ଲଞ୍ଚ୍ ହେଲା iPhoneର ସବୁଠୁ ଶସ୍ତା ଫୋନ୍‌: କମ ଦାମ୍‌ରେ ଜବରଦସ୍ତ ଫିଚର୍‌

ଭୁବନେଶ୍ୱର: ବହୁପ୍ରତିକ୍ଷିତ ଆପଲ୍‌ର ଚର୍ଚ୍ଚିତ ଫୋନ୍‌ iPhone SE 2020 ଶେଷରେ ଲଞ୍ଚ୍‌ ହୋଇଛି। ଅନେକ ଦିନ ଧରି ଏହି ଫୋନ୍ ବିଷୟରେ ନାନା ପୂର୍ବାନୁମାନ ଶୁଣିବାକୁ ମିଳୁଥିଲା। କିଏ କହୁଥିଲା ଏହା ଆଇଫୋନ୍‌-୮ ଭଳି ହେବ ଏହାର ନାଁ ଆଇଫୋନ୍‌-୯ କିମ୍ବା ଏସ୍‌ସି-୨ ହେବ। ତେବେ ଗତକାଲି ଏହି ଫୋନ୍‌ iPhone SE ନାଁରେ ଆମେରିକାରେ ଲଞ୍ଚ୍‌ ହୋଇଛି। ଏପ୍ରିଲ୍‌ ୨୪ ତାରିଖରୁ ଏହା ବିକ୍ରି ପାଇଁ ଉପଲବ୍ଧ ହେବ। ସବୁଠାର ଭଲ କଥା ହେଲା ଏହାର ଓଜନ ମାତ୍ର ୧୪୮ ଗ୍ରାମ୍। ଆପଣ ପକେଟ୍‌ରେ ରଖିଲେବି ଜଣାପଡ଼ିବନି।
iPhone SE 2020 release date, price, specs and more | TechRadar
iPhone SE ଲଞ୍ଚ୍‌ ହେବା ପରେ ଅନେକ୍‌ ଟେକ୍ ଏକ୍ସପର୍ଟଙ୍କ ଠାରୁ ଫୋନ୍‌କୁ ନେଇ ଭଲ ରେସ୍‌ପନ୍ସ ମିଲିଛି। ପୂର୍ବାନୁମାନ ଅନୁସାରେ ଏଥିରେ ଆଇଫୋନ୍‌ ୧୧ ପ୍ରୋ ମ୍ୟାକ୍ସର କ୍ୟାମେରା ଦିଆଯାଇଛି। କିନ୍ତୁ କ୍ୟାମେରାକୁ ନେଇ ଗୋଟିଏ କଥା ଆପଣଙ୍କୁ ନିଶ୍ଚୟ ନିରାଶ କରିବ। ତାହା କ’ଣ ପରେ ଜାଣିବା। ଆସନ୍ତୁ ଆଗ ଏହାର ସ୍ପେସିଫିକେସନ୍‌ ଜାଣିନେବା

iPhone SE2020 ସ୍ପେସିଫିକେସନ୍‌

ସୂଚନାନୁସାରେ iPhone SE ୩ଟି ଅଲଗା ଅଲଗା କଲର୍‌- ଯଥା ହ୍ୱାଇଟ୍‌ ବ୍ଲାକ୍‌ ଓ ରେଡ୍‌ କଲର୍‌ ଲଞ୍ଚ୍ ହୋଇଛି। ସେହିଭଳି ୩ ଅଲଗା ଭ୍ୟାରିଏଣ୍ଟ୍‌ ଯଥା ୬୪ଜିବି, ୧୨୮ଜିବି ଓ ୨୫୬ ଜିବି ଭ୍ୟାରିଏଣ୍ଟ୍‌ରେ ଲଞ୍ଚ୍‌ କରିଛି କମ୍ପାନୀ।

