ପୁଣି ବଢିବ ରେଳ ଭଡା: ଜାଣନ୍ତୁ କେଉଁ ତାରିଖରୁ ବଢିବ ଭଡା…..

ନୂଆଦିଲ୍ଲୀ: ବଢିବ ଟ୍ରେନ ଭଡା। ଭଡା ବଢିବା ନେଇ ନିଷ୍ପତ୍ତି ନେଇ କେନ୍ଦ୍ର ରେଳ ମନ୍ତ୍ରଣାଳୟ। ଆସନ୍ତା ୬ ତାରିଖରୁ ବର୍ଧିତ ଭଡା ଲାଗୁ ହେବ ବୋଲି ଜଣାଯାଇଛି। ମିଳିଥିବା ସୂଚନା ଅନୁସାରେ , କରୋନା ମହାମାରୀ ପାଇଁ ୨୦୨୦ ମସିହା ମାର୍ଚ୍ଚ ୨୨ରୁ ଯାତ୍ରୀ ପରିବହନ ଉପରେ ରୋକ ଲଗାଇଥିଲା ରେଳ ମନ୍ତ୍ରଣାଳୟ। ତେବେ ଏହାରି ମଧ୍ୟରେ ଅନେକ ସ୍ଥାନକୁ ଟ୍ରେନ ଚଳାଚଳ ଆରମ୍ଭ କରିଛି। ତେବେ ସଂରକ୍ଷଣ ବଗିରେ ଯାତ୍ରୀମାନେ ଯାତ୍ରା କଲେ ସେମାନଙ୍କୁ ପୂର୍ବଅପେକ୍ଷା ଅଧିକ ଭଡା ଦେବାକୁ ବୋଲି ଜଣାଯାଇଛି।

ପୁଣି ରେଳ ଭଡା ବଢାଇବ ରେଳ ମନ୍ତ୍ରଣାଳୟ। ୬ ଜାନୁଆରୀରୁ ଯାତ୍ରୀଙ୍କ ଉପରେ ପଡିବ ମହଙ୍ଗା ମାଡ। ଏଣିକି ସଂରକ୍ଷଣ ବଗିରେ ଚଢିଲେ ଆପଣଙ୍କୁ ଦେବାକୁ ପଡିବ ଅଧିକ ଟଙ୍କା। ତେବେ ଦେଶର ସମସ୍ତ ଟ୍ରେନ ନୁହେଁ ବରଂ କିଛି ନିଦ୍ଧିଷ୍ଟ ଟ୍ରେନର ଭଡା ବଢୁଥିବା ନେଇ ରେଳ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି। ସୂଚନା ଅନୁସାରେ, ମେଲାନୀରୁ ଗୋରଖପୁର ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ତେବେ କରୋନା ଲାଗି ୨୦୨୦ ମସିହା ମାର୍ଚ୍ଚ ମାସରୁ ଏହି ରୁଟରେ ସମସ୍ତ ଟ୍ରେନ ଚଳାଚଳ ବନ୍ଦ ରହିଥିଲା କିନ୍ତୁ ପୁଣି ଥରେ ଟ୍ରେନ ଚାଳିବ। କିନ୍ତୁ ଟ୍ରେନରେ କେମିତି ଯାତ୍ରୀ ସଂଖ୍ୟା ହ୍ରାସ ହେବ ସେନେଇ ପଦକ୍ଷେପ ନେବାକୁ ମଧ୍ୟ କୁହାଯାଇଛି।

ଜାଣନ୍ତୁ ରେଳରେ ଯାତ୍ରା କଲେ କେଉଁ ନିୟମକୁ ମାନିବେ ଆପଣ

ଏଣିତି ଟ୍ରେନରେ ଯେକୌଣସି ସ୍ଥାନକୁ ଯାତ୍ରା କଲେ ସାମାଜିକ ଦୂରତା ରଖିବା ବାଧ୍ୟତାମୂଳକ କରାଯାଇଛି। ଏହାସହ ଯାତ୍ରୀ ଯାତ୍ରା କରୁଥିବା ସ୍ଥାନ ପର୍ଯ୍ୟନ୍ତ ପୂର୍ବରୁ ଟିକେଟ ସଂରକ୍ଷଣ କରିଥିବା ଆବଶ୍ୟକ। କେବଳ ଅଫଲାଇନ ନୁହେଁ ବରଂ ଅନଲାଇନରେ ମଧ୍ୟ ଆପଣ ଟିକେଟ ବୁକିଂ କରିପାରିବେ। ତେବେ ଏହି ଟ୍ରେନ ଛାଡିବାର ଅଧଘଣ୍ଟା ପୂର୍ବରୁ ଆପଣ ଟିକେଟ ମଧ୍ୟ ବୁକିଂ କରିପାରିବେ।

ତେବେ ଜାଣିରଖନ୍ତୁ କେଉଁ କେଉଁ ସହରକୁ ରେଳ ଚଳାଚଳ କରିବା ନେଇ ନିଷ୍ପତ୍ତି ନେଇଛି ରେଳ ମନ୍ତ୍ରଣାଳୟ

ମିଳିଥିବା ସୂଚନା ଅନୁସାରେ, ରେଳବାଇ ଜାମ୍ମୁ କାଶ୍ମୀର ଏବଂ ଉଦାମପୁର ପାଇଁ ନୂତନ ଟ୍ରେନ୍ ଚଳାଇବା ଆରମ୍ଭ କରିଛି। ତେଣୁ ଆପଣ ଯଦି, ଏହି ମାର୍ଗରେ ଯିବାକୁ ଅଛି ତେଣୁ  ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ |ଏହାସହ ପାଟନା, ଦୁର୍ଗ, ବାରାଣାସୀ, ଅଜମେର ଏବଂ ନୂଆଦିଲ୍ଲୀର ଯାତ୍ରୀମାନେ ମଧ୍ୟ ସ୍ୱତନ୍ତ୍ର ଟ୍ରେନ ଚଳାଚଳର ଲାଭ ଉଠାଇପାରିବେ।

ତେବେ ମୋଟ ଉପରେ କହିବାକୁ ଗଲେ, ରେଳ ଯାତ୍ରା ଅନେକ ଦିନ ହେଲାଣି ହନ୍ଦ ରହିଛି। ତେଣୁ ଅନେକ ଟଙ୍କାର କ୍ଷତି ସହିଛି ରେଳବାଇ। କିନ୍ତୁ କରୋନା ଆୟତ୍ତ ହେବା ପରେ ପୁଣି ଥରେ ରେଳ ଚଳାଚଳ ସ୍ୱାଭାବିକ କରିବା ନେଇ ରେଳବାଇ ପଦକ୍ଷେପ ନେଉଛି। ତେଣୁ ବର୍ତ୍ତମାନ ସମୟରେ ରେଳବାଇ ତାହାର କ୍ଷତିଭରଣ ଲାଗି ଯାତ୍ରୀ ଭଡାରେ କେତେକାଂଶରେ ଭଡା ବଢାଇବାକୁ ପଦକ୍ଷେପ ନେଉଥିବା ଚର୍ଚ୍ଚା ଜୋର ଧରିଛି।

You might also like