କମ୍‌ଦାମରେ ଖୁବ୍‌ଶୀଘ୍ର ଲଞ୍ଚ୍ ହେବ ଏହି ଆଇଫୋନ୍‌; ଆପଣ ବି କିଣିପାରିବେ

ମୋବାଇଲ୍ ଫୋନ୍‌ ଦୁନିଆରେ iphone ଏକ ବଡ଼ ବ୍ରାଣ୍ଡ୍ ବୋଲି କୁହାଯାଏ। କାରଣ ଏହି ଫୋନ୍‌ ଦେଖିବାକୁ ଯେମିତି ଦାମ୍‌ ବି ସେମିତି। ସେଥିପାଇଁ ତ ଏହାକୁ ବଡ଼ଲୋକିଆଙ୍କ ଫୋନ୍‌ ବୋଲି କୁହନ୍ତି। ଆଇଫୋନ୍‌ ଧରିବାକୁ ସମସ୍ତଙ୍କର ଇଚ୍ଛା ଥିଲେ ବି ଏହା ମହଙ୍ଗା ହୋଇଥିବାରୁ କିଣିହୁଏନି। କିନ୍ତୁ ଏବେ ଆପଣଙ୍କ c ହେବାକୁ ଯାଉଛି। iphone ସବୁଠୁ ସସ୍ତା ଫୋନ୍‌ ଆଣିବାକୁ ଯାଉଛି, ଯାହାକୁ ସାଧାରଣ ବଜେଟ୍‌ରେ କିଣିଯାଇ ପାରିବ।

प्रतीकात्मक चित्र

 

୨୦୨୦ ସୁଦ୍ଧା iphone SE2 ସ୍ମାର୍ଟ ଫୋନ୍‌ ଲଞ୍ଚ୍‌ ହେବ ବୋଲି ଶୁଣିବାକୁ ମିଳୁଛି। ଏହାର ରିପୋର୍ଟ ୨୮ ହଜାର ହେବ ବୋଲି କୁହାଯାଉଛି। ଏହାର ଡିଜାଇନ୍‌ ଆଇଫୋନ୍‌ ୮ ଡିଜାଇନ୍‌ ଭଳି ହେବ। ଏଥିରେ iphone 11 ଭଳି A13 ଚିପ୍‌ସ ଦେଖିବାକୁ ମିଳିବ, ଯେଉଁଥିରେ 3GB ରାମ୍‌ ଦେଖିବାକୁ ମିଳିବ। ଏକ ରିପୋର୍ଟ ଅନୁସାରେ ଫୋନ୍‌ରେ ୩ ଜିବି ରାମ୍‌ ସହିତ ୬୪ ଓ ୧୨୮ ଜିବିର ଷ୍ଟୋରେଜ୍ ରହିବ। ଏଥିସହିତ ଏହା ସ୍ପେଶ୍ ଗ୍ରେ, ସିଲ୍‌ଭର୍‌ ଓ ପ୍ରୋଡକ୍ଟ ରେଡ୍‌ କଲର୍‌ ଭ୍ୟାରିଏଣ୍ଟ୍‌ରେ ଆସିବ।

Image result for iphone se 2

କଣ ମିଳିବ କଣ ମିଳିବ ନାହିଁ- ଏଥିରେ ଟଡ୍‌ ଆଇଡି ମିଳିନପାରେ। ଏଥିସହିତ ୱେୟାର୍‌ଲେସ୍‌ ଚାର୍ଜିଂ ସୁବିଧା ମଧ୍ୟ ଦେଖିବାକୁ ମିଳି ନପାରେ। କିନ୍ତୁ ଗ୍ରାହକଙ୍କୁ ଲୋଭାନ୍ନିତ କରିବା ପାଇଁ କମ୍ପାନୀ ଏଥିରେ କିଛି ଭଲ ଆକର୍ଶଣୀୟ ସୁବିଧା ଦେଇପାରେ। କିନ୍ତୁ 3D ଟଚ୍ ମିଳିବ ନାହିଁ। କାରଣ iphone ଏବେ ସମସ୍ତ ଲେଟେଷ୍ଟ୍‌ ଫୋନ୍‌ରେ ହେପ୍ଟି ଟଚ୍‌ ସୁବିଧା ଦେଉଛି।

iphone SE2ରେ iphone 11 ମୋଡେଲ୍‌ର କ୍ୟାମେରା ସେଟ୍‌ଅପ୍‌ ଦେଖିବାକୁ ମିଳିପାରେ। ଏଥିସହିତ ଡିଫ୍‌ ଫ୍ୟୁଜନ୍‌, ନାଇଟ୍‌ ମୋଡ୍, ଏକ୍ଲିଲେଣ୍ଟ ଭିଡିଓ ରେକର୍ଡିଂ ଓ ନୂଆ କ୍ୟାମେରା ଆପ୍‌ ଦେଖିବାକୁ ମିଳିବ। SE2ରେ  ୫ ଇଞ୍ଚର ଡିସ୍‌ପ୍ଲେ ସହିତA13 ଚିପ୍‌ସେଟ୍‌ ଦିଆଯିବାରୁ ଭଲ ବ୍ୟାଟେରୀ ଲାଇଫ୍‌ ରହିବ ବୋଲି ଆଶା କରାଯାଉଛି।

ଆହୁରି ପଢ଼ନ୍ତୁ

ଆକାଶରୁ ଏକ ମାସ ଧରି ନିଖୋଜ ହୋଇଯାଇଥିଲା ଜହ୍ନ

ଅଜଗର ମୁହଁରୁ ଏମିତି ବର୍ତ୍ତିଗଲା ହରିଣ

BSNLର ଜବରଦସ୍ତ ପ୍ଲାନ୍; ପ୍ରତିଦିନ ୨ଜିବି ଡାଟା ସହିତ ଅନ୍‌ଲିମିଟେଡ୍‌ କଲିଂ ସୁବିଧା

କରୋନା ଭୟରେ ବୃଦ୍ଧା ମା’ଙ୍କୁ ଘରେ ପୂରାଇ ଦେଲାନି ପୁଅ

‘ଘରେ ନାହିଁ ଦାନାକନା, ପୁଅ କହୁଛି ମୁଁ ରାଜେଶ୍ ଖାନ୍ନା’

୩ ମାସ ବିତିଲା, ତଥାପି ଡାକ୍ତରଖାନା ସମ୍ମୁଖରେ ମାଲିକଙ୍କୁ ଜଗିଛି କୁକୁର

ଜିଓ ଫାଇବର୍‌ର ଏହି ପ୍ଲାନ୍‌ରେ ମିଳୁଛି ଡବଲ୍‌ ଡାଟା

ଏଇ କୋଠାରେ ଗଚ୍ଛିତ ରହିଛି ୨୮ ଟନ୍ ସୁନା !

ନବଜାତକର ଚିକିତ୍ସା ପାଇଁ ଏ ଡାକ୍ତରଖାନାରୁ ସେ ଡାକ୍ତରଖାନା ଧାଇଁଲେ ବାପା, କେହି ଶୁଣିଲେନି

୬ ଫୁଟ ନୁହେଁ, ୨୦ ଫୁଟ ଦୂର ପର୍ଯ୍ୟନ୍ତ ବ୍ୟାପିପାରେ କରୋନା ଭାଇରସ୍‌

ମୃତ୍ୟୁର ଉପତ୍ୟକା-ଯେଉଁଠି ତାପମାତ୍ରା ୫୬.୭ ଡିଗ୍ରୀ

ଅଧିକ ଲୁଣ ଖାଉଛନ୍ତି କି ? ରହିଛି ଏସବୁ ବିପଦ

You might also like