ବଡି ଏହି ଫୋନ୍‌ଟି ଆଇଫୋନ୍‌-୮ର ରିଫ୍ରେସ୍‌ ମୋଡେଲ୍‌। ଏଥିରେ ଆଗ ଓ ପଛରେ ଗ୍ଲାସ୍‌ ପ୍ରୋଟେକ୍ସନ୍‌ ଦିଆଯାଇଥିବା ବେଳେ ମଝିରେ ଆଲୁମିନିୟମ୍‌ ଫ୍ରେମ୍‌ ଦିଆଯାଇଛି। ହ୍ୟାଡ୍‌ଫୋନ୍‌ ଜ୍ୟାକ୍‌ ଦିଆଯାଇ ନାହିଁ। ଫୋନ୍‌ର ଆଗ ଓ ପଛରେ  ଆଇଫୋନ୍‌-୭ ଓ ୮ ଭଳି ମୋଟା ମୋଟା ବ୍ୟାଜଲ୍‌ ଦେଖିବାକୁ ମିଳିବ। ଏଥିସହିତ ip67 ସାର୍ଟିଫାଇଡ୍ କରାଯାଇଛି। ଏହାର ଅର୍ଥ ହେଲା ଫୋନ୍‌ଟି ଡଷ୍ଟ ଓ ୱାଟର୍ ରେଜିଷ୍ଟନ୍ସର ସୁବିଧା ଦିଆଯାଇଛି। ଆଇଫୋନ୍‌ରେ ନୂଆ ମଡେଲ୍‌ ଅନୁସାରେ ଏହାର ଲୋଗୋ ଫୋନ୍‌ର ସେଣ୍ଟର୍‌ରେ ଥିବାବେଳେ ଟଚ୍‌ ଆଇଡି ସେନ୍‌ସର୍‌ ସୁବିଧା ରହିଛି।

କ୍ୟାମେରା- ଏହି ଫୋନ୍‌ରେ ଗୋଟିଏ ଫ୍ରଣ୍ଟ କ୍ୟାମେରା ଓ ଗୋଟିଏ ରିୟର୍‌ କ୍ୟାମେରା ରହିଛି।

ସେଲ୍‌ଫି କ୍ୟାମେରା- iphone xr ଫୋନ୍‌ର ୭ ମେଗାପିକ୍ସେଲ୍‌ ସେଲ୍‌ଫି କ୍ୟାମେରା ଦିଯାଇଛି। ଏଥିରେ F2.2 ଅପରଚର୍ ରହିଛି। ଫ୍ରଣ୍ଟ କ୍ୟାମେରାରେ ଆପଣ 1080p 30Fps ଭିଡିଓ ରେକର୍ଡିଂ କରିପାରିବେ। ଏହାଛଡ଼ା ଆଇଫୋନ୍‌ ୧୧ର ପୋଟ୍ରେଟ୍‌ ମୋଡ୍‌ ସହିତ ଅନ୍ୟନ୍ୟା ସୁବିଧା ରହିଛି।

ରିୟର୍ କ୍ୟାମେରା- ରିୟର କ୍ୟାମେରାକୁ ନେଇ ଯେଉଁ ପୂର୍ବାନୁମାନ କରାଯାଉଥିଲା ତାହା ସତ ହୋଇଛି। iPhone SEରେ ସିନେମାଟିକ୍ ଷ୍ଟାବଲାଇଜେସନ୍ ସହିତ ଆଇଫୋନ୍‌-୧୧ ଫୋନ୍‌ର ୧୨ ମେଗାପିକ୍ସେଲ୍‌ ରିୟର୍‌ କ୍ୟାମେରା ଦିଆଯାଇଛି। ଯାହାଦ୍ୱାରା ଆପଣ 4k 60fps ଭିଡିଓ ରେକର୍ଡିଂ କରିପାରିବେ। ଏଥିରେ ୫ ଏକ୍ସ ଜୁମ୍‌ ଓ ୱାଇଡ୍ କ୍ୟାମେରା ଲେନ୍ସ ଦିଆଯାଇଛି।

