୱାରା ଲୋକଙ୍କୁ ଜନସଂଖ୍ୟା ସମ୍ପର୍କରେ ସଚେତନ କରାଯାଉଛି। କିନ୍ତୁ ଏମିତି ଏକ ଦେଶ ରହିଛି ଯେଉଁଠି ପିଲା ଜନ୍ମ ହେଲେ ସରକାରଙ୍କ ପକ୍ଷରୁ ମୋଟା ଅଙ୍କର ଉପହାର ମୁଳୁଛି।

ଜାପାନ ସରକାର ଏମିତି ଏକ ନିଆରା ପଦକ୍ଷେପ ନେଇଛନ୍ତି। ଏଠାରେ ସରକାର ବିବାହିତ ଦମ୍ପତିଙ୍କୁ ୬ ଲକ୍ଷ ୟେନ୍ ଅର୍ଥାତ୍ ପ୍ରାୟ ଚାରି ଲକ୍ଷ ୨୫ହଜାର ଟଙ୍କା ଦେବାକୁ ଘୋଷଣା କରିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ପଛରେ ଉଦ୍ଦେଶ୍ୟ ହେଉଛି ଜାପାନରେ ଦ୍ରୁତଗତିରେ ହ୍ରାସ ପାଉଥିବା ଜନ୍ମ ହାର। ଏହି ଜନ୍ମହାର ବୃଦ୍ଧି କରିବା ପାଇଁ ଏବଂ ବିବାହିତ ଦମ୍ପତିଙ୍କୁ ସନ୍ତାନ ପ୍ରାପ୍ତି ପାଇଁ ଉତ୍ସାହିତ କରିବା ସରକାର ଏମିତି ଏକ ନିଆରା ପଦକ୍ଷେପ ନେଇଛନ୍ତି।

ଗତ ବର୍ଷ ଜାପାନରେ ସର୍ବନିମ୍ନ ୮,୬୫,୦୦୦ ଶିଶୁ ଜନ୍ମ ହୋଇଥିଲେ ଏବଂ ଗୋଟିଏ ବର୍ଷରେ ମୃତ୍ୟୁ ସଂଖ୍ୟା ଜନ୍ମ ଅପେକ୍ଷା ୫ ଲକ୍ଷ ୧୨ ହଜାର ଅଧିକ ଥିଲା। ଏଠାରେ ଜନ୍ମ ଏବଂ ମୃତ୍ୟୁ ସଂଖ୍ୟାରେ ପାର୍ଥକ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ବଡ ରହିଛି| ଜାପାନର ଜନସଂଖ୍ୟା ୧୨.୮୮ ନିୟୁତ |

ଜନସଂଖ୍ୟା ଅନୁଯାୟୀ ଜାପାନ ହେଉଛି ବିଶ୍ୱର ସର୍ବ ପୁରାତନ ଦେଶ, ୧୦୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ସଂଖ୍ୟା ମଧ୍ୟ ଏଠାରେ ଅଧିକ। ଲାନସେଟ୍ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଯଦି ଜାପାନରେ ଜନ୍ମ ହାର ସମାନ ରହେ, ୨୦୪୦ ସୁଦ୍ଧା ବୃଦ୍ଧ ଜନସଂଖ୍ୟା ୩୫ ପ୍ରତିଶତରୁ ଅଧିକ ହେବ।

ଏହି ବ୍ୟବଧାନକୁ ଦୂର କରିବା ପାଇଁ ଜାପାନ ସରକାର ଏହି ନିଷ୍ପତ୍ତି ନେଇଛନ୍ତି, ଯେଉଁଥିପାଇଁ ସରକାର ମଧ୍ୟ କିଛି ସର୍ତ୍ତ ରଖିଛନ୍ତି। ଏହି ଯୋଜନାର ଏକ ଅଂଶ ହେବାକୁ ହେଲେ, ଦମ୍ପତି ୪୦ ବର୍ଷରୁ ଅଧିକ ହେବେନାହିଁ। ଦମ୍ପତ୍ତିଙ୍କର ମିଳିତ ରୋଜଗାର ୩୮ ଲକ୍ଷରୁ ଅଧିକ ହୋଇନଥିବା ଦରକାର।

