ଦେଶର ଏଇ ଧନୀ ମହିଳା ଜଣକ କିଏ ? କେତେ ତାଙ୍କର ସମ୍ପତ୍ତିର ମୂଲ୍ୟ

ନୂଆଦିଲ୍ଲୀ: ସେ ହେଉଛନ୍ତି ଦେଶର ସବୁଠାରୁ ଧନୀ ମହିଳା। ଜାଣନ୍ତି ସେ କିଏ ? କେତେ ତାଙ୍କ ସମ୍ପତ୍ତିର ମୂଲ୍ୟ ?

ଶୁକ୍ରବାର ସକାଳେ, HCL ଟେକ୍ ଚେୟାରମ୍ୟାନ୍ ଶିବ ନାଦର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି । ଏହାର କିଛି ସମୟ ପରେ ତାଙ୍କ ଝିଅ ରୋଶନୀ ନାଦର HCL ଟେକ୍‌ର ମଙ୍ଗ ସମ୍ଭାଳିଛନ୍ତି। ଏହି ଖବର ପରେ ସୋସିଆଲ ମିଡିଆରେ ରୋଶନୀ ନାଦରଙ୍କୁ ନେଇ ବେଶ ଚର୍ଚ୍ଚା। ନୂଆ ଦାୟିତ୍ୱ ଗ୍ରହଣ ପରେ  ରୋଶନୀ ନାଦର ଏବେ ହୋଇଛନ୍ତି ଦେଶର ସବୁଠାରୁ ଧନୀ ମହିଳା ।

ରୋଶନି ନାଦର ମାଲହୋତ୍ରା HCL ନିଗମର କାର୍ଯ୍ୟନିର୍ବାହୀ ତଥା ସିଇଓ ଭାବରେ କାର୍ଯ୍ୟ କରିଛନ୍ତି। ସେ ମାତ୍ର ୨୮ ବର୍ଷ ବୟସରେ କମ୍ପାନୀର ସିଇଓ ହୋଇଥିଲେ। ଏହା ସହିତ ସେ HCL ଟେକ୍ନୋଲୋଜି ବୋର୍ଡର ଉପାଧ୍ୟକ୍ଷ ତଥା ଶିବ ନାଦର ଫାଉଣ୍ଡେସନର ଟ୍ରଷ୍ଟି ଭାବରେ ମଧ୍ୟ କାର୍ଯ୍ୟ କରୁଛନ୍ତି।

ଏତେ କମ୍‌ ବର୍ଷ ବୟସରେ HCL ର ସିଇଓ ଭାବରେ ଦାୟିତ୍ୱ ଗ୍ରହଣ କରିଥିବା ରୋଶନୀ ନାଦର ମଲହୋତ୍ରା କହିଛନ୍ତି ଯେ ଏମିତି କାମ କରିବା ଦ୍ୱାରା ବାପାଙ୍କ ସହ ବ୍ୟବସାୟରେ ବହୁ ସମୟ ଅତିବାହିତ କରିବାର ସୁଯୋଗ ମିଳିଗଲା। ଏହା ଦ୍ୱାରା ବ୍ୟବସାୟର ବିଭିନ୍ନ ଦିଗ ଉପରେ  ଜାଣିବାର ସୁଯୋଗ ମଧ୍ୟ ମିଳିଲା ଏବଂ ବାପା ଶିବ ନାଦରଙ୍କର ସହାଯ୍ୟ  ମଧ୍ୟ ମିଳିଗଲା।  ରୋଶନି ନାଦର ମାଲହୋତ୍ରା ମଧ୍ୟ HCL ଫାଉଣ୍ଡେସନ୍ ମାଧ୍ୟମରେ ବିଭିନ୍ନ ସାମାଜିକ କାର୍ଯ୍ୟରେ ସକ୍ରିୟ ଅଛନ୍ତି।

 

ଦିଲ୍ଲୀରେ ବଢିଥିବା ରୋଶନୀ  ଆମେରିକାର Kellogg School of Management ରୁ ବିଜିନେସ୍‌ ଆଡ୍‌ମିନିଷ୍ଟେଶନରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି। ସେ ୱାର୍ଲଡ ଇକୋନମି Forumର ଫୋରମର ୟଙ୍ଗ ଗ୍ଲୋବାଲ ଲିଡର୍ସ ଇନିସିଏଟିଭର ମଧ୍ୟ ଅଙ୍ଗ।

ଫୋର୍ବସ୍ ପକ୍ଷରୁ  ପ୍ରକାଶିତ ଦୁନିଆର ୧୦୦ଟି ଶକ୍ତିଶାଳୀ ମହିଳାଙ୍କ ତାଲିକାରେ ରୋଶନୀ ନାଦାରଙ୍କ ନାମ ୨୦୧୭ ରୁ ୨୦୧୯ ପର୍ଯ୍ୟନ୍ତ ରହିଛି। ୨୦୧୯ରେ ସେ ଏହି ତାଲିକାରେ ୫୪ ନମ୍ବରରେ ଥିଲେ | ୨୦୧୯ ରେ ସେ ଦେଶର ସବୁଠାରୁ ଧନୀ ମହିଳା ଥିଲେ। ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୩୧, ୪୦୦ କୋଟି ଟଙ୍କା।

 

ଆହୁରି ପଢ଼ନ୍ତୁ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

ବାପାଙ୍କ ସହ ମିଶି ଅଷ୍ଟମ ଶ୍ରେଣୀର ଛାତ୍ର କଲା ନିଆରା ଉଦ୍ଭାବନ

ବଲିଉଡ୍ କୋରିଓଗ୍ରାଫର ଏବେ ଚା’ ଦୋକାନୀ

୬୨ତମ ଜନ୍ମଦିନରେ ଦୌଡ଼ିଲେ ୬୨.୪ କିଲୋମିଟର୍

You might also like