ସାବଧାନ ! ଗୁଗଲରେ ଏହି ୫ଟି ଜିନିଷ ସର୍ଚ୍ଚ କରନ୍ତୁନି, ଖାଲି ହୋଇଯିବ ଆକାଉଣ୍ଟ

ସବୁ କଥାରେ, ସବୁ ସମୟରେ କୌଣସି ଜିନିଷ ପାଇବା ପାଇଁ ଆମେ ଗୁଗଲର ସାହାଯ୍ୟ ନେଇଥାଉ। କାରଣ, ହାତ ପାହାନ୍ତାରେ ଦୁର୍ବୋଧ୍ୟ ତଥ୍ୟ ସହଜରେ ଏଠାରେ ଉପଲବ୍ଧ। ହେଲେ ଏକଥା ବି ଜାଣି ରଖନ୍ତୁ, ବେଳେବେଳେ ଏହି ଗୁଗୁଲ୍‌ ସର୍ଚ୍ଚ ଆମକୁ ବହୁତ ବଡ ଅସୁବିଧାରେ ପକାଇ ପାରେ ।

କୌଣସି ତଥ୍ୟ ପାଇବାକୁ ଥିଲେ ଆମେ ଗୁଗଲ୍ ସର୍ଚ୍ଚ ଇଞ୍ଜିନ ଉପରେ ନିର୍ଭର କରିଥାଉ। କିନ୍ତୁ ବେଳେବେଳେ ଗୁଗଲ ସର୍ଚ୍ଚ ଜରିଆରେ ଆମେ ଏମିତି ଭୁଲ କରିଥାଉ, ଯାହା ଯୋଗୁ ଆମର ଅନେକ କ୍ଷତି ହୋଇଥାଏ। ଆଉ ଚୁଟକିରେ ଖାଲି ହୋଇଯାଏ ଆକାଉଣ୍ଟ। ତେଣୁ ଗୁଗୁଲରେ ସର୍ଚ୍ଚ କରିବା ପୂର୍ବରୁ ଜାଣି ରଖନ୍ତୁ,କେବେ ବି ଏସବୁ ଜିନିଷକୁ ଗୁଗଲରେ ସର୍ଚ୍ଚ କରିବେ ନାହିଁ।

କଷ୍ଟମର୍ କେୟାର୍ ନମ୍ବର

ଗୁଗଲ୍ ସର୍ଚ୍ଚକୁ ଯାଇ ଆପଣ କେବେ ବି କଷ୍ଟମର କେୟାର ନମ୍ବର ସର୍ଚ୍ଚ କରନ୍ତୁ ନାହିଁ। କୌଣସି କମ୍ପାନୀର କଷ୍ଟମର୍ କେୟାର୍ ନମ୍ବର୍ ଗୁଗଲରେ ସର୍ଚ୍ଚ କରିବା ଉଚିତ ନୁହେଁ। ଲୋକମାନଙ୍କର ଏହି ଅଭ୍ୟାସ ଫାଇଦା ଉଠାଇବାକୁ ଚେଷ୍ଟା କରିଥାନ୍ତି ସାଇବର ଅପରାଧୀ। ନକଲି କମ୍ପାନୀ ତିଆରି କରି ସାଇବର ଅପରାଧୀ କଷ୍ଟମର କେୟାର ନମ୍ବର ବ୍ୟବହାର କରି ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ କରିଥାନ୍ତି। ଏମିତିକି ବ୍ୟାଙ୍କ ତଥ୍ୟ ନେଇ ଆପଣଙ୍କ ଆକାଉଣ୍ଟକୁ ସହଜରେ ଖାଲି କରି ଦିଅନ୍ତି।

ବ୍ୟାଙ୍କ ୱେବସାଇଟ୍

ଆଜିକାଲି ଅନଲାଇନ ବ୍ୟାଙ୍କିଙ୍ଗ ସିଷ୍ଟମ ଚାଲିଛି। ଏଥିପାଇଁ ଲୋକେ ସାଧାରଣତଃ ଗୁଗଲର ସାହାରା ନେଇଥାନ୍ତି। ଯଦି ଆପଣ ଗୁଗଲ ସର୍ଚ୍ଚକୁ ଯାଇ ବ୍ୟାଙ୍କ ୱେବସାଇଟ ସର୍ଚ୍ଚ କରୁଛନ୍ତି, ତାହେଲେ ସତର୍କ ହୋଇ ଯାଆନ୍ତୁ। ଏହା କୌଣସି ବିପଦ ଠାରୁ କମ୍ ନୁହେଁ। ସାଇବର ଅପରାଧୀ ବ୍ୟାଙ୍କର ନକଲି ୱେବସାଇଟ ତିଆରି କରି ବ୍ୟାଙ୍କର ଅଫିସିଆଲ ୱେବସାଇଟ ଭଳି URL ମଧ୍ୟ ରଖିଥାନ୍ତି। ଫଳରେ ୟୁଜର୍ସ ଦ୍ୱନ୍ଦ୍ୱରେ ପଡି ହ୍ୟାକର୍ସଙ୍କ ଜାଲରେ ଫସି କ୍ଷତି ସହିଥାନ୍ତି।

