ଲଞ୍ଚ ହେଲା ପୃଥିବୀର ଦାମୀ ପର୍ସ; ମୂଲ୍ୟ‌ କେତେ ଜାଣନ୍ତି ?

ସୁନ୍ଦର, ଦାମୀ ପର୍ସ ସମସ୍ତଙ୍କର ପସନ୍ଦ। ହେଲେ ଦାମୀ ପର୍ସ ବ୍ୟବହାର କରିବାର ସୁଯୋଗ କେତେଜଣଙ୍କ ଭାଗ୍ୟରେ ଥାଏ !  ପର୍ସ ଟିକିଏ ମନ ପସନ୍ଦ ହେବ ମାନେ ଦାମ୍‌ ବି ସେମିତି ଥିବ। ହେଲେ ଆମେ ଆପଣଙ୍କୁ ଏକ ପର୍ସ ଦେଖାଇବୁ । ଦେଖିଲେ ତ ନିଶ୍ଚୟ ପସନ୍ଦ ହେବ। କିନ୍ତୁ ଦାମ… ! ବାପ୍‌ରେ ବାପ୍‌..

ଇଟାଲିର ଏକ ଲକ୍‌ଜୁରୀ ବ୍ରାଣ୍ଡ ପୃଥିବୀର ସବୁଠାରୁ ଦାମୀ ପର୍ସ ଲଞ୍ଚ କରିଛନ୍ତି। ବ୍ୟାଗର ଦାମ ୫୩ କୋଟି । ଇଟାଲିର ବୋରିନୀ ମିଲନେସୀ କମ୍ପାନୀ ୬ ମିଲିଅନ ୟୁରୋ (ପ୍ରାୟ ୫୩ କୋଟି) ଖର୍ଚ୍ଚ କରି ଏହି ବ୍ୟାଗ ପ୍ରସ୍ତୁତ କରିଛନ୍ତି।  ଅଧିକ ଆକର୍ଷଣୀୟ କରିବା ପାଇଁ ଲଗାଯାଇଛି ୧୩୦ କ୍ୟାରେଟର ହିରା ଏବଂ ୧୦ ହ୍ୱାଇଟ ଗୋଲ୍‌ଡର ପ୍ରଜାପତି। ସମୁଦ୍ର ପ୍ରଦୂଷଣ ଉପରେ ଜନସଚେତନତା ବୃଦ୍ଧି କରିବାପାଇଁ ଏହି ବ୍ୟାଗ ପ୍ରସ୍ତୁତ କରାଯାଇଛି।

ବୋରରିନୀ ମିଲନେସୀ ଇନ୍‌ଷ୍ଟାଗ୍ରାମରେ ଏକ ବୟାନ ଦେଇ କହିଛନ୍ତି, ସମୁଦ୍ରର ସୁରକ୍ଷା ଏବଂ ଏ ଦିଗରେ ସଚେତନତା ବୃଦ୍ଧି ପାଇଁ ଏହି ବ୍ୟାଗ୍‌ ଲଞ୍ଚ କରିଥିବାରୁ ଆମ ଗର୍ବିତ। ସେ ଏକଥା ମଧ୍ୟ କହିଛନ୍ତି, ଏହି ବ୍ୟାଗରୁ ମିଳିବା ଟଙ୍କାରୁ ୮୦୦ ହଜାର ୟୁରୋ ସମୁଦ୍ର ସଫା କରିବା ପାଇଁ ଦାନ କରାଯିବ।

ଇନ୍‌ଷ୍ଟାଗ୍ରାମରେ ଏହି ବ୍ୟାଗର ଭିଡିଓ ମଧ୍ୟ ପୋଷ୍ଟ କରାଯାଇଛି। ହାଲ୍‌କା ନୀଳ ରଙ୍ଗର ଏହି ବ୍ୟାଗରେ ସୁନାର ପ୍ରଜାପତି ଲାଗିଛି ଯାହା ଦେଖିବାକୁ ଖୁବ୍‌ ସୁନ୍ଦର ଦିଶୁଛି। ଏହି ନୂଆ ଦାମୀ ବ୍ୟାଗକୁ ନେଇ ସବୁଆଡେ ବେଶ ଚର୍ଚ୍ଚା ଲାଗି ରହିଛି।

You might also like