କରୋନାର ଲକ୍ଷଣ ଏମିତି: ସଚେତନ ହେଲେ ପାଖ ମାଡ଼ିବନି ଭାଇରସ୍

ନୂଆଦିଲ୍ଲୀ: କରୋନା ଭାଇରସ୍‌ ସାରା ବିଶ୍ୱକୁ ଚିନ୍ତାରେ ପକାଇଛି। ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ତେବେ ସଚେତନତାର ଅଭାବ ଯୋଗୁ ଲୋକେ ଅଯଥା ଚିନ୍ତିତ ହେଉଛନ୍ତି। ଯଦି ସଜାଗ ରହିବା ଓ କରୋନା ସଂକ୍ରମଣକୁ ରୋକିବା ଦିଗରେ ପ୍ରସ୍ତୁତି ଚଳାଇବା ତେବେ ଏହି ରୋଗ ନିଶ୍ଚିତ ଭାବେ ପରାଜିତ ହେବ।

କରୋନା ପାଇଁ ସ୍ଥିତି ଏମିତି ହୋଇଛି ଯେ ଯଦି କେହି ସର୍ବସାଧାରଣ ସ୍ଥାନରେ ଛିଙ୍କୁଛନ୍ତି କିମ୍ବା କାଶୁଛନ୍ତି, ଲୋକେ ତାଙ୍କୁ ଅପରାଧୀ ଭଳି ଘୂରି ଘୂରି ଅନାଉଛନ୍ତି। ଏମିତିକି ସରକାର ବାରମ୍ବାର ସଚେତନ କଲା ପରେ ବି ବିନା କାରଣରେ ଲୋକେ ମାସ୍କ ଲଗାଇ ବୁଲୁଛନ୍ତି। ଏଥିପାଇଁ ମାସ୍କ କଳାବଜାରୀ ବଢ଼ୁଛି।

ତେବେ ସବୁ କାଶ ଓ ଛିଙ୍କ କରୋନା ଭାଇରସ୍‌ର ଲକ୍ଷଣ ନୁହେଁ। ବିଦେଶୀ ଖବର ସରବରାହ ସଂସ୍ଥା ବିବିଶିର ଏକ ରିପୋର୍ଟ ଅନୁସାରେ କିଛି ଖାସ୍ ଲକ୍ଷଣ ଥିବା ଲୋକଙ୍କୁ ସେଲ୍‌ଫ ଆଇସୋଲେସନ୍‌ରେ ରଖାଯାଉଛି। ଏବଂ ତାଙ୍କ ସଂସ୍ପର୍ଶରେ ଆସୁଥିବା ଲୋକଙ୍କୁ ୧୪ ଦିନ ସଂଗରୋଧ ହୋଇ ରହିବାକୁ କୁହାଯାଉଛି। ସେମାନଙ୍କୁ ଖାଇବା ପିଇବା ସହିତ ଔଷଧ ମଧ୍ୟ ଘରେ ନେଇ ପହଞ୍ଚାଯିବା ଦରକାର।

ବିବିସି ରିପୋର୍ଟ ଅନୁସାରେ କରୋନା ଭାଇରସ୍‌ର ଦୁଇ ପ୍ରମୁଖ ଲକ୍ଷଣ ହେଉଛି, ଶୁଖିଲା କାଶ ହେବା ଓ ଜ୍ୱର ହେବା।  ଯଦି ଆପଣଙ୍କୁ ସୁଖିଲା କାଶ ହେଉଛି କମ୍ବା କାଶିଲା ବେଳେ ଟିସୁ କମ୍ବା ରୁମାଲ୍‌ରେ କଫ କିମ୍ବା ଅଠାଳିଆ ପଦର୍ଥ ପଡ଼ୁ ନାହିଁ ତେବେ ଏହା ଚିନ୍ତାର ବିଷୟ। ସେହିଭଳି ଅଧିକ ଜ୍ୱର ହେବା ସହିତ ଯଦି ଶୀରର ବଥା ଲାଗେ ଓ ମାଂଶପେଷୀରେ ଯନ୍ତ୍ରଣା ହୁଏ ତେବେ କରୋନା ଲକ୍ଷଣ ହୋଇପାରେ। ଏଥିସହିତ ଯଦି ନିସ୍ୱାସ ପ୍ରସ୍ୱାଶରେ ସମସ୍ୟା ହୋଇଥାଏ। ତେବେ ଏହା ମଧ୍ୟ କରୋନାର ଲକ୍ଷଣ।

