ଫାଶି ବେଳେ ଯଦି ଜଲ୍ଲାଦ ଅଚେତ ହୁଏ, ତା’ହେଲେ…

ନୂଆଦିଲ୍ଲୀ (ସୁଧାଂଶୁ ଶେଖର ପରିଡ଼ା): ଫାଶି ଖୁଣ୍ଟରେ ଝୁଲିବେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ। କେବେ ଭାବିଛନ୍ତି ଯଦି ଫାଶି ଦେବା ବେଳେ ଜଲ୍ଲାଦ ଅଚେତ ହୋଇଯାଏ, ତେବେ କ’ଣ ହେବ ? ମନକୁ ଏହି ପ୍ରଶ୍ନ ଆସିବା ସ୍ୱାଭାବିକ। କାରଣ ପୂର୍ବରୁ ଏଭଳି ପରିସ୍ଥିତି ଆସିଛି। ଆଉ ତାର ସମାଧାନ ପାଇଁ କେଉଁ ପଦକ୍ଷେପ ନିଆଯାଇଛି ଆସନ୍ତୁ ଜାଣିବା।

ବର୍ତ୍ତମାନ ନିର୍ଭୟା ଦୋଷୀଙ୍କୁ ଫାଶି ଦେବାକୁ ନୂଆ କରି ଜଲ୍ଲାଦ ପାଇଁ କାମ କରିବା ପାଇଁ ଆଗେଇ ଆସିଛି ଜହ୍ଲାଦ ପବନ। ତେବେ ଏକା ଥରକେ ଚାରି ଜଣଙ୍କୁ ଫାଶି ଦେବା ଏକ ପ୍ରକାର କଷ୍ଟକର ବ୍ୟାପାର। ଜଣେ କି ଦୁଇ ଜଣଙ୍କୁ ଫାଶି ଦେବା ପରେ ଯଦି କୌଣସି କାରଣରୁ ଜଲ୍ଲାଦ ଅଚେତ ହୋଇ ପଡ଼ିବ, ତାହା ହେଲେ କ’ଣ ଫାଶି ବନ୍ଦ ହୋଇଯିବ ନା’ ଆଉ କଣ କରିବେ ଜେଲ୍‌ କର୍ତ୍ତୃପକ୍ଷ।

ପୂର୍ବରୁ ମଧ୍ୟ ଏଭଳି ଘଟଣା ଘଟିଛି। ସଂସଦ ଆକ୍ରମଣ ଘଟଣାରେ ଦୋଷୀ ସାବ୍ୟସ୍ତ ଆତଙ୍କବାଦୀ ଅଫଜଲକୁ ଫାଶି ଦେବା ବେଳେ ଏଭଳି ସମସ୍ୟା ଦେଖାଦେଇଥିଲା ବୋଲି କୁହାଯାଉଛି। ଫାଶି ଖୁଣ୍ଟରେ ଟାଙ୍ଗିବା ପୂର୍ବରୁ ଜଲ୍ଲାଦ ଅଚେତ ହୋଇଯାଇଥିଲା। ସେହି ସମୟରେ ଅନ୍ୟ ଜଲ୍ଲାଦକୁ ଡାକିବା ପରିବର୍ତ୍ତେ ଜେଲ କର୍ତ୍ତୃପକ୍ଷ ଫାଶି ଦେଇଥିଲେ ବୋଲି କୁହାଯାଉଛି। ସେ ସମୟରେ ଜେଲ୍‌ କର୍ତ୍ତୃପକ୍ଷ ଏହି ସବୁ ପଦକ୍ଷେପ ନେବାକୁ ବାଧ୍ୟ ହୋଇଥାନ୍ତି।

ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀଙ୍କୁ ଫାଶି ଦେବାରେ ମୁଖ୍ୟ ଭୂମିକା ତୁଲାଇବ ପବନ। ପୂର୍ବରୁ ଦାଦା ଓ ବାପାଙ୍କ ସହ ଆସି ପବନ କରୁଥିଲା ଏହି କାମ। ସେତେବେଳେ ଦାଦା ଓ ବାପା ମୁଖ୍ୟ ମୁଖ୍ୟ ଭୂମିକା ତୁଲାଉଥିବା ବେଳେ ପବନ କେବଳ ତାଙ୍କୁ ସହାୟତା କରୁଥିଲା। ଏବେ କିନ୍ତୁ, ସେ ନିଜେ ଦୋଷୀମାନଙ୍କୁ ଫାଶୀ ଦେବ। ଏଭଳି କ୍ଷେତ୍ରରେ ୪ ଜଣଙ୍କୁ ଫାଶି ଦେବା ସମୟରେ ସେ ଅଚେତ ହୋଇଯିବାର ଏକ ଆଶଙ୍କା ସୃଷ୍ଟି ହୋଇଛି।

ନିର୍ଭୟା ମାମଲାର ଦୋଷୀମାନଙ୍କୁ ଫାଶି ଦେବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି।ଏତିକି ବେଳେ ଜଲ୍ଲାଦ ପବନର ମନୋବଳ ବଢ଼ାଇବା ପାଇଁ ବିଭିନ୍ନ ପଦକ୍ଷେପ ଆପଣାଇଛନ୍ତି ତିହାର ଜେଲ କର୍ତ୍ତୃପକ୍ଷ। ଏହା ସହ ସବୁ ପ୍ରକାର ଅସୁବିଧାକୁ ଏଡ଼ାଇବା ପାଇଁ ଜଲ୍ଲାଦମାନଙ୍କୁ ନେଇ ବାରମ୍ବାର ଟ୍ରାଏଲ କରାଯାଉଛି।

 

You might also like