୩ ବର୍ଷୀୟ ଶିଶୁର ସେଇ ଶେଷ କଥା; ଥରାଇଦେଇଥିଲା ସାରା ବିଶ୍ୱର ହୃଦୟ

ସବୁଦିନର ଏଇ ରକ୍ତପାତ ଓ ହିଂସାରେ ଥକିପଡ଼ିଥିବା କଅଁଳ ପିଲାଟି ଜୀବନଠାରୁ ମୁହଁ ମୋଡ଼ିନେଇ ସବୁଦିନ ପାଇଁ ଆରପାରିକୁ ଚାଲିଯାଇଥିଲା। ସତେ ଯେମିତି ସେ ଅଭିଯୋଗ କରିବା ପାଇଁ ସତ ସତିକା ଭଗବାନଙ୍କ ପାଖକୁ ଚାଲିଯାଇଛି।

ଏଥର ଫଟୋ ପଛର କାହାଣୀ-
‘ମୁଁ ଯାଉଛି, ଠାକୁରଙ୍କ ପାଖରେ ସବୁ କହିଦେବି।’ ଲେଖାଟି ପଢ଼ିଲା ମାତ୍ରେ ଆପଣଙ୍କ ଲୋମମୂଳ ଟାଙ୍କୁରି ଉଠୁଥିବ ନିଶ୍ଚୟ। ତେବେ ଏହି କଥା ଆମେ କହୁନୁ, ଆପଣ ଦେଖୁଥିବା ସିରିଆର ଗୃହଯୁଦ୍ଧରେ ଯନ୍ତ୍ରଣାରେ ଛଟ୍‌ପଟ୍ ହୋଇ କାନ୍ଧୁଥିବା ଏକ ନିଷ୍ପାପ ଶିଶୁର ଏ ହେଉଛି ଶେଷ କଥା।

ମରିବା ପୂର୍ବରୁ ୩ ବର୍ଷ କୋମଳମତି ଶିଶୁର ଏଇ କେଇପଦ କଥା ସେତେବେଳେ ସାରା ବିଶ୍ୱବାସୀଙ୍କୁ ମର୍ମାହତ କରିଥିଲା। ଶେଷ ସମୟରେ ତା’ ଦେହର କ୍ଷତବିକ୍ଷତ ଚିହ୍ନ, ରକ୍ତର ଛିଟା ଦର୍ଶାଉଥିଲା ତା’ ଉପରେ ହୋଇଛି କେତେ ଯେ କ୍ରୁର ଆକ୍ରମଣ। 

ଏକଥା ମାତ୍ର ବର୍ଷେ ତଳର। ସିରିଆର ବସର-ଅଲ ଅସଦ୍ ସରକାର ଓ ବିଦ୍ରୋହୀଙ୍କ ମଧ୍ୟରେ ଲାଗିଥିଲା ଗୃହଯୁଦ୍ଧ। ପ୍ରତିଦିନ ବୋମା ଓ ବନ୍ଧୁକ ମାଡ଼ରେ ବଳି ପଡ଼ୁଥିଲେ ଶହ ଶହ ନିରୀହ ଲୋକ। ଧର୍ମ, ଅଧର୍ମ, ପାପ, ପୁଣ୍ୟ କ’ଣ ଜାଣି ନ ଥିବା କୋମଳମତି ଶିଶୁଙ୍କୁ ମଧ୍ୟ ଖଣ୍ଡବିଖଣ୍ଡିତ କରୁଥିଲା ବୋମାର ବାରୁଦ।

ସିରିଆରରେ ହେଉଥିବା ବୋମା ବିସ୍ଫୋରଣରେ ଗୁରତର ଆହତ ହୋଇଥିଲା ଏହି ୩ ବର୍ଷର ଶିଶୁଟି। ଏହାପରେ ପିଲାଟିକୁ ଡାକ୍ତରଖାନା ଆଣାଯାଇଥିଲା। ପ୍ରତିଦିନ ହେଉଥିବା ବୋମା ବିସ୍ଫୋରଣରେ ଅତିଷ୍ଟ ହୋଇପଡ଼ିଥିଲା କଅଁଳ ଶିଶୁଟି। ରକ୍ତପାତରେ ଡରିଯାଇ ବିଳାପ କରୁଥିଲା।

ଆଉ ଡାକ୍ତର ଚିକିତ୍ସା କରୁଥିବା ସମୟରେ ପିଲାଟି କାନ୍ଦି କାନ୍ଦି କହିଥିଲା ମୁଁ ଯାଉଛି, ଭଗବାନଙ୍କ ପାଖରେ ସବୁ କହିଦେବି।’ ଡାକ୍ତର ପିଲାଟିକୁ ବଞ୍ଚାଇବାକୁ ଶତ ଚେଷ୍ଟା କରିଥିଲେ, କିନ୍ତୁ ପିଲାଟି ବଞ୍ଚି ନଥିଲା। ସବୁଦିନର ଏଇ ରକ୍ତପାତ ଓ ହିଂସାରେ ଥକିପଡ଼ିଥିବା କଅଁଳ ପିଲାଟି ଜୀବନଠାରୁ ମୁହଁ ମୋଡ଼ିନେଇଥିଲା। ସତେ ଯେମିତି ସେ ଅଭିଯୋଗ କରିବା ପାଇଁ ସତ ସତିକା ଭଗବାନଙ୍କ ପାଖକୁ ଚାଲିଯାଇଛି।

ଡାକ୍ତରଙ୍କ କହିବା ଆନୁଯାୟୀ ପିଲାଟି କାନ୍ଦି କାନ୍ଦି କହୁଥିବା ସମୟରେ ହଠାତ୍‌ ହାର୍ଟ ବିଟ୍‌ ଅଟକି ଯାଇଥିଲା। ମୃତ୍ୟୁ ଆସିବା ପୂର୍ବରୁ ପିଲାଟି କିନ୍ତୁ କହିଯାଇଥିଲା ତା’ ମନରେ ଥିବା ସୁବଯାକ ବିଦ୍ରୋହର କଥା। ପିଲାଟିକୁ ଡାକ୍ତରଖାନା ଆଣାଗଲା ବେଳେ ରକ୍ତରେ ଜୁଡ଼ୁବୁଡ଼ୁ ହୋଇଥିଲା ପୂରା ଶରୀର। ଶରୀର ଅଧିକାଂସ ସ୍ଥାନରେ ଗଭୀର କ୍ଷତକୁ ପିଲାଟି ସହି ପାରୁ ନ ଥିଲା। ଶେଷରେ ହିଂସ୍ର ଦୁନିଆକୁ ସବୁଦିନ ପାଇଁ ଛାଡ଼ି ଚାଲିଯାଇଥିଲା।

ଗତ ସପ୍ତାହରେ ଫଟୋ ପଛର କାହାଣୀରେ ପଢ଼ନ୍ତୁ- କାହିଁକି ‘ମୋନାଲିସା’ ଏକ ରହସ୍ୟମୟ ଫଟୋ: ଯାହାକୁ ମିଳିଛି ଭିଆଇପି ଭଳି ସୁରକ୍ଷା

 

You might also like