ପାକ୍ ସେନାକୁ ଚକମା ଦେଇ ପରାକ୍ରମ ଦେଖାଇଲା ଫାଇଟର

ନୂଆଦିଲ୍ଲୀ :  କାର୍ଗିଲ ଯୁଦ୍ଧ ପରେ ପୁଣି ଥରେ ଭାରତୀୟ ବାୟୁସେନାର ବିଶ୍ୱାସ ଜିତିଛି ମିରାଜ୍-୨୦୦୦। ପାକିସ୍ତାନ ସେନାକୁ ଚକ୍‌ମା ଦେଇ ଏହି ଫାଇଟର ଜେଟ୍ ଯେଭଳି ପରାକ୍ରମ ଦେଖାଇଲା ପ୍ରତିରକ୍ଷା ବିଶେଷଜ୍ଞଙ୍କଠୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରଶଂସାରେ ଶତମୁଖ।

ଅଶୀଦଶକରେ ଆମେରିକା ଠାରୁ ପାକିସ୍ତାନ ହାସଲ କରିଥିବା ଏଫ୍-୧୬ ଫାଇଟର ଜେଟ୍‌କୁ ଚ୍ୟାଲେଞ୍ଜ ଦେବା ଲାଗି ଫରାସୀ କଂପାନି ଦାସଲଟ୍ ଏଭିସନ ନିର୍ମିତ ମିରାଜ୍‌କୁ ଆପଣେଇ ଥିଲା ଭାରତ। ୧୯୮୫ ମସିହାରେ ଭାରତୀୟ ବାୟୁସେନାରେ ସାମିଲ ହଇଥିଲା ମିରାଜ୍-୨୦୦୦।

୧୯୯୯ ମସିହା କାର୍ଗିଲ ଯୁଦ୍ଧ ସମୟରେ ମିରାଜ୍ ଜେଟ୍ ପ୍ରଥମେ ଏହାର କାର୍ଯ୍ୟଦକ୍ଷତା ପ୍ରମାଣିତ କରିଥିଲା। ଆଉ ଏହା ପରେ ୨୦୦୪ ମସିହାରେ ଭାରତ ଆଉ କିଛି ମିରାଜ୍ ଫାଇଟରକୁ ବାୟୁସେନାରେ ସାମିଲ କରିଥିଲା।

ଆଜିର କାର୍ଯ୍ୟାନୁଷ୍ଠାନରେ ବ୍ୟବହୃତ ମିରାଜ୍-୨୦୦୦ ପୁରୁଣା ଜେଟ୍ ଠାରୁ କେଇଗୁଣା ଅଧିକ ଶକ୍ତିଶାଳୀ। କାରଣ ଦାସଲଟ୍‌ ଏଭିଏସନ୍ ଓ ହାଲ୍ ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାୟୀ ୨୦୧୫ମସିହାରେ ମିରାଜ୍‌ର ଉନ୍ନତିକରଣ କରାଯାଇଛି। ଲେଜର ମ୍ୟାପିଂ ଟେକ୍ନୋଲୋଜି ବ୍ୟବହାର କରି ଜେଟ୍‌ର ସଂପୂର୍ଣ୍ଣ ନବୀକରଣ କରାଯାଇଛି।

ଏହା ପରେ ଏହି ମିରାଜ୍‌ର ଆକ୍ରମଣ କ୍ଷମତା ଅନେକ ଗୁଣା ବୃଦ୍ଧି ପାଇଛି। ଖାସ୍ କରି ଟାର୍ଗେଟକୁ ଚିହ୍ନଟ କରି ତାକୁ ଧ୍ୱଂସ କରିବାରେ ଜେଟ୍‌ର ଦକ୍ଷତା ବୃଦ୍ଧି ଘଟିଛି। ନୂଆ ମିରାଜ୍ ୨୦୦୦ ନିଜେ, ଟାର୍ଗେଟକୁ  ଟ୍ରାକ୍ କରିବା ସହ ବହୁ ଦୂରରୁ ତାଙ୍କୁ ଅତି ନିଖୁଣ ଭାବେ ଲକ୍ଷ୍ୟ ଭେଦ କରିପାରେ। ଯାହା ଆଜିର ଏୟାର ଷ୍ଟ୍ରାଇକ୍‌ରେ ପ୍ରମାଣିତ ହୋଇଛି। ସେହିପରି ଚଳନ୍ତା ଟାର୍ଗେଟ୍‌କୁ ମଧ୍ୟ ଏହା ଧ୍ୱଂସ କରିବାରେ ସଫଳ।

ନୂଆ ଜେଟ୍‌ର ପାଇଲଟ ପିନ୍ଧୁଥିବା ହେଲମେଟ୍‌ରେ ଟାର୍ଗେଟର ଛବି ଆପେ ଆପେ ପ୍ରଦର୍ଶିତ ହୋଇଥାଏ। ଫଳରେ ପାଇଲଟ୍ ଜେଟ୍‌ରେ ଖଞ୍ଜା ଯାଇଥିବା ଲେଜର ବୋମାକୁ ଟାର୍ଗେଟର ଦିଗ ଅନୁସାରେ ବୁଲାଇବା ସହ ଫାୟାରି କରିଥାଆନ୍ତି।

ମିରାଜ୍‌ର ଅତ୍ୟାଧୁନିକ ନାଭିଗେସନ ବ୍ୟବସ୍ଥା ଏହାକୁ ରାଡାର ନଜରରୁ ବଞ୍ଚାଇ ଥାଏ। ଏହା ଅତି କମ୍ ଉଚ୍ଚତାରେ ଉଡ଼ିବା ସହ ଶତ୍ରୁପକ୍ଷର ରାଡାକୁ ଚକ୍‌ମା ଦେବାରେ ବେଶ୍‌ ସମର୍ଥ ଲେଜର ବୋମା ସହ ଏହା ଏୟାର ଟୁ ଏୟାର ଓ ଏୟାର ଟୁ ସରଫେସ୍ କ୍ଷେପଣାସ୍ତ୍ର ମାଡ଼ କରିବାରେ ବି ସଫଳ।

ତାସହିତ ଏଥିରେ ଖଞ୍ଜାଯାଇଥିବା ଡପଲର ରାଡାର ଏକାସାଙ୍ଗରେ ଅନେକଗୁଡିକ ଟାର୍ଗେଟକୁ ଚିହ୍ନଟ କରିବା ଲାଗି କ୍ଷମତା ରଖୁଥିବାରୁ ବାୟୁସେନା ପାଇଁ ମିରାଜ୍ ୨୦୦୦ ଅତ୍ୟନ୍ତ ଉପଯୋଗୀ।

ଆହୁରି ପଢ଼ନ୍ତୁ

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

You might also like