କେବଳ ସେତିକି ନୁହେଁ, ଆଇଫୋନ୍‌ ୧୧ର ପ୍ରାୟ ସବୁ ଅପସନ୍‌ iphoneSE ରେ ଦିଆଯାଇଛି। ତେବେ ଏଥିରେ ନାଇଟ୍‌ ମୋଡ୍‌ ଅପସନ୍‌କୁ କାଢ଼ି ନିଆଯାଇଛି। ଯାହା ଆପଣଙ୍କୁ ନିରାଶ କରିବ। କ୍ୟାମେରା ପାଇଁ ଆପଲ୍‌ର ନାଇଟ୍‌ ମୋଡ୍‌ ଏକ ଜବରଦସ୍ତ ଫିଚର୍‌। ଏହାଦ୍ୱାରା ଅନ୍ଧାରରେ ବି ଭଲ ଫଟୋ ନେଇପାରିବେ।

ସିମ୍‌- iPhone SE ଏକ 4G ଫୋନ୍‌। ଏଥିରେ ଡୁଆଲ୍‌ ସିମ୍ ସୁବିଧା ଦିଆଯାଇଥିବା ବେଳେ ଗୋଟିଏରେ ଫିଜିକାଲ୍ ଓ ଅନ୍ୟଟି ଇ-ସିମ୍‌ ବ୍ୟବହାର କରିବାକୁ ପଡ଼ିବ।

ପ୍ରୋସେସର୍‌: ଆଇଫୋନ୍‌-୧୧ ପ୍ରୋ ମ୍ୟାକ୍ସରେ ଯେଉଁ ପ୍ରୋସେସର୍ ବ୍ୟବହାର କରାଯାଇଛି ଏଥିରେ ମଧ୍ୟ ସେହି A 13 bionic ଚିପ୍‌ ଦିଆଯାଇଛି।

ଡିସ୍‌ପ୍ଲେ- ୪.୭ ଇଞ୍ଚ୍‌ର ଏଲ୍‌ସିଡି ଡିସ୍‌ପ୍ଲେ, iPhone SEର ଡିସ୍‌ପ୍ଲେ ଆଇଫୋନ୍‌-୧୧ ଡିସ୍‌ପ୍ଲେ ଭଳି ପତଳା ରହିଛି।

ଅନ୍ୟାନ୍ୟ ସୁବିଧା: ୱାଇଫାଇ-୬ ସୁବିଧା ସହିତ ବ୍ଲୁଟୁଥ୍‌ ଆଦି ଅନ୍ୟାନ୍ୟ ସୁବିଧା ରହିଛି। ଯଦିଓ ଏହି ଫୋନ୍‌ରେ ୧୮ ୱାର୍ଟର ଚାର୍ଜିଂ ସପୋର୍ଟ ମିଳୁଛି ତେବେ ବକ୍ସରେ କିନ୍ତୁ ଚିରାଚରିତ ଭାବେ ୫ ୱାର୍ଟର ଚାର୍ଜର ମିଳିବ। କମ୍ପାନୀ ବ୍ୟାଟେରୀ ବିଷୟରେ କେବେ ବି ସୂଚନା ଦିଏ ନାହିଁ। ତେବେ ଏଥିରେ ୧୩ ଘଣ୍ଟା ପାଇଁ ଭିଡିଓ ଫାସିଲିଟି ଦିଆଯାଇଛି।

ମୂଲ୍ୟ ୬୪ଜିବି ପାଇଁ ୩୯୯ୟୁଏସ୍‌ ଡଲାର, ୧୨୮ଜିବି ପାଇଁ ୪୪୯ ଡଲାର, ସେହିଭଳି ୨୫୬ ପାଇଁ ୬୫୦ ଡଲାର ମୂଲ୍ୟ ରହିଛି। ଭାରତୀୟ ମୂଦ୍ରାରେ ଏହାର ମୂଲ୍ୟ ଯଥାକ୍ରମେ ୬୪ଜିବି ୪୨,୫୦୦, ୧୨୮ଜିବି ପାଇଁ ୪୭,୮୦୦ ଓ ୨୫୬ଜିବି ପାଇଁ ୫୮ ହଜରା ୩୦୦ ଟଙ୍କା ରଖାଯାଇଛି।