ଜାପାନ ବ୍ୟତୀତ ଆହୁରି ଅନେକ ଦେଶ ଅଛି, ଯେଉଁଠାରେ ସନ୍ତାନ ପ୍ରାପ୍ତି ପାଇଁ ସରକାରଙ୍କ ପକ୍ଷରୁ ଏମିତି ଉପହାର ରାଷି ମିଳିଥାଏ। ଜାପାନ ପରେ ଇଟାଲୀର ମଧ୍ୟ ଦ୍ରୁତ ଭାବେ ଜନ୍ମ ହାର ହ୍ରାସ ପାଇଛି ।

ଇଟାଲୀରେ, ପ୍ରତ୍ୟେକ ଦମ୍ପତିଙ୍କୁ ସନ୍ତାନ ଜନ୍ମ ପାଇଁ ୭୦,୦୦୦ ଟଙ୍କା ଦିଆଯା॥ ୟୁରୋପୀୟ ଦେଶ ଇଷ୍ଟୋନିଆରେ ଜନ୍ମ ହାର ବୃଦ୍ଧି କରିବା ପାଇଁ ଲୋକଙ୍କୁ ଚାକିରୀରୁ ଦେଢ ବର୍ଷ ପାଇଁ ଛୁଟି ଦିଆଯାଏ। ଏହି ଛୁଟିରେ ସେ ପୂର୍ଣ୍ଣ ବେତନ ପାଇଥାନ୍ତି। ଏହା ବ୍ୟତୀତ ତିନିଟି ପିଲାଥିବା ପରିବାରକୁ ମାସକୁ ୨୫,୦୦୦ ଟଙ୍କା ବୋନସ୍ ଦିଆଯାଏ|

ଆହୁରି ପଢ଼ନ୍ତୁ

ଆଜିକୁ ୨୧ ବର୍ଷ ତଳେ ପ୍ରକୃତିର ଏମିତି କରାଳ ରୂପ ଦେଖିଥିଲା ଓଡ଼ିଶା

ବେଷ୍ଟ୍‌ କଷ୍ଟ୍ୟୁମ୍ ଡିଜାଇନର୍ ପୁରସ୍କାର ପାଇବେ ଏହି ଦିନ ମଜୁରିଆ

କରୋନା ସଂକ୍ରମିତ ବ୍ୟକ୍ତିଙ୍କ ମସ୍ତିଷ୍କକୁ ପ୍ରଭାବିତ କରୁଛି ଭୂତାଣୁ !

କୋଟିଏ ଟଙ୍କାର ଦାମୀ କାର୍‌ ଜାଳିଦେଲେ ୟୁଟ୍ୟୁବର, ଭିଡିଓ ଭାଇରାଲ

ମୁଦି ତିଆରି କରି ବିଶ୍ୱ ରେକର୍ଡ କଲେ ବ୍ୟବସାୟୀ

ବିନା କୋଚିଂରେ ନିଟ୍‌ରେ ଓଡିଶାର ଦ୍ୱିତୀୟ ଟପ୍ପର ହେଲେ ଅମିତ୍‌

୩ ବର୍ଷ ହେଲା ପଡୋଶୀ ଘରେ କଟୁଛି ଜୀବନ

ନିଜ ଖର୍ଚ୍ଚରେ ଶିକ୍ଷକ ଶିକ୍ଷୟିତ୍ରୀ ତିଆରି କରୁଛନ୍ତି ପାଠ୍ୟ ଉପକରଣ

ପଞ୍ଚକ ଭାଇ ଭଉଣୀଙ୍କ କାହାଣୀ: ଏକାଠି ଜନ୍ମ ହେଇଥିଲେ ଏବେ ଏକାଠି କରୁଛନ୍ତି ବିବାହ

ଜହ୍ନରେ ମିଳିଲା ପାଣିର ସନ୍ଧାନ

ଗଞ୍ଜାମ ଭଞ୍ଜନଗରରେ ଆଉ ଜଣେ ‘ବାବା କା ଢାବା’ର କାହାଣୀ

କୋଟିଏରୁ ଅଧିକ ଟଙ୍କାରେ ସଜ୍ଜିତ ହୋଇଛନ୍ତି ପରମେଶ୍ୱରୀ ଦେବୀ

You might also like