ସରସ୍ୱତୀଙ୍କୁ କେମିତି ପୂଜା କଲେ ମିଳେ ଆଶୀର୍ବାଦ?

ମାଆ ସରସ୍ୱତୀଙ୍କ ପୂଜା। ବାଗଦେବୀଙ୍କୁ ଆମେ ସମସ୍ତେ ସମସ୍ତେ ପୂଜା କରନ୍ତି। କୁହାଯାଏ, ମା’ ବାଗ୍‌ଦେବୀଙ୍କୁ ପୂଜା କଲେ ବିଦ୍ୟା ଲାଭ ହୁଏ। ତେଣୁ ମାଘମାସ ଶୁକ୍ଳପକ୍ଷର ପଞ୍ଚମୀ ତିଥିରେ ବିଦ୍ୟା ଓ ବୁଦ୍ଧିର ଦେବୀ ମା’ସରସ୍ୱତୀଙ୍କ ଉପାସନା କରାଯାଏ। ଏହି ଉପାସନାର ପର୍ବକୁ ଅନେକ ସ୍ଥାନରେ ବସନ୍ତ ପଞ୍ଚମୀ ମଧ୍ୟ କୁହାଯାଏ। ଆଉ ଆଜିର ଦିନକୁ ଅତ୍ୟନ୍ତ ଶୁଭଦିନ ବୋଲି ଲୋକେ ବିଶ୍ୱାସ ମଧ୍ୟ କରନ୍ତି। ତେଣୁ ଏହି ଦିନ ବିବାହ, ଗୃହ ନିର୍ମାଣ ତଥା ଅନ୍ୟାନ୍ୟ ଶୁଭକାର୍ଯ୍ୟ କରାଯାଇଥାଏ।

ସରସ୍ୱତୀ ପୂଜାକୁ ଶ୍ରୀପଞ୍ଚମୀ ମଧ୍ୟ କୁହଯ।ଏ। ଶାସ୍ତ୍ରରେ ବର୍ଣ୍ଣିତ ଅଛି ଯେ, ଯେଉଁ ପୂଜା ଓ ପାର୍ବଣ ଦିନ ଶ୍ରୀ ଲାଗିଥାଏ ସେହି ଦିନ ଅତ୍ୟନ୍ତ ଶୁଭ ହୋଇଥାଏ। ଯେପରି ଶ୍ରୀଗୁଣ୍ଡିଚା….। ତେବେ ବିଦ୍ୟାଦାୟିନୀ ମା’ ସରସ୍ୱତୀ ଛାତ୍ରଛାତ୍ରୀ, ବିଦ୍ୟାର୍ଥୀଙ୍କୁ ଓ ସଙ୍ଗୀତ ସାଧକଙ୍କୁ ଅଶେଷ କୃପା ପ୍ରଦାନ କରିଥାଆନ୍ତି। ଯେଉଁ ମାନଙ୍କର ପାଠ ପଢିବାରେ ସମସ୍ୟା ରହିଥାଏ, ଏହି ଦିନ ବିଶେଷ ପୂଜାର୍ଚ୍ଚନା କରାଯାଇଥାଏ ବୋଲି ଜଣାଯାଏ।
କେମିତି କରିବେ ମାଆଙ୍କର ଆରଧାନା?

–ଏହି ଦିନରେ ହଳଦିଆ କିମ୍ବା ଧଳା ବସ୍ତ୍ର ଧାରଣ କରିବା ଭଲ । ଏହି ବସ୍ତ୍ର ପିନ୍ଧିଲେ କାର୍ଯ୍ୟ ସୁଫଳ ହୁଏ ବୋଲି ବିଶ୍ୱାସ ରହିଛି।
– ଉତ୍ତର ଦିଗକୁ ମୁଖ କରି ମା’ଙ୍କୁ ପୂଜା କରନ୍ତୁ।
– ମା’ଙ୍କୁ ଶ୍ୱେତ ଚନ୍ଦନ, ହଳଦିଆ ଓ ଧଳା ଫୁଲ ଅବଶ୍ୟ ଅର୍ପଣ କରନ୍ତୁ।
– ଭୋଗରେ ଦହି, ମିଶ୍ରି ଓ ଲବଙ୍ଗ ମା’ଙ୍କୁ ନିଶ୍ଚୟ ଅର୍ପଣ କରନ୍ତୁ।
– କେସର ମିଶ୍ରିତ ଖିରୀ ଅର୍ପଣ କରନ୍ତୁ।
– ମା’ଙ୍କ ମନ୍ତ୍ର ଜପ କରନ୍ତୁ।
– ମନ୍ତ୍ର ଜପ ପରେ ପ୍ରସାଦ ଗ୍ରହଣ କରନ୍ତୁ।
– ମା’ଙ୍କ ସମ୍ମୁଖରେ ନୀଳ ସରସ୍ୱତୀ ସ୍ତୋତ୍ର ପାଠ କରନ୍ତୁ। ଏପରି କରିବା ଦ୍ୱାରା ଜ୍ଞାନ ଓ ବୁଦ୍ଧି ପ୍ରାପ୍ତ ହୋଇଥାଏ।

କେବଳ ଏତିକି ନୁହେଁ ବରଂ ମାଆଙ୍କୁ ସର୍ବଦା ପୂଜା କରନ୍ତୁ। କୁହଯାଏ ମାଆ ସରସ୍ୱତୀ ଖୁସି ହେଲେ ବିଦ୍ୟା ଓ ସଙ୍ଗୀତରେ ସଫଳତା ମିଳିଥାଏ। ତେବେ ଯେଉଁମାନେ ପାଠ ପଢୁଛନ୍ତି ସେମାନେ ନିଜ ପଢିବା ସ୍ଥାନରେ ମା’ ବାଗ୍‌ଦେବୀଙ୍କ ଫଟୋ ଲଗାଇବା ଦ୍ୱାରା ମା’ଙ୍କ ଆଶୀର୍ବାଦ ମିଳିଥାଏ ବୋଲି ବିଶ୍ୱାସ ରହିଛି।

You might also like