ଆପ୍, ଫାଇଲ୍ ଓ ସଫ୍ଟୱେୟାର୍

ଯଦି ଆପଣ ନିଜ ଫୋନରେ କୌଣସି ଆପ କିମ୍ବା ସଫ୍ଟୱେୟାର୍ ଚାହୁଁଛନ୍ତି ତାହେଲେ ସବୁବେଳେ ଗୁଗୁଲ ପ୍ଲେଷ୍ଟୋରକୁ ଯାଇ ସେଠାରୁ ହିଁ ଡାଉନଲୋଡ୍ କରନ୍ତୁ। ଅଧିକାଂଶ ଲୋକ ପ୍ଲେଷ୍ଟୋରରୁ ଆପ୍ ଡାଉନଲୋଡ୍ ନ କରି ଗୁଗଲରୁ ସର୍ଚ୍ଚ କରି ଆପ ଖୋଜିଥାନ୍ତି। ଯାହା ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ। କୌଣସି ଭୁଲ୍ ଲିଙ୍କ୍ ଓପନ୍ କଲେ କମ୍ପ୍ୟୁଟର୍ କିମ୍ବା ଲାପଟପରେ ଭାଇରସ୍ ଆସିପାରେ। ଏହି ଭାଇରସ୍ ଆପଣଙ୍କ ବ୍ୟକ୍ତିଗତ ଡାଟା ସଂଗ୍ରହ କରିବା ସହ ପିସିରେ ଥିବା ସମସ୍ତ ଫାଇଲକୁ ପ୍ରଭାବିତ କରି ପାରନ୍ତି।

ନିବେଶ ଓ ଟଙ୍କା ରୋଜଗାର ତରିକା

ପ୍ରତ୍ୟେକ ବ୍ୟକ୍ତି ଭଲ ଲାଇଫଷ୍ଟାଇଲ ପାଇଁ ଟଙ୍କା ରୋଜଗାର କରିବାକୁ ଚାହେଁ। ଏଥିପାଇଁ ଲୋକେ ଗୁଗଲରେ ବିଭିନ୍ନ ତରିକା ସର୍ଚ୍ଚ କରନ୍ତି। ଗୁଗଲ ସର୍ଚ୍ଚରେ କେବେ ବି ଇନଭେଷ୍ଟମେଣ୍ଟ କିମ୍ବା ଟଙ୍କା ରୋଜଗାର ତରିକା ସର୍ଚ୍ଚ କରନ୍ତୁନି। ଏହିଭଳି ଲୋକଙ୍କୁ ସାଇବର ଅପରାଧୀ ସବୁବେଳେ ଟାର୍ଗେଟ୍ କରିଥାନ୍ତି। ଏଥିପାଇଁ ସେମାନେ ନକଲି କମ୍ପାନୀ ଓ ୱେବସାଇଟ ତିଆରି କରି ଲୋକଙ୍କୁ ନିଜ ଜାଲରେ ଫସାଇଥାନ୍ତି।

ମେଡିକାଲ ସମ୍ପର୍କୀୟ ସର୍ଚ୍ଚ

କିଛି ଲୋକେ ନିଜ ରୋଗର ଚିକିତ୍ସା ଓ ଔଷଧ ପାଇଁ ଗୁଗଲର ସାହାରା ନେଇଥାନ୍ତି। ଗୁଗଲରେ ଦର୍ଶାଯାଇଥିବା ଔଷଧ ଓ ଚିକିତ୍ସା ସବୁବେଳେ ଠିକ ହୋଇନଥାଏ। ଗୁଗଲ ସର୍ଚ୍ଚରେ କୌଣସି ରୋଗ ବା ଚିକିତ୍ସା ସମ୍ପର୍କରେ ସର୍ଚ୍ଚ ନ କରନ୍ତୁ। ଏହାଦ୍ୱାରା ଆପଣଙ୍କୁ ଭୁଲ ପରାମର୍ଶ ଦିଆଯାଇପାରେ ଏବଂ ଏହାର ସେବନ ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ହାନିକାରକ ହୋଇପାରେ।

ଆଜିର ସମୟରେ ଗୁଗଲ୍ ଆମ ଜୀବନର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ହୋଇଯାଇଛି। ଗୁଗଲ ସର୍ଚ୍ଚ ଜରିଆରେ ଆମେ ଏମିତି କିଛି ସର୍ଚ୍ଚ କରି ଦେଉ ଯେଉଁଥି ପାଇଁ ଆମର କ୍ଷତି ହୋଇଥାଏ। ଏମିତି କିଛି ସର୍ଚ୍ଚ କରିବା ପୂର୍ବରୁ ସତର୍କ ରହିବା ଜରୁରୀ।

You might also like