ଏହା କାଲି ଲଞ୍ଚ୍ ହେବା ପରଠାରୁ ପ୍ରି-ଅର୍ଡର୍ ଆରମ୍ଭ ହୋଇଯାଇଛି। ତେବେ ଏପ୍ରିଲ୨୪ ଠାରୁ ଅନ୍ୟ ଦେଶକୁ ବିକ୍ରି ପାଇଁ ଯିବ। ତେବେ ଭାରତରେ ଏହା କେବେ ଲଞ୍ଚ୍ ହେବ ସେ ନେଇ କମ୍ପାନୀ ପକ୍ଷରୁ କୌଣସି ସୂଚନା ମିଳିନାହିଁ। ତେବେ ସୂଚନାନୁସାରେ କମ୍ପାନୀ ଭାରତୀୟ ନାଗରିକଙ୍କୁ ଆଖିଆଗରେ ରଖି ଏହି ଫୋନ୍‌ ଆଣିଛି। ତେଣୁ ଏହା ଖୁବ୍‌ଶୀଘ୍ର ଭାରତରେ ଲଞ୍ଚ୍ ହୋଇପାରେ।

ଟେକ୍ ପରାମର୍ଶ: iPhone SE ଫୋନ୍‌ଟି ଅନ୍ୟ ଫ୍ଲାଗ୍‌ସିପ୍ ଫୋନ୍‌ଠାରୁ କିଛି କମ୍‌ ନୁହେଁ। ଏହାର ପ୍ଲସ୍‌ ପଏଣ୍ଟ ହେଲା ଏହାର ନୂଆ ଅପ୍‌ଡେଟ୍‌ A 13 bionic ପ୍ରୋସେସର୍‌ ଓ ରିୟର୍‌ କ୍ୟାମେରା। ଆଣ୍ଡ୍ରଏଡ୍‌୮୬୫ ପ୍ରୋସେସର୍‌ଠାରୁ ବି ଏହାର ସ୍ପିଡ୍‌ ଅଧିକ ଦେବ। ସେହିଭଳି କ୍ୟାମେରାରେ ନାଇଟ୍‌ ମୋଡ୍‌କୁ ଛାଡ଼ିଦେଲେ ବାକି ବହୁତ ଭଲ ଅପସନ୍ ରହିଛି।

ତେବେ ଭାରତରେ ଫୋନ୍‌ଟିର ମୂଲ୍ୟ ଅଧିକ ରହିଛି। ଭାରତରେ ଏହାର ମୂଲ୍ୟ ୩୫ ହଜାରୁ ଆରମ୍ଭ ହୋଇ ୪୨ ହଜାର ଭିତରେ ସମୀତ ରହିବ ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ଏହାର ମୂଲ୍ୟ ଯଥେଷ୍ଟ ଅଧିକ ରହିଛି। ଆମେରିକା ମୂଲ୍ୟ ତୁଳନା କଲେ ପ୍ରାୟ ୧୦ରୁ ୧୨ ହଜାର ଅଧିକ ମୂଲ୍ୟ ରହିଛି। ଯାହା ଭାରତୀୟ ଗ୍ରାହକଙ୍କୁ ନିରାଶ କରିପାରେ। ମୂଲ୍ୟ ଟିକେ କମ୍‌ ରହିଥିଲେ ଭଲ ହୋଇଥନ୍ତା।

ଅଧିକ ଗେମିଂରେ ଇଣ୍ଟ୍ରେଷ୍ଟ କିମ୍ବା ମଲ୍‌ଟି ମିଡିଆ କାମ ବା ଅଧିକ ସମୟ ଭିଡିଓ ଦେଖିବାକୁ ଆଗ୍ରହ ରଖୁଥିବା ଗ୍ରାହକଙ୍କୁ ଏହି ଫୋନ୍‌ ନିରାଶ କରିବ। ତେବେ ଆପଲ୍‌ଙ୍କ ଡାଏ ହାର୍ଟ ଫ୍ୟାନ୍‌ଙ୍କ ପାଇଁ ଫୋନ୍‌ଟି ଭଲ ରହିବ।

 

You might also like