ଥାନା ବୁଲିଲେ ଭାଲୁ !
ପୋଲିସ ଷ୍ଟେସନ ପରିସରରେ ଭାଲୁ ! ଥାନା ପରିଭ୍ରମଣରେ ଆସିଲେ ତିନି ଟିକିଆ ଭାଲୁ ଦଳ, ମଜାଦାର କ୍ୟାପ୍ସନ ଦେଇ ଭିଡ଼ିଓ ସେୟାର କଲେ ଆଇପିଏସ୍ ଅଧିକାରୀ
ଛତିଶଗଡ : ଥାନା ପରିଭ୍ରମଣରେ ତିନି ଟିକିଆ ଭାଲୁ ଦଳ । ବିଳମ୍ବିତ ରାତ୍ରୀରେ ଛତିଶଗଡର କାଙ୍କେର ସହରର ଏକ ପୋଲିସ ଷ୍ଟେସନ ପରିସରରେ ତିନିଟି ଭାଲୁ ବୁଲୁଥିବାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି, ଯାହା ଚର୍ଚ୍ଚର କେନ୍ଦ୍ରବିନ୍ଦୁ ପାଲଟିଛି । ଭିଡ଼ିଓଟିକୁ ଯିଏ ଦେଖୁଛି ଆଶ୍ଚର୍ଯ୍ୟ ହେଉଛି ଏବଂ ସେୟାର ମଧ୍ୟ କରୁଛି । ଭିଡ଼ିଓରେ ସ୍ପଷ୍ଟ ଦେଖାଯାଉଛି ଗୋଟିଏ ଭାଲୁକୁ ଅନୁସରଣ କରି ପଛରେ ଆଉ ୨ଟି ଭାଲୁ ଥାନା ଭିତରକୁ ପ୍ରବେଶ କରୁଛନ୍ତି । ତେବେ ଅଚାନକ ଭାଲୁ ଗୁଡ଼ିକୁ ଥାନାରେ ଦେଖି ଉପସ୍ଥିତ ଥିବା ଅଧିକାରୀ ମାନେ ଡରିଯାଇଥିଲେ । ତଥାପି ଧୈର୍ଯ୍ୟର ସହ ଭାଲୁ ଗୁଡ଼ିକ ସହ ମୁକାବିଲା କରି ବାହାର କରିବାରେ ସଫଳ ହୋଇଥିଲେ ।
ସବୁଠାରୁ ମଜାକଥା ହେଲା ଭିଡିଓଟିକୁ ଏକ ମଜାଦାର କ୍ୟାପ୍ସନ ଦେଇ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି ଆଇପିଏସ୍ ଅଧିକାରୀ ଦୀପାନ୍ସୁ କାବ୍ରା । ରାତି ଅଧରେ ଆଶ୍ଚର୍ଯ୍ୟଜନକ ଭାବେ ହଠାତ ଥାନାରେ ଠିକରେ କାମ ଚାଲିଛି କି ନାହିଁ, ତଦାରଖ କରିବା ପାଇଁ ପୋଲିସ ଷ୍ଟେସନକୁ ଆସିଥିଲେ ବୋଲି ମଜାଳିଆ ଢଙ୍ଗରେ ଦୀପାନ୍ସୁ କାବ୍ରା ଲେଖିଛନ୍ତି । ଅନ୍ୟପଟେ ଥାନା ପରିସରରେ ରାତିରେ କାର୍ଯ୍ୟରତ ପୋଲିସ ଅଫିସରମାନେ ସାହସ ଏବଂ ଧୈର୍ଯ୍ୟର ସହ ପରିସ୍ଥିତିର ମୁକାବିଲା କରିଥିବାରୁ ତାଙ୍କର ସାହସିକତାକୁ ଭୁରି ଭୁରି ପ୍ରଶଂସା କରିଛନ୍ତି । ନିଜ ଜୀବନ କଥା ଚିନ୍ତା ନକରି ଲୋକମାନଙ୍କର ଯେପରି କୌଣସି ଅସୁବିଧା ନହୁଏ, ସେଥିପ୍ରତି ଧ୍ୟାନ ଦେଇଥିଲେ । ଏବଂ କାର୍ଯ୍ୟରତ ପୋଲିସମାନେ ଖୁବ ସତର୍କତାର ସହ ଏପରି ଅଯାଚିତ ସମସ୍ୟାକୁ ଟାଳିବାରେ ସକ୍ଷମ ହୋଇଥିବାରୁ ସାଧୁବାଦ ଜଣାଇଛନ୍ତି ।
ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଲୋକମାନେ ଭିଡ଼ିଓ ଦେଖିବା ପରେ ବିଭିନ୍ନ କମେଣ୍ଟ କରୁଛନ୍ତି । କିଏ ମଜାଳିଆ ମନ୍ତବ୍ୟ ଦେଉଛି ତ ଆଉ କିଏ ଚିନ୍ତାପ୍ରକଟ କରୁଛି । ହିଂସ୍ର ବନ୍ୟ ପ୍ରାଣୀମାନେ ଜଙ୍ଗଲ ଛାଡି ଜନବସତି ମୁହାଁ ହେଉଥିବାରୁ ସେମାନଙ୍କ ସୁରକ୍ଷା ପାଇଁ ଜଙ୍ଗଲ ବିଭାଗ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯିବା ଉଚିତ ବୋଲି ଜଣେ ଜଣେ ଟ୍ୱିଟର ୟୁଜର ଦାବି କରିଛନ୍ତି । କେବଳ ଏତିକି ନୁହେଁ ଆଉ ଜଣେ ଟ୍ୱିଟର ୟୁଜର କହିଛନ୍ତି, କାଙ୍କେର ସହରରେ ଏପରି ଘଟଣା ନୂଆ ନୁହେଁ । ପୂର୍ବରୁ ମଧ୍ୟ ଏପରି ଘଟଣା ବାରମ୍ବାର ଘଟୁଛି । ଆଉ ସେ ତାଙ୍କ କ୍ୟାମେରାରେ ସହି ସମୟର ଭିଡ଼ିଓ ମଧ୍ୟ ଉତ୍ତୋଳନ କରିଛନ୍ତି ।
ସେପଟେ କାଙ୍କେର ସହରରେ ଏବେ ବଢ଼ୁଥିବା ଭାଲୁ ସଂଖ୍ୟା ପାଇଁ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି । ରାତିରେ ଏକୁଟିଆ ଘରୁ ବାହାରିବା କଷ୍ଟକର ହୋଇପଡ଼ିଛି । ସହରର ଭିନ୍ନ ଭିନ୍ନ ସ୍ଥାନରେ ଭାଲୁମାନେ ନିର୍ଭୟରେ ବିଚରଣ କରୁଛନ୍ତି । ଭାଲୁ ଆତଙ୍କ ଦିନକୁ ଦିନ ବଢ଼ିଚାଲିଥିବା ବେଳେ ଆଗାମୀ ସମୟରେ ଲୋକଙ୍କ ପାଇଁ ବିପଦପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ ବୋଲି ଲୋକେ କହୁଛନ୍ତି ।
#Kanker में देर रात थाना परिसर में औचक निरीक्षण. 😅😅
थाना परिसर में घुस आये 3 भालू. ड्यूटी पर तैनात जवानों की बहादुरी व धैर्य को सलाम जो इन परिस्थितियों का सामना करते हुए भी, स्वयं से पहले जनसेवा में तैनात हैं.
सावधानी भी बरतें, सुरक्षा उपायों का पूरा ध्यान रखें.@KankerPolice pic.twitter.com/QFGhLqQBFE— Dipanshu Kabra (@ipskabra) December 28, 2020
#Kanker में देर रात थाना परिसर में औचक निरीक्षण. 😅😅
थाना परिसर में घुस आये 3 भालू. ड्यूटी पर तैनात जवानों की बहादुरी व धैर्य को सलाम जो इन परिस्थितियों का सामना करते हुए भी, स्वयं से पहले जनसेवा में तैनात हैं.
सावधानी भी बरतें, सुरक्षा उपायों का पूरा ध्यान रखें.@KankerPolice pic.twitter.com/QFGhLqQBFE— Dipanshu Kabra (@ipskabra) December 28, 2020