ମାର୍ଚ୍ଚ ୮ରେ କାହିଁକି ପାଳନ ହୁଏ ଆନ୍ତର୍ଜାତୀୟ ମହିଳା ଦିବସ ?

ଏବର୍ଷର ଥିମ୍ ’Women in Leadership’: ଜାଣନ୍ତୁ ଏହି ଦିନର ଇତିହାସ ସମ୍ପର୍କରେ . . .

ଆଜି ଆନ୍ତର୍ଜାତୀୟ ମହିଳା ଦିବସ। ମହିଳାଙ୍କ ଆର୍ଥିକ, ରାଜନୈତିକ, ସାମାଜିକ ତଥା ବିଭିନ୍ନ କ୍ଷେତ୍ରରେ  ସେମାନଙ୍କ  ଯୋଗଦାନ ବଢ଼ାଇବା ଓ ତାଙ୍କୁ ନିଜର ଅଧିକାର ପ୍ରତି ସଚେତନ କରିବା ଏହାର ମୂଳ ଉଦ୍ଦେଶ୍ୟ। ଏହା ବ୍ୟତୀତ ସମାଜରେ ସେମାନଙ୍କୁ ଉଚିତ ସ୍ଥାନ ଦେବା ସହ ତାଙ୍କର ଉପଲବ୍ଧିକୁ ସର୍ବସାଧାରଣରେ ପ୍ରୋତ୍ସାହନ ଦେବା ପାଇଁ ଏହି ଉତ୍ସବ ପାଳନ କରାଯାଏ । ପ୍ରତିବର୍ଷ ଏହି ଦିବସ ପାଇଁ ଏକ ସ୍ୱତନ୍ତ୍ର ଥିମ୍ ରହିଥାଏ । ତେବେ ଚଳିତ ବର୍ଷର ଥିମ ରହିଛି ’Women in Leadership’ । ମାର୍ଚ୍ଚ ୮ରେ ଅନ୍ତର୍ଜାତୀୟ ଦିବସ ପାଳନ କରାଯାଉଥିବା କଥା ସମସ୍ତେ ଜାଣିଛନ୍ତି କିନ୍ତୁ ଏହା ପଛର ଇତିହାସ କଣ ଜାଣିଛନ୍ତି କି ?

ଅନ୍ତର୍ଜାତୀୟ ମହିଳା ଦିବସର ଇତିହାସ ?

ସର୍ବପ୍ରଥମେ ଆମେରିକାର ଏକ ସମାଜବାଦୀ ପାର୍ଟିର ଆହ୍ୱାନ କ୍ରମେ ୨୮ ଫେବୃଆରୀ ୧୯୦୯ ରେ ଏହି ଦିନକୁ ପାଳନ କରାଯାଉଥିଲା। ତେବେ ଏହା କେବଳ ଆମେରିକାରେ ହିଁ ସୀମିତ ଥିଲା, ଅନ୍ୟ କୌଣସି ଦେଶ ଏହି ଦିବସକୁ ପାଳନ କରୁନଥିଲେ। ପରେ କୋପେନହେଗନରେ ଏକ ମହିଳା ସମ୍ମିଳନୀରେ ୧୯୧୦ ମସିହାରେ ଏହି ଦିବସକୁ ମାନ୍ୟତା ମିଳିଥିଲା । ମହିଳାମାନଙ୍କୁ ଭୋଟର ଅଧିକାର ଦେବା ଏହାର ମୂଳ ଉଦ୍ଦେଶ୍ୟ ଥିଲା। କାରଣ ସେତେବେଳେ ଅଧିକାଂଶ ଦେଶରେ ମହିଳାମାନଙ୍କୁ ଭୋଟ୍ ଦେବାର ଅଧିକାର ନଥିଲା।