ଯଦି ଆପଣଙ୍କ ସହିତ ଏପରି ଘଟୁଛି ତେବେ ହେଳା ନକରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତୁ। ଏକଥା ମନେ ରଖନ୍ତୁ ଯେ କରୋନୀ ପୀଡ଼ିତଙ୍କ ମଧ୍ୟରେ ଅଧିକ ଲୋକ ଭଲ ହୋଇ ଫେରୁଛନ୍ତି। ତେଣୁ ଏଥିରେ ଭୟଭୀତ ନହୋଇ ପ୍ରତିରୋଧକ ଆପଣାନ୍ତୁ।

କରୋନା ଭାଇରସ୍ ସତର୍କତା ଓ କଟକଣା

  • ମାସ୍କ ପିନ୍ଧିବା ସତର୍କତା- ସୁସ୍ଥ ଲୋକ ମାସ୍କ ନପିନ୍ଧିବାକୁ ସେ ଅନୁରୋଧ କରିଛନ୍ତି। କେବଳ ଅସୁସ୍ଥ ହେଲେ, ଡାକ୍ତର କହିଲେ ମାସ୍କ ପିନ୍ଧନ୍ତୁ।
  • ସାନିଟାଇଜର୍‌ ନମମିଳିଲେ- ଯଦି ସାନିଟାଇଜର ନମିଳୁଛି, ସାବୁନରେ ହାତ ଧୋଇପାରିବେ ବୋଲି କହି ସଚେତନ କରାଇଛନ୍ତି ବାଗଚୀ। କରୋନା ମୁକାବିଲା ପାଇଁ ଏକ ପ୍ରଭାବଶାଳୀ ପଦକ୍ଷେପ ହେଉଛି ହୋମ୍ କ୍ୱାରେଣ୍ଟାଇନ ରହିବା।
  • କଳକାରଖାନା କର୍ମଚାରୀଙ୍କକଳକାରଖାନା କର୍ମଚାରୀଙ୍କ ପାଇଁ ସବୁ କମ୍ପାନୀଙ୍କୁ ଆଡ୍‌ଭାଇଜରୀ ଜାରି ହୋଇଛି।  କର୍ମଚାରୀଙ୍କ ପାଇଁ ସାବୁନ ଓ ହ୍ୟାଣ୍ଡ ୱାସ୍ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅସୁସ୍ଥତା ଅନୁଭବ କଲେ ସଂଗରୋଧ ହୋଇ ରହିବା ୧୦୪କ  ଫୋନ୍ କରି ଜଣାଇବାକୁ କୁହାଯାଇଛି।
  • ଦର୍ଶନୀୟ ସ୍ଥାନ ପାଇଁ କଟକଣା: କାଲିଠାରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ବନ୍ଦ କରାଯାଇଛି, କାଲିଠାରୁ ରାଜ୍ୟର ସମସ୍ତ ଧର୍ମୀୟ ଅନୁଷ୍ଠାନରେ ଦର୍ଶନ ବନ୍ଦ; କୌଣସି ମନ୍ଦିର, ମସଜିଦ, ଗୀର୍ଜାକୁ ଯାଇ ପାରିବେନି ଦର୍ଶନାର୍ଥୀ; ତେବେ ଧର୍ମୀୟ ଅନୁଷ୍ଠାନର ସମସ୍ତ ନୀତିକାନ୍ତି ଚାଲୁ ରହିବ।
  • ସରକାରୀ କର୍ମଚାରୀ: ୨୦ରୁ ମାର୍ଚ୍ଚ ୩୧ ଯାଏ ଗ୍ରୁପ ସି ଓ ଡି କର୍ମଚାରୀ ଅଫିସ ଆସିବେନି; ଗ୍ରୁପ୍ ଏ ଓ ବି କର୍ମଚାରୀ ପୂର୍ବପରି ଅଫିସ ଆସିବେ, ଜିଲ୍ଲା ସ୍ତରରେ କେଉଁ କର୍ମଚାରୀ ଆସିବେ ଜିଲ୍ଲାପାଳ ନିଷ୍ପତ୍ତି କରିବେ।
  • ପୋଷା ଜନ୍ତୁଙ୍କ ପାଇଁ: ପୋଷା ଜନ୍ତୁଙ୍କୁ ଘରୁ ବାହାର କରନ୍ତୁନି। ପଶୁପକ୍ଷୀଙ୍କ ଦ୍ୱାରା କରୋନା ବ୍ୟାପେ ନାହିଁ। ସେମାନଙ୍କୁ ବିଦା କରନ୍ତୁନି। କୁକୁଡ଼ା ଓ ଅଣ୍ଡା ଖାଇବାରେ କିଛି ବାରଣ ନାହିଁ।

 

You might also like