ଛୋଟ ପିଲାଙ୍କ ହାତରେ କେଉଁ ନେଲ୍ ପଲିସ୍ ସୁରକ୍ଷିତ !
ନୂଆଦିଲ୍ଲୀ: ଅନେକ ସମୟରେ ଆପଣ ଛୋଟ ପିଲାଙ୍କ ହାତରେ ନେଲ୍ ପଲିସ୍ ଲାଗିଥିବା ଦେଖିଥିବେ। ଛୋଟ ପିଲା ଜିଦି କଲେ ମା’ମାନେ ତାଙ୍କ ହାତରେ ନେଲପଲିସ୍ ଲଗାଇ ଦେଇଥାନ୍ତି। ତେବେ କ’ଣ ଆପଣ ଜାଣିଛନ୍ତି କି ଛୋଟ ଛୁଆଙ୍କ ହାତରେ ନେଲ ପଲିସ୍ ଲଗାଇବା କେତେ ସୁରକ୍ଷିତ ? ଡାକ୍ତରଙ୍କ କହିବା ଅନୁସାରେ ନେଲ ପଲିସ୍ରେ ଥିବା କେମିକାଲ୍ ଛୁଆଙ୍କ ଶରୀର ଉପରେ କ୍ଷତି ପହଞ୍ଚାଇଥାଏ। ଏଥିପାଇଁ ନେଲ୍ ପଲିସ୍ଠାରୁ ପିଲାଙ୍କୁ ଦୂରେଇ ରଖନ୍ତୁ।
କସମେଟିକ୍ ଡାକ୍ତରଙ୍କ କହିବା ଅନୁସାରେ ନେଲ୍ ପଲିସ୍ରେ ‘ଟୋଲୁଇନ୍’, ‘ଫର୍ମାଲ୍ଡିହାଇଡ୍’ ଓ ‘ଡେବ୍ୟୁ ଫାଇଟ୍’ ପରି କେମିକାଲ୍ ରହିଛି। ନେଲ୍ ପଲିସ୍ ଶୁଖିଯାଇ ନଖରେ ଅଧିକ ଦିନ ରହିବା ପାଇଁ ଏହି କେମିକାଲ୍ ସାହାଯ୍ୟ କରିଥାଏ।
ଛୋଟ ଛୁଆ ବାରମ୍ୱାର ପାଟିରେ ହାତ ପୂରାଇଥାନ୍ତି। ଯଦି ଏହି କେମିକାଲ୍ ତାଙ୍କ ପେଟ ଭିତରକୁ ଯାଏ, ତେବେ ନ୍ୟୁରୋ,ଗଟ୍ ଓ ଶ୍ୱାସକୟ୍ରିୟା ଜନିତ ସମସ୍ୟା ଦେଖାଦେବାର ଆଶଙ୍କା ରହିଛି।
ଏହି କେମିକାଲ୍ ଥିବା ଅନେକ ନେଲ୍ ପଲିସ୍କୁ ମାର୍କେଟ୍ରେ ବ୍ୟାନ୍ କରାଯାଇଥିଲା। କିନ୍ତୁ ଏବେ ବି ମାର୍କେଟ୍ରେ ଏହି କେମିକାଲ୍ ଥିବା ନେଲ ପଲିସ୍ ମିଳୁଛି ବୋଲି ଜଣାପଡ଼ିଛି। ବିଶେଷ କରି ଶସ୍ତା ଓ ନକଲି ନେଲ୍ ପଲିସ୍ରେ ଏହି କେମିକାଲ୍ ଅଧିକ ବ୍ୟବହାର କରାଯାଇଥାଏ।
ତେଣୁ ଛୋଟ ଛୁଆଙ୍କୁ ନେଲ୍ ପଲିସ୍ ଲଗାନ୍ତୁ ନାହିଁ। ଯଦି ଲଗାଉଛନ୍ତି, ତେବେ ଭଲ କ୍ୱାଲିଟିର ନେଲ୍ ପଲିସ୍ କିଣନ୍ତୁ। ଏହି ନେଲ୍ ପଲିସ୍ ଗୁଡ଼ିକରେ କ୍ଷତିକାରକ କେମିକାଲ୍ କମ୍ ପରିମାଣର ଥାଏ। ଛୋଟ ପିଲାଙ୍କ ପାଇଁ ଏପରି ନେଲ୍ ପଲିସ୍ ସୁରକ୍ଷିତ ବୋଲି କୁହାଯାଏ।
ବଜାରରେ ଅନେକ ପ୍ରକାରର ନନ୍-ଟକ୍ସିକ୍ ଓ ଅର୍ଗାନିକ୍ ନେଲ୍ ପଲିସ୍ ମଧ୍ୟ ମିଳୁଛି। ଯାହାକୁ ବିଶେଷ କରି ଛୋଟ ଛୁଆଙ୍କ ପାଇଁ ତିଆରି କରାଯାଉଛି। ଯଦି ଏହି ନେଲ୍ ପଲିସ୍ ମାର୍କେଟ୍ରୁ ମିଳୁନାହିଁ, ତେବେ ଆପଣ ଏହାକୁ ଅନଲାଇନ୍ରୁ ମଧ୍ୟ କିଣି ପାରିବେ।