WhatsAppର ଏହି ସେଟିଂରେ ପରିବର୍ତ୍ତନ ଆଣନ୍ତୁ, କମ ସରିବ ଡାଟା

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶକୁ ୨୧ ଦିନ ପାଇଁ ଲକ୍‌ଡାଉନ୍ କରାଯାଇଛି। ଅତି ଜରୁରୀ କାମ ନ ଥିଲେ ଲୋକଙ୍କୁ ଘର ବାହାରକୁ ବାହାରିବା ପାଇଁ ବାରଣ କରାଯାଇଛି। ଏହି ସମୟରେ ଲୋକମାନେ ଘରେ ରହୁଥିବାରୁ ଇଣ୍ଟରନେଟର ଅଧିକ ବ୍ୟବହାର କରୁଛନ୍ତି। ସୋସିଆଲ ମିଡିଆ ହେଉ ନ ହେଲେ ଭିଡ଼ିଓ ଷ୍ଟ୍ରିମିଙ୍ଗ ପ୍ଲାଟଫର୍ମର ଅଧିକ ବ୍ୟବହାର କରୁଛନ୍ତି। ଫଳରେ ମୋବାଇଲ ଡାଟା ଅଧିକ ସରିଥାଏ।

ଏଠାରେ ଆମେ ଆପଣଙ୍କୁ କହି ରଖୁଛି ଯେ, ହ୍ଵାଟ୍ସଆପ(WhatsApp) କଲ, ଫଟୋ ଓ ଭିଡ଼ିଓ ମାଧ୍ୟମରେ ଡାଟା ଅଧିକ ସରିଥାଏ। ହେଲେ ଏହାର ସେଟିଂରେ ପରିବର୍ତ୍ତନ ଆଣି ଆପଣ ହ୍ଵାଟ୍ସଆପରେ ବ୍ୟବହାର ହେଉଥିବା ଅଧିକ ଡାଟାକୁ କମ କରିପାରିବେ।

ତା’ହେଲେ ଆସନ୍ତୁ ଜାଣିବା କ’ଣ ସେଇ ସେଟିଙ୍ଗ ଓ ଏହାକୁ କେମିତି ବ୍ୟବହାର କରାଯାଇ ଡାଟା ଖର୍ଚ୍ଚକୁ କମ କରାଯାଇପାରିବ….

ଯଦି ଆପଣଙ୍କ ଇଣ୍ଟରନେଟ ଅନ ଥାଏ ଓ ସେହିପରି ସମୟରେ କେହି WhatsApp ରେ ଫଟୋ ପଠାଇଥାନ୍ତି ଏହା ସଙ୍ଗେସଙ୍ଗେ ଡାଉନଲୋଡ ହୋଇଯାଇଥାଏ ।

  • ସର୍ବ ପ୍ରଥମ ଆପଣ WhatsAppର settingକୁ ଯାଆନ୍ତୁ। ଏହାପରେ Data and Storage usage ଉପରେ କ୍ଲିକ କରନ୍ତୁ । ଏହାପରେ Media auto download ଅପସନ ଆସିବ। ଯେଉଁଠି ଦୁଇଟି ଅପସନ ରହିଛି। ଗୋଟିଏ ହେଲା When using Mobile data, ଅନ୍ୟଟି ହେଲା When using Wifi data।
  • ମୋବାଇଲ ଡାଟା ବ୍ୟବହାର କରିବା ସମୟରେ ଆପଣ କେବଳ ଫଟୋ ଡାଉନଲୋଡ କରିବା ପାଇଁ ଅନ ରଖନ୍ତୁ। ସେହିପରି Wifi ସହ All media କୁ ଚୟନ କରନ୍ତୁ। ରୋମିଙ୍ଗ ପାଇଁ No media ଚୟନ କରନ୍ତୁ। ଏହାଦ୍ୱାରା ଆପଣଙ୍କ ମୋବାଇଲ ଡାଟା କମ ସରିବ।
  • ଏସବୁ ବ୍ୟତୀତ Low Data usage ଅପ୍‌ସନକୁ ଚେକ କରି କଲ ସମୟରେ ବ୍ୟବହାର ହେଉଥିବା ଡାଟାକୁ କମ କରିପାରିବେ।
You might also like