କୋଳରେ ପିଲା ହାତରେ ପେନ୍‌, ମା’ ହେବାର ୧୪ ଦିନ ପରେ କାର୍ଯ୍ୟରେ ଯୋଗଦେଲେ IAS

ନୂଆଦିଲ୍ଲୀ: ଅନନ୍ୟ କର୍ତ୍ତବ୍ୟନିଷ୍ଠାର ନିଆରା ଉଦାହରଣ। ମା ହେବାର ମାତ୍ର ୧୪ ଦିନ ପରେ କାର୍ଯ୍ୟରେ ଯୋଗଦେଲେ ଆଇଏଏସ୍ ଅଫିସର। ଅଫିସକୁ ନିଜ ନବଜାତ ଶିଶୁକୁ ଧରି କାର୍ଯ୍ୟରେ ଯୋଗଦେଇଥିବା ଏହି ଆଇଏଏସ୍ ଅଫିସର ଜଣଙ୍କ ହେଉଛନ୍ତି ସୌମ୍ୟା ପାଣ୍ଡେ। ତାଙ୍କୁ ଏବେ ଗାଜିଆବାଦର କୋଭିଡ୍ ପରିଚାଳନା ଦାୟିତ୍ୱ ଦିଆଯାଇଛି।

ସୌମ୍ୟା କରୋନା ସଂକ୍ରମଣ ଭଳି କଠିନ ପରିସ୍ଥିତି ସତ୍ତ୍ୱେ ମୋଦିନଗର ସବ ଡିଭିଜନାଲ ମାଜିଷ୍ଟ୍ରେଟ୍ ଭାବେ ଯୋଗ ଦେଇଛନ୍ତି। ମାତ୍ର ୧୪ ଦିନର ଶିଶୁକୁ ଧରି ବିଭିନ୍ନ ଫାଇଲ ଦେଖିବାର ଦୃଶ୍ୟ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସୂଚନା ଅନୁଯାୟୀ, ସୌମ୍ୟା ଗର୍ଭବତୀ ହୋଇଥିଲେ ହେଁ ନିୟମ ଅନୁଯାୟୀ ୬ ମାସର ପ୍ରସବକାଳୀନ ଛୁଟି ନେଇ ନଥିଲେ। ଏପରି କି ମା ହେବା ପରେ ବି ସେ ଅଧିକ ଦିନ ଛୁଟିରେ ନ ରହି ଅଫିସ କାମକୁ ଫେରିଛନ୍ତି। ଜୁଲାଇରୁ ଅଗଷ୍ଟ ଶେଷ ପର୍ଯ୍ୟନ୍ତ ସେ ଗାଜିଆବାଦ କୋଭିଡ୍ ନୋଡାଲ ଅଫିସର ଭାବେ ଦାୟିତ୍ୱ ନେଇଥିଲେ। ଏହାପରେ ସେପ୍ଟେମ୍ବର ପହିଲାରୁ ପ୍ରସବ ପାଇଁ ସେ ଛୁଟି ନେଇଥିଲେ କିନ୍ତୁ ପ୍ରସବର ୧୪ ଦିନ ପରେ ଛୁଆକୁ ଧରି ସେ ଅଫିସ କାମ କରି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।

ସୌମ୍ୟାଙ୍କ କହିବା ଅନୁଯାୟୀ, ବର୍ତ୍ତମାନ କରୋନା ସମୟରେ କାମ ପ୍ରତି ସତର୍କ ରହିବା ଓ ଦାୟିତ୍ୱ ନିର୍ବାହ କରିବା ସମସ୍ତଙ୍କର କର୍ତ୍ତବ୍ୟ। ଭଗବାନ ମହିଳାଙ୍କୁ ପ୍ରସବ କରିବାର କ୍ଷମତା ଦେବା ସହ ପିଲାର ଯତ୍ନ ନେବାର ଅଧିକାର ପ୍ରଦାନ କରିଛନ୍ତି।

 

ଆହୁରି ପଢ଼ନ୍ତୁ

You might also like