ପରେ ୧୯୧୭ ମସିହାରେ, ସୋଭିଏତ୍ ୟୁନିଅନ୍ ଏହି ଦିନକୁ ଜାତୀୟ ଛୁଟିଦିନ ଭାବରେ ଘୋଷଣା କଲା । ଧୀରେ ଧୀରେ ଏହି ଦିନ ପାଳନ କରିବାର ପରମ୍ପରା ବିଶ୍ୱର ଅନ୍ୟ ଦେଶରେ ମଧ୍ୟ ବ୍ୟାପିଗଲା। ଏବେ ଅନ୍ତର୍ଜାତୀୟ ମହିଳା ଦିବସରେ ମହିଳାମାନଙ୍କୁ ଅଫିସ, ଘର ସବୁଠି ବିଶେଷ ସୁବିଧା ଦିଆଯାଏ। କିଛି ଅଫିସରେ ମହିଳାମାନଙ୍କୁ ମହିଳା ଦିବସରେ ଛୁଟି ଦିଆଯାଏ ତ ଆଉ କେଉଁଠି ଅଧାଦିନ କାର୍ଯ୍ୟ କରିବାକୁ ଦିଆଯାଏ ।

ମାର୍ଚ୍ଚ ୮ ରେ ମହିଳା ଦିବସ ପାଳନ କରିବାର କାରଣ ?

ଋଷର ମହିଳାମାନେ ୧୯୧୭ରେ ରୁଟି ଏବଂ ଶାନ୍ତି ଦାବି କରି ଧର୍ମଘଟ କରିଥିଲେ। ଫେବୃଆରୀ ଶେଷ ରବିବାର ଦିନ ଏହି ଧର୍ମଘଟ ଆରମ୍ଭ ହୋଇଥିଲା। ଏହା ଏକ ଐତିହାସିକ ଧର୍ମଘଟ ଥିଲା । ଆଉ ଯେତେବେଳେ ରାଜା କ୍ଷମତା ତ୍ୟାଗ କଲେ, ସେତେବେଳେ ଥିବା ମଧ୍ୟବର୍ତ୍ତୀକାଳୀନ ସରକାର ମହିଳାମାନଙ୍କୁ ଭୋଟ୍ ଦେବାର ଅଧିକାର ମିଳିଗଲା ।

ଋଷର ମହିଳାମାନେ ଯେତେବେଳେ ଭୋଟ ପାଇବାର ଅଧିକାର ପାଇଲେ, ସେହି ସମୟରେ ଋଷରେ ଜୁଲିଅନ୍ କ୍ୟାଲେଣ୍ଡରର ପ୍ରଚଳନ ଥିଲା। ଅନ୍ୟପଟେ ବାକି ଦୁନିଆରେ ଗ୍ରେଗୋରିୟନ୍ କ୍ୟାଲେଣ୍ଡ ବ୍ୟବହାର କରୁଥିଲେ ଲୋକେ। ଏହି ଦୁଇ କ୍ୟାଲେଣ୍ଡରର ତାରିଖରେ କିଛି ପାର୍ଥକ୍ୟ ଥିଲା। ଜୁଲିଆନ୍ କ୍ୟାଲେଣ୍ଡର ଅନୁଯାୟୀ ଫେବୃଆରୀ ଶେଷ ରବିବାର ୧୯୧୭ର ଫେବୃଆରୀ ୨୩ରେ ଥିଲାବେଳେ ଗ୍ରେଗୋରିଆନ୍ କ୍ୟାଲେଣ୍ଡର ଅନୁଯାୟୀ ସେହି ଦିନ ମାର୍ଚ୍ଚ ୮ ଥିଲା । ସେଥିପାଇଁ ମାର୍ଚ୍ଚ୮ କୁ ମହିଳା ଦିବସ ଭାବେ ପାଳନ କରିବାକୁ ଲାଗିଲା ।

ମିଳିତ ଜାତିସଂଘ ୧୯୯୬ ମସିହାରୁ ଏକ ବିଶେଷ ଥିମ୍ ସହିତ ଆନ୍ତର୍ଜାତୀୟ ମହିଳା ପାଳନ କରିବା ଆରମ୍ଭ କଲା । ଆଉ ଏହା ପରେ ପ୍ରତିବର୍ଷ ଆନ୍ତର୍ଜାତୀୟ ମହିଳା ଦିବସ ଏକ ଭିନ୍ନ ଥିମ୍ ସହିତ ପାଳନ କରାଯାଉଛି।

You might also like