ମୋବାଇଲ ଫୋନ୍‌ଠୁ ଦୂରେଇ ରୁହନ୍ତୁ, ନଚେତ୍…

ନୂଆଦିଲ୍ଲୀ: ଆଜିର ଏହି ଡିଜିଟାଲ୍‌ ଦୁନିଆରେ ଲୋକମାନେ କ୍ଷଣିକ ପାଇଁ ମଧ୍ୟ ଫୋନ୍‌କୁ ନିଜଠାରୁ ଦୂରେଇ ରଖୁ ନାହାନ୍ତି। କିଛି ଲୋକ ଫୋନ୍‌କୁ ଶରୀରର ଅତି ନିକଟରେ ରଖିଥାନ୍ତି। ଯେପରିକି ପ୍ୟାଣ୍ଟ୍‌ର ପଛ ପକେଟ୍‌, ଶାର୍ଟର ଆଗ ପକେଟ୍‌ ଇତ୍ୟାଦି। ହେଲେ ଜାଣି ରଖିବା ଉଚିତ୍‌ ଶରୀରର ଅତି ନିକଟରେ ସ୍ମାର୍ଟଫୋନ୍‌ ରହିବା ଦ୍ୱାରା ଏହା ଆମ ଶରୀର ପାଇଁ କ୍ଷତି ପହଞ୍ଚାଇଥାଏ।

ଆସନ୍ତୁ ଜାଣିବା ଫୋନ୍‌କୁ କେଉଁ କେଉଁ ସ୍ଥାନରେ ରଖିଲେ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ…

ଫୋନ୍‌କୁ ପଛପଟ ପକେଟ୍‌ରେ ରଖନ୍ତୁ ନାହିଁ-

ଭୁଲ୍‌ରେ ବି ଫୋନ୍‌କୁ ପଛପଟ ପକେଟ୍‌ରେ ରଖନ୍ତୁ ନାହିଁ। ଏହାଦ୍ୱାରା ଆପଣଙ୍କୁ ଖାଲି ଫୋନ୍‌ ରାଡିଏସନ୍‌ର ବିପଦ ନାହିଁ ବରଂ ଏହାର ପ୍ରଭାବ ଆପଣଙ୍କ ପାଦ ଉପରେ ମଧ୍ୟ ପଡ଼ିଥାଏ। ଯାହାଦ୍ୱାରା ଆପଣଙ୍କ ପାଦରେ ଯନ୍ତ୍ରଣା ଅନୁଭବ ହୋଇଥାଏ। ଏହସହ ଏହାର ପ୍ରଭାବ ଆପଣଙ୍କ ଶରୀରର ଭେନ୍‌ ଉପରେ ମଧ୍ୟ ପଡ଼ିଥାଏ। ଫୋନ୍‌କୁ ପଛ ପକେଟ୍‌ରେ ରଖିବା ଦ୍ୱାରା ଏହା ଭାଙ୍ଗି ଯିବାର ବି ଭୟ ରହିଥାଏ।

ତକିଆ ତଳେ ରଖନ୍ତୁ ନାହିଁ-

ଦେଖାଯାଏ, କିଛି ଲୋକ ଶୋଇବା ସମୟରେ ତକିଆ ତଳେ ଫୋନ୍‌କୁ ରଖି ଦେଇଥାନ୍ତି। ଯଦି ଆପଣ ଏମିତି କରୁଛନ୍ତି, ତେବେ ଏହି ଅଭ୍ୟାସ ତୁରନ୍ତ ବଦଳାନ୍ତୁ। କାରଣ ତକିଆ ତଳେ ଫୋନ୍‌ ରଖିବା ଦ୍ୱାରା ରାଡିଏସନ୍‌ର ଭୟ ମଧ୍ୟ ରହିଥାଏ। ବିଶେଷ କରି, ଯଦି ଆପଣ ଫୋନ୍‌ର ଇଣ୍ଟରନେଟ୍‌ ଅନ୍‌ କରି ରଖି ଦେଇଛନ୍ତି ତେବେ ରାଡିଏସନ୍‌ ଆହୁରି ବଢ଼ି ଯାଇଥାଏ। ଯାହା ଆପଣଙ୍କ ପାଇଁ ବିପଦଦାୟକ। ଅଧିକ ସମୟ ଧରି ଫୋନ୍‌କୁ ଏଭଳି ଭାବରେ ରଖିଲେ ଆପଣଙ୍କ ମୁଣ୍ଡ ବ୍ୟଥା ଓ ମୁଣ୍ଡ ବୁଲାଇବା ଆଦି ସମସ୍ୟା ଦେଖା ଦେଇଥାଏ।

ଶାର୍ଟ ପକେଟ୍‌ରେ ରଖନ୍ତୁ ନାହିଁ-

ଶାର୍ଟର ପକେଟ୍‌ରେ ବି ଫୋନ୍‌ ରଖିବା ଶରୀର ପାଇଁ କ୍ଷତିକାରକ। କାରଣ ଫୋନ୍‌ର ରାଡିଏସନ୍‌ ହାର୍ଟ ଉପରେ ପ୍ରଭାବ ପକାଇଥାଏ।

ସେହିପରି ରୋଷେଇ ଘର ଓ ନିଆଁ ଥିବା ସ୍ଥାନରେ କଦାପି ଫୋନ୍‌ ରଖନ୍ତୁ ନାହିଁ। କାରଣ ଫୋନ୍‌ ବ୍ୟାଟେରୀ ଫାଟି ଯିବାର ଡର ଥାଏ। ଏପରିକି ଛୋଟ ଛୁଆଙ୍କ ନିକଟରୁ ଫୋନ୍‌କୁ ସବୁବେଳେ ଦୂରେଇ ରଖନ୍ତୁ। ଏକ ରିସର୍ଚ୍ଚରୁ ଜଣାପଡ଼ିଛି ଯେ, ଛୋଟ ଛୁଆଙ୍କ ନିକଟରେ ଫୋନ୍‌ ରଖିଲେ ସେମାନଙ୍କୁ Hyperactivity ଓ Disorder ହେବାର ସମ୍ଭାବନା ରହିଛି।

  • ଚେଷ୍ଟା କରନ୍ତୁ ମୋବାଇଲ୍‌କୁ ଶରୀର ନିକଟରୁ ଯେତେ ସମ୍ଭବ ଦୂରେଇ ରଖିବା ପାଇଁ।
  • ଫୋନ୍‌ରେ କଥା ହେବାବେଳେ ସ୍ପିକର୍‌ ମୋଡ୍‌ ନ ହେଲେ ଇୟର୍‌ଫୋନ୍‌ରେ କଥା ହୁଅନ୍ତୁ।
  • ଫୋନ୍‌କୁ ଚାର୍ଜରେ ଲଗାଇ କଥା ହୁଅନ୍ତୁ ନାହିଁ।
  • ଯଦି ଆପଣଙ୍କ ଫୋନ୍‌ ବ୍ୟାଟେରୀରେ ଚାର୍ଜ କମ୍‌ ଅଛି ତେବେ ଏହାକୁ ବ୍ୟବହାର କରନ୍ତୁ ନାହିଁ।

ଆହୁରି ପଢ଼ନ୍ତୁ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

ବାପାଙ୍କ ସହ ମିଶି ଅଷ୍ଟମ ଶ୍ରେଣୀର ଛାତ୍ର କଲା ନିଆରା ଉଦ୍ଭାବନ

ବଲିଉଡ୍ କୋରିଓଗ୍ରାଫର ଏବେ ଚା’ ଦୋକାନୀ

୬୨ତମ ଜନ୍ମଦିନରେ ଦୌଡ଼ିଲେ ୬୨.୪ କିଲୋମିଟର୍

You might also like