ବରଫ ଉପରେ ଦୁଃସାହସିକ କ୍ରୀଡ଼ା : ଧୋତି ଆଉ ଶାଢ଼ି ପିନ୍ଧି ବରଫ ଉପରେ ସ୍କିଂ କଲେ ଭାରତୀୟ ଦମ୍ପତି

ବରଫ ଉପରେ ଦୁଃସାହାସିକ କ୍ରୀଡା। ଧୋତି ଓ ଶାଢ଼ି ପିନ୍ଧି ବରଫ ଉପରେ ସ୍କିଂ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷ ସ୍କିଂ କରିଛନ୍ତି ଭାରତୀୟ ଦମ୍ପତି।ଆମେରିକାରେ ରହୁଥିବା ଭାରତୀୟ ଦମ୍ପତି ଦିବ୍ୟା ଓ ମଧୁଙ୍କର ଏହି ଭିଡ଼ିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି, ଯାହାକୁ ବେଶ୍ ପସନ୍ଦ କରୁଛନ୍ତି ୟୁଜର।

ସଫେଦ ବରଫ ଉପରେ ଦୁଃସାହସିକ କ୍ରୀଡ଼ା, ତା ପୁଣି ଭାରତୀୟ ପାରମ୍ପରିକ ପରିପାଟୀରେ। ଯୁଗ ବଦଳିବା ସହ ଲୋକମାନଙ୍କ ପିନ୍ଧିବା ଶୈଳୀ ବଦଳିଯାଉଛି। କିନ୍ତୁ ପ୍ରବାସୀ ଭାରତୀୟ ଦମ୍ପତି ନିଜ ପରମ୍ପରାକୁ ଭୁଲି ଯାଇନାଆନ୍ତି।  ଆମେରିକାରେ ଶାଢ଼ି ଓ ଧୋତି ପିନ୍ଧି ବରଫାଞ୍ଚଳରେ ସ୍କିଂ କରୁଥିବା ଦେଖିବାକୁ ମିଳିଛି। ସେମାନେ ମିନେସୋଟା ୱେଲ୍ଚ ଭିଲେଜରେ ଏହି ସ୍କିଂ କରୁଛନ୍ତି। ତେବେ ସେହି ଭିଡ଼ିଓକୁ  ଇନଷ୍ଟାଗ୍ରାମରେ ପୋଷ୍ଟ କରିବା ପରେ ଖୁବ୍ ପସନ୍ଦ କରୁଛନ୍ତି ୟୁଜର୍ସ।

ଏହି ଭିଡିଓକୁ ଏବେ ଯାଏଁ ୩ ଲକ୍ଷରୁ ଅଧିକ ଥର ଦେଖାଯାଇଥିବା ବେଳେ ପ୍ରାୟ ୧୫ ହଜାର ଲୋକ ଲାଇକ୍‌ ଦେଇଛନ୍ତି। ବହୁ ସଂଖ୍ୟକ ଲୋକ ଦମ୍ପତିଙ୍କ ଏହି ନିଆରା ପ୍ରୟାସକୁ ପ୍ରଶଂସା କରୁଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘ମୋତେ ଏହି ଭିଡ଼ିଓ ମନକୁ ପାଇଛି। ଅନ୍ୟପଟେ ଆଉ ଜଣେ ୟୁଜର ଲେଖିଛନ୍ତି ଦୁହେଁ ପରସ୍ପରଙ୍କ ପାଇଁ ତିଆରି ହୋଇଛନ୍ତି।

ତେବେ ଏହି ଭିଡିଓ ସେୟାର କରି ଦିବ୍ୟା ଲେଖିଛନ୍ତି, ନିଜକୁ ଖୁସି କରିବା ପାଇଁ କିଛି ପାଗଳାମୀର ଆବଶ୍ୟକତା ଥିଲା। ଭିଡିଓରେ ଦେଖାଯାଉଛି ଦିବ୍ୟା ଶାଢ଼ି ଓ ମଧୁ ଧୋତି ପିନ୍ଧି ସ୍କିଂର ଉପକରଣ ପିନ୍ଧୁଛନ୍ତି। ଆଉ କିଛି ସମୟ ପରେ ବରଫ ପାହାଡ଼ ଉପରେ ସ୍କିଂ କରୁଥିବା ନଜର ଆସିଛନ୍ତି।

ସେପଟେ ଆଉ ଜଣେ ଭାରତୀୟଙ୍କ ଅଜବ ଭିଡିଓ ବି ଭାଇରାଲ୍ ହେଉଛି। ସୋସିଆଲ୍ ମିଡିଆରେ ସେ ମାଇନସ୍ ୨୦ ଡିଗ୍ରୀ ସେଲସିୟସ୍ ଭଳି ଅସହ୍ୟ ଥଣ୍ଡାରେ କରିଛନ୍ତି ଭାଙ୍ଗ୍ଡ଼ା।  କାନାଡ଼ାର ଲୋକପ୍ରିୟ ଡାନ୍ସର ଗୁରଦୀପ ପନ୍ଧେର୍ କିଛି ଫ୍ରେଞ୍ଚ ସାଥୀଙ୍କ ସହ ବରଫାବୃତ ଅଞ୍ଚଳରେ ଭାଙ୍ଗ୍ଡ଼ା କରୁଥିବା ଦେଖିବାକୁ ମିଳୁଛି।  କାନାଡ଼ାରେ ସେମାନଙ୍କୁ ଭାଙ୍ଗ୍ଡ଼ା ଶିଖାଇଛନ୍ତି ଗୁରଦୀପ। ଆଉ ସେହି ଭିଡିଓ ବି ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ବେଳେ, ଏହାକୁ ହଲିଉଡ୍ ଷ୍ଟାର୍ ମଧ୍ୟ ଲାଇକ୍ କରିଛନ୍ତି।